Categories
ଜାତୀୟ ଖବର ବିଶେଷ ଖବର

ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ପାଇବ ଓଡ଼ିଶା: ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ। ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ପରେ ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ ରେ ଅଂଶଗ୍ରହଣ କରିଥିଲେ ଏବଂ ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ଇତ୍ୟାଦି ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୦୧୪ ପୂର୍ବରୁ ଓଡିଶାକୁ କେବଳ ୮୩୦ କୋଟି ବଜେଟ୍ ଆବଣ୍ଟନ ମିଳୁଥିଲା। ଚଳିତ ବର୍ଷ ଓଡିଶା ପ୍ରାୟ ୧୦ ହଜାର କୋଟି ବଜେଟ୍ ଆବଣ୍ଟନ ପାଇଛି, ଯାହା ଆଶା ଠାରୁ ବହୁତ ଅଧିକ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୦୧୪ ପୂର୍ବରୁ ରାଜ୍ୟରେ ମାତ୍ର ୨୦ ରୁ ୨୫ କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା। ଗତ ବର୍ଷ ରାଜ୍ୟରେ ପ୍ରାୟ ୧୮୦ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ ୫୫୦ କିଲୋମିଟର ରେଳ ଲାଇନ ବିକଶିତ କରାଯିବ। ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରେ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୮ ଟି ଷ୍ଟେସନ୍ କୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ଖୁବ ଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଖୁବ୍ ଶୀଘ୍ର ରାଜ୍ୟରେ ୫-ଜି କନେକ୍ଟିଭିଟି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ।

Categories
ଆଜିର ଖବର ଜାତୀୟ ଖବର

ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ସମୟ ସାରଣୀ ଏବଂ ବିଶେଷତ୍ଵ

ମଇଶୁର – ପୁରଚି ତଲାଇବର ଡକ୍ଟର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ କାଶୀ ଭରତ ଗୌରବ ଟ୍ରେନ୍ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରଂଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେଏସଆର ବେଙ୍ଗାଲୁରୁ ରେଳ ଷ୍ଟେସନ ଠାରେ ମଇଶୁର ଏବଂ ପୁରଚି ତଲାଇବାର ଡ଼କ୍ଟର ଏମଜେଆର ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଦେଶରେ ଆରମ୍ଭ ହୋଇଥିବା ଏହା ହେଉଛି ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଦକ୍ଷିଣ ଭାରତର ପ୍ରଥମ ଟ୍ରେନ୍। ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନ ଠାରେ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

‘ମେକ୍ ଇନ୍ ଇଣ୍ଡିଆ’ ସଫଳତାର କାହାଣୀର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ଭାରତୀୟ ରେଳବାଇ ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍- ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ କରିଥିଲା ଯାହାକି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫେବୃଆରୀ ୧୫, ୨୦୧୯ ରେ ନୂଆଦିଲ୍ଲୀରେ – କାନପୁର- ଆହ୍ଲାବାଦ – ବାରାଣାସୀ ମାର୍ଗରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଆହୁରି ଅନ୍ୟାନ ମାର୍ଗରେ ମଧ୍ୟ ଚାଲୁକରାଯାଇଛି ସେଗୁଡିକ ହେଲା, ନୂଆଦିଲ୍ଲୀ- ମାତା ବୈଷ୍ଣୋ ଦେବୀ କାଟ୍ରା, ଗାନ୍ଧିନଗର ରାଜଧାନୀ – ଅହମ୍ମଦାବାଦ – ମୁମ୍ବାଇ ସେଣ୍ଟ୍ରାଲ ଏବଂ ଆମ୍ବ ଆଣ୍ଡୁରା – ନୂଆଦିଲ୍ଲୀ।

ଏହି ନୂତନ ଟ୍ରେନ୍ ଟି ଚେନ୍ନାଇର ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ବେଙ୍ଗାଲୁରୁର ଟେକ୍ନୋଲୋଜି-ସଫ୍ଟୱେର୍-ଷ୍ଟାର୍ଟଅପ୍ ହବ୍ ଏବଂ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସହର ମଇଶୁର ମଧ୍ୟରେ ସଂଯୋଗ ବୃଦ୍ଧି କରିବ। ଏହା ମଇଶୁର – ବେଙ୍ଗାଲୁରୁ – ଚେନ୍ନାଇରେ ଯାତ୍ରା କରୁଥିବା ନିୟମିତ ଯାତ୍ରୀଙ୍କ ବ୍ୟତୀତ ସଫ୍ଟୱେୟାର ଏବଂ ବ୍ୟବସାୟ ଶ୍ରେଣୀ, ଟେକ୍ନୋଲୋଜିଷ୍ଟ, ପର୍ଯ୍ୟଟକ, ଛାତ୍ରମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଏହା ବିମାନ ପରି ଆରାମ ପ୍ରଦାନ କରିବ ଏବଂ ଟ୍ରେନରେ ଯାତ୍ରା ଅଭିଜ୍ଞତାକୁ ମଧ୍ୟ ଅତ୍ୟନ୍ତ ସୁଗମ କରିବ।

ମଇଶୁର – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ:

ଟ୍ରେନ ନମ୍ବର ୨୦୬୦୭ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ଠାରୁ ମଇଶୁରକୁ ଭଡା ଚେୟାର କାର୍ ପାଇଁ ୧୨୦୦ ଟଙ୍କା ଏବଂ ଏକଜିକ୍ୟୁଟିଭ୍ କ୍ଲାସ୍ ପାଇଁ ୨୨୯୫ ଟଙ୍କା ରହିଛି। ସେହିଭଳି ଟ୍ରେନ୍ ନମ୍ବର ୨୦୬୦୮ ମଇଶୁରରୁ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନକୁ ଭଡା ଚେୟାର କାର୍ ପାଇଁ ୧୩୬୫ ଟଙ୍କା ଏବଂ ଏକଜିକ୍ୟୁଟିଭ୍ କ୍ଲାସ୍ ପାଇଁ ୨୪୮୫ ଟଙ୍କା ରହିବ।

ଉପରୋକ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ କୌଣସି ରିହାତି ଏବଂ ଶିଶୁ ଭଡା ଗ୍ରହଣୀୟ ହେବ ନାହିଁ। କେବଳ ପୂର୍ଣ୍ଣ ଭଡା ବୟସ୍କ ଟିକେଟ୍ ଦିଆଯିବ। ବୁକିଂ, ବାତିଲ୍, ଫେରସ୍ତ ଇତ୍ୟାଦି ପାଇଁ ଅନ୍ୟ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଶତାବ୍ଦୀ ଟ୍ରେନ୍ ଅନୁଯାୟୀ ନିଶ୍ଚିତ ହେବ।

ବନ୍ଦେ ଭାରତ ଏକ୍ସପ୍ରେସର ଵିଶେସତ୍ୱ:

ଆଧୁନିକ ସୁବିଧା ସହିତ ଏହା ଏକ ବିଶ୍ୱ ସ୍ତରୀୟ ଟ୍ରେନ୍।  ଏହି ଟ୍ରେନର କେତେକ ମୁଖ୍ୟ ଵିଶେସତ୍ୱ ଗୁଡିକ ହେଉଛି:

– ବର୍ଦ୍ଧିତ ନିରାପତ୍ତା ପାଇଁ କବଚ (ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍) ସହିତ ସଜ୍ଜିତ।

– ପ୍ରତ୍ୟେକ କୋଚରେ ଚାରୋଟି ଏମରଜେନସି ୱିଣ୍ଡୋଜ୍ ସହିତ ଉନ୍ନତ ସୁରକ୍ଷା ବ୍ୟବସ୍ଥା।  କୋଚ୍ ବାହାରେ ବେକ କ୍ୟାମେରା ସହିତ ଚାରୋଟି ପ୍ଲାଟଫର୍ମ ସାଇଡ୍ କ୍ୟାମେରା ଅଛି।

– ସମସ୍ତ ବୈଦୁତିକ କ୍ୟୁବିକଲ ଏବଂ ଶୋଉଚାଳୟରେ ଏରୋସୋଲ ଆଧାରିତ ଅଗ୍ନି ଚିହ୍ନଟ ଏବଂ ଦମନ ପ୍ରଣାଳୀ ସହିତ ଉତ୍ତମ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି।

– ୬୫୦ ମିଲିମିଟର ଉଚ୍ଚତା ପର୍ଯ୍ୟନ୍ତ ବନ୍ୟାକୁ ପ୍ରତିହତ କରିବା ପାଇଁ ଅଣ୍ଡର- ଶ୍ଲୋଙ୍ଗ ବୈଦୁତିକ ଉପକରଣ। ବିଦ୍ୟୁତ ବିଫଳତା ହେଲେ ଟ୍ରେନରେ ପ୍ରତ୍ୟେକ କୋଚରେ ଚାରୋଟି ଜରୁରୀକାଳୀନ ଆଲୋକ ବ୍ୟବସ୍ଥା।

– ୩.୫ ବିଶିଷ୍ଟ ରାଇଡିଂ ଇଣ୍ଡେକ୍ସରେ ଯାତ୍ରୀମାନଙ୍କ ପାଇଁ ବର୍ଦ୍ଧିତ ଆରାମ। ଏହି ଟ୍ରେନ ୩୨ ଇଞ୍ଚ ଏଲସିଡି ଟିଭି ଏବଂ ଯାତ୍ରୀ ସୂଚନା ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ସଜ୍ଜିତ।

– ସମସ୍ତ ଶ୍ରେଣୀ ପାଇଁ ସାଇଡ୍ ରୀକ୍ଳାଇନର ସିଟ୍ ସୁବିଧା ଉପଲବ୍ଧ। ଏକଜୁକୁଟୀଭି କୋଚଗୁଡିକରେ ୧୮୦-ଡ଼ିଗ୍ରୀ ଘୂର୍ଣ୍ଣନ ସିଟ୍ ର ଅତିରିକ୍ତ ବ୍ୟବସ୍ଥା।

– ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ସ୍ପର୍ଶମୁକ୍ତ ସୁବିଧା ସହିତ ଏବଂ ଚାହିଦା ଅନୁଯାୟୀ ୱାଇ-ଫାଇ ସୁବିଧା।

– ଉଚ୍ଚ କ୍ଷମତା ସମ୍ପନ୍ନ ସଙ୍କୋଚକ ମାଧ୍ୟମରେ ଉତ୍ତମ ଉତ୍ତାପ ଭେଣ୍ଟିଲେସନ୍ ଏବଂ ଏୟାର କଣ୍ଡିସିନର ନିୟନ୍ତ୍ରଣ। ୧୬୦ କିଲୋମିଟରରେ ପହଞ୍ଚିବା ପାଇଁ ଟ୍ରେନର ସମୟ ମାତ୍ର ୧୪୦ ସେକେଣ୍ଡ ଅଟେ। ଭଏସ୍ ରେକର୍ଡିଂ ସୁବିଧା ସହିତ ଡ୍ରାଇଭର ଗାର୍ଡ ଯୋଗାଯୋଗ ସୁବିଧା।

– ସାଇଡ୍ ଷ୍ଟେସନ୍ ସହିତ ସିଗ୍ନାଲ୍ ବିନିମୟ ପାଇଁ କୋଚ୍ ଉପରେ ଦୁଇଟି ସିଗନାଲ୍ ଏକ୍ସଚେଞ୍ଜ୍ ଲାଇଟ୍।

ଚେନ୍ନାଇର ପେରାମବୁର, ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ସ୍ୱଦେଶୀ ଭାବରେ ଉତ୍ପାଦିତ ହୋଇଥିବା ଏହି ବନ୍ଦେ ଭାରତ ଟ୍ରେନ୍ – ଭାରତୀୟ ଇଞ୍ଜିନିୟର ମାନଙ୍କର ଦକ୍ଷତା ଏବଂ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ଏକ ପ୍ରମାଣ ଅଟେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦର୍ଶନ ହାସଲ କରିବା ଦିଗରେ ଏହା ଏକ ବଡ ମାଇଲଖୁଣ୍ଟ ଅଟେ।

ବେଙ୍ଗାଲୁରୁ – ବାରାଣାସୀ ଭାରତ ଗୌରବ କାଶୀ ଦର୍ଶନ:

ବେଙ୍ଗାଲୁରୁରୁ କାଶୀ ପର୍ଯ୍ୟନ୍ତ ଭାରତ ଗୌରବ ଟ୍ରେନ୍ ମଧ୍ୟ ଆରମ୍ଭ ହୋଇଛି ଯାହା ଏକ ଆରାମଦାୟକ ଏବଂ ସୁବିଧାଜନକ ରେଳ ଯାତ୍ରା, ବୋର୍ଡିଂ, ରହଣି ଏବଂ ଦର୍ଶନ ସୁବିଧା ପ୍ରଦାନ କରିବ। ଏହି ଟ୍ରେନ୍ ହୁବୁଳି, ବେଲାଗାଭି ଦେଇ ମଧ୍ୟ ଯିବ ଯାହା ଦ୍ୱାରା କେବଳ ବେଙ୍ଗାଲୁରୁର ଭକ୍ତ ନୁହଁନ୍ତି କାଶୀ ଯାତ୍ରା କରିବାକୁ ଚାହୁଁଥିବା ଉତ୍ତର କର୍ଣ୍ଣାଟକର ଯାତ୍ରୀ ମାନେ ମଧ୍ୟ ଉପକୃତ ହେବେ। ଏହି ଟ୍ରେନ୍ ପ୍ରୟାଗରାଜ ଏବଂ ଅଯୋଧ୍ୟା ଦେଇ ମଧ୍ୟ ଯିବ।

ଏହି ଯାତ୍ରାର ମୂଲ୍ୟ ୨୦,୦୦୦ ଟଙ୍କା ଅଟେ। ସେଥିମଧ୍ୟରୁ ୫୦୦୦ ଟଙ୍କା ରାଜ୍ୟ ସରକାରଙ୍କ ସବସିଡି ଭାବରେ ପ୍ରଦାନ କରାଯାଇଛି। ପ୍ରଥମ ଟ୍ରେନ୍ ଯାତ୍ରା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯିବ; କାଶୀ ବ୍ୟତୀତ ତୀର୍ଥଯାତ୍ରୀମାନେ ଅଯୋଧ୍ୟା ଏବଂ ପ୍ରୟାଗର ପରିଦର୍ଶନ କରିପାରିବେ।

ଭାରତ ସମୃଦ୍ଧ ସାଂସ୍କୃତିକ ଅଈତିହ୍ୟ, ଚମତ୍କାର ଅଇତିହାସିକ ସ୍ଥାନଗୁଡିକ ଭାରତ ତଥା ବିଶ୍ୱର ଲୋକଙ୍କୁ ଭାରତ ଗୌରବ ଟ୍ରେନ୍ (ଥିମ୍ ଆଧାରିତ ଟୁରିଷ୍ଟ ସର୍କିଟ୍ ଟ୍ରେନ୍) ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ଭାରତ ଗୌରବ ଟ୍ରେନ୍ ଚଳାଇବାର ଉଦ୍ଦେଶ୍ୟ ଅଟେ।

ଏହି ନୀତିର ସଂକ୍ଷିପ୍ତ ପରିସର:

– ଭାରତୀୟ ରେଳବାଇର ଲକ୍ଷ୍ୟ ରହିଛି ଯେ ଭାରତର ପର୍ଯ୍ୟଟନ ସମ୍ଭାବନାକୁ ଥିମ୍ ଆଧାରିତ ଟ୍ରେନ୍ ଚଳାଇବ ବୃଦ୍ଧି କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରର ମୂଳଭୁତ ବିକାଶ ଲକ୍ଷ୍ୟ।

– ଏହି ନୀତି ଅନୁଯାୟୀ, ଭାରତୀୟ ରେଳବାଇ ଦ୍ୱାରା ଭାରତ ଗୌରବ ଟ୍ରେନର କାର୍ଯ୍ୟ ପାଇଁ ପଞ୍ଜୀକୃତ ସେବା ପ୍ରଦାନକାରୀଙ୍କୁ ଆଇସିଏଫ କୋଚକୁ ନେଇ “ରାଇଟ ଟୁ ୟୁଜ” ମଡେଲ ଅନ୍ତର୍ଗତ ରେକ୍ ପ୍ରଦାନ କରାଯିବ। ସେବା ପ୍ରଦାନକାରୀମାନେ ମଧ୍ୟ (ଅଣ-ରେଳ ଗ୍ରାହକ) ଏହି ଯୋଜନା ମାଧ୍ୟମରେ ଉତ୍ପାଦନ ୟୁନିଟ୍ ରୁ ସିଧାସଳଖ ନୂତନ କୋଚ୍ କ୍ରୟ କରିବାର ବିକଳ୍ପ ପାଇବେ।

– ଏହି ପଲିସି ଦ୍ୱାରା ସେବା ପ୍ରଦାନକାରୀ ମାନେ, ରୁଟ୍, ମାର୍ଗ, ଶୁଳ୍କ ଏବଂ ଏହି ମଡେଲ୍ ସହିତ ଜଡିତ ଅନ୍ୟାନ୍ୟ ଗୁଣ ସହିତ ବ୍ୟବସାୟ ମଡେଲ୍ ସ୍ଥିର କରିବାର ସୁବିଧା ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ଚତୁର୍ଥ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ ମୋଦୀ

ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରୁ ଦେଶର ଚତୁର୍ଥ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ହିମାଚଳ ପ୍ରଦେଶର ଅମ୍ବ ଆନ୍ଦୋରା ଷ୍ଟେସନ ମଧ୍ୟରେ ନୂଆଦିଲ୍ଲୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ।

ଅଧିକାରୀ କହିଛନ୍ତି ଯେ, ନୂତନ ବନ୍ଦେ ଭାରତ ଟ୍ରେନ୍ ପୂର୍ବ ଟ୍ରେନ୍ ଅପେକ୍ଷା ଅଧିକ ଉନ୍ନତ ଏବଂ ହାଲୁକା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ବେଗରେ ଦୌଡିବାକୁ ସକ୍ଷମ ଅଟେ।

ବୁଧବାର ବ୍ୟତୀତ ସପ୍ତାହରେ ୬ ଦିନ ଟ୍ରେନ୍ ଚଳାଚଳ କରିବ ଏବଂ ଅମ୍ବାଲା, ଚଣ୍ଡିଗଡ଼, ଆନନ୍ଦପୁର ସାହିବ ଏବଂ ଉନାରେ ଅଟକି ରହିବ। ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ଗତିଧରିବ। ଏହି ଟ୍ରେନର ପରିଚୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଯାତ୍ରା ଯୋଗାଇବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଶୁଭାରମ୍ଭ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩୦.୯.୨୦୨୨ ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ।

ଯେତେବେଳେ ସେ ଗାନ୍ଧୀନଗର ଷ୍ଟେସନରେ ପହଁଞ୍ଚିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ୨.୦ର ଟ୍ରେନ ଡବା ଗୁଡିକୁ ନିରୀକ୍ଷଣ କରିବା ସହ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ମୋଦୀ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସର ରେଳ ଇଞ୍ଜିନ ନିୟନ୍ତ୍ରଣ କକ୍ଷ ନିରୀକ୍ଷଣ କରିଥିଲେ।
ପରେ ପରେ ପ୍ରଧାନମନ୍ତ୍ରୀ ଏହି ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଏହା ଚଳାଚଳ ଶୁଭାରମ୍ଭ କରିବା ସହ ଏଥିରେ କାଳୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ରେଳ ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟ, ମହିଳା ଉଦ୍ୟୋଗପତି, ଗବେଷକ ଓ ଯୁବକ ଯୁବତୀଙ୍କ ସହ ମତବିନିମୟ ମଧ୍ୟ କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଫଳତା ପାଇଁ କାର୍ଯ୍ୟ କରିଥିବା ଶ୍ରମିକ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମଧ୍ୟ ଶ୍ରୀ ମୋଦୀ ମତ ବିନିମୟ କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରିବା ଦ୍ୱାରା ଭାରତର ଦୁଇ ବ୍ୟାବସାୟିକ କେନ୍ଦ୍ର ମଧ୍ୟରେ ସଂଯୋଗ ଆଶାତୀତ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଗୁଜରାଟରୁ ମୁମ୍ବାଇ ଓ ମୁମ୍ବାଇରୁ ଗୁଜରାଟ ଯାତ୍ରା କରିବା ସହ ବ୍ୟୟବହୁଳ ବିମାନଯାତ୍ରାରୁ ମଧ୍ୟ ରକ୍ଷା ପାଇବେ। ବନ୍ଦେ ଭାରତ ଏକ୍ସପ୍ରେସ ୨.୦ରେ ଗାନ୍ଧୀନଗରରୁ ମୁମ୍ବାଇ ପହଞ୍ଚିବା ନିମନ୍ତେ ପ୍ରାୟ ଛଅରୁ ସାତ ଘଣ୍ଟା ଲାଗିବ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଉଚ୍ଚମାନଯୁକ୍ତ ବିମାନ ଭଳି ଯାତ୍ରା ଅଭିଜ୍ଞତା ଦେବ। ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସାଙ୍ଗକୁ ସ୍ୱଦେଶରେ ବିକଶିତ ସଂଘର୍ଷ ନିରୋଧୀ ପଦ୍ଧତି କବଚ ମଧ୍ୟ ରହିଛି।

ବନ୍ଦେ ଭାରତ ୨.୦ ଅଧିକ ଉନ୍ନତ ବ୍ୟବସ୍ଥା ଯେପରିକି ୫୨ ସେକେଣ୍ଡ ମଧ୍ୟରେ ଶୂନରୁ ୧୦୦ କିଲୋମିଟର ଦୂରତ୍ୱ ଅତିକ୍ରମ କରିବା ସହ ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରିବ। ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସର ଓଜନ ୩୯୨ ଟନ ହୋଇଥିବା ବେଳେ ଏହାର ପୂର୍ବ ତିଆରି ଟ୍ରେନ ଓଜନ ୪୩୦ ଟନ ଥିଲା। ଆବଶ୍ୟକତା ଅନୁଯାୟୀ ଏଥିରେ ୱାଇଫାଇ ସୁବିଧା ମଧ୍ୟ ମିଳିପାରିବ। ପ୍ରତ୍ୟେକ ଡବାରେ ୩୨ ଇଞ୍ଚର ପରଦା ଜରିଆରେ ତଥ୍ୟ ଓ ମନୋରଞ୍ଜନ ପରିବେଷଣ କରାଯିବ। ପୂର୍ବ ଟ୍ରେନରେ ୨୧” ପରଦା ରହିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପରିବେଶ ଅନୁକୂଳ ଓ ଶତକଡା ୧୫ ଭାଗ ଅଧିକ ଶକ୍ତି ସାମର୍ଥ୍ୟପୂର୍ଣ୍ଣ। ଧୂଳି ବିହୀନ ସ୍ୱଚ୍ଛ ବାୟୁ ପ୍ରବାହ ଦୃଷ୍ଟିରୁ ଏହା ଯାତ୍ରାକୁ ବେଶ ଆରାମଦାୟକ କରିପାରିବ। ଆଗରୁ ଆରାମରେ ଆଉଜି ବସିବା ଚୌକୀ କେବଳ ଏକଜ୍ୟୁଟିଭ ଶ୍ରେଣୀ ଯାତ୍ରୀଙ୍କୁ ମିଳୁଥିବା ବେଳେ ଏବେ ତାହା ସମସ୍ତ ଶ୍ରେଣୀର ଯାତ୍ରୀପାଇଁ ଉପଲବ୍ଧ ହେବ।

ଏକଜ୍ୟୁଟିଭ ଡବାରେ ୧୮୦ ଡିଗ୍ରୀ ବୁଲିପାରିବା ଭଳି ବସିବା ବ୍ୟବସ୍ଥା ରହିଛି। ନବନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସରେ ଫଟୋ କାଟାଲିଟିକ ଅଲଟ୍ରାଭାଓଲେଟ ବାୟୁ ବିଶୋଧିକରଣ ପଦ୍ଧତି ଛାତ ଉପରେ ଖଞ୍ଜା ଯାଇଛି। କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂଗଠନ (ସିଏସଆଇଓ) ଚଣ୍ଡିଗଡର ସୁପାରିଶ ଅନୁସାରେ ଏହା ଖଞ୍ଜା ଯାଇଥିବାରୁ ଏହା ଜୀବାଣୁ, ବୀଜାଣୁ, ଭୂତାଣୁ ଇତ୍ୟାଦି ବାୟୁଠାରୁ ମୁକ୍ତ ରଖି କେବଳ ତାଜା ବାୟୁ ପ୍ରବାହରେ ସହାୟକ ହେବ।