ଆଜି ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଭୁବନେଶ୍ବରରୁ ଯିବ ପୁରୀ

Published: Apr 28, 2023, 7:57 am IST

ଭୁବନେଶ୍ବର: ଆଜି ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନଟି ହାୱାଡରୁ ବାହାରି ଭୁବନେଶ୍ବର ଦେଇ ପୁରୀ ଯିବ। ତେବେ ଏହା ହେଉଛି ଏକ ପରୀକ୍ଷା ମୂଳକ ଯାତ୍ରା। ଏହା ସଫଳତା ହାସଲ କରିବା ପରେ ଯାତ୍ରୀ ଯିବାର ବନ୍ଦୋବସ୍ତ କରାଯିବ।

ସୂଚନା ମୁତାବକ ଆଜି ଏହି ବନ୍ଦେ ଭାରତ ଏକ୍ସପ୍ରେସ ସକାଳ 6ଟା 10 ମିନିଟରେ ହାୱାଡାରୁ ବାହାରିଥିବ। ଏହା ଭୁବନେଶ୍ବରରେ ଦିନ 11 ଟା 22 ରେ ପହଁଚିବ। ଏଠାରେ ଦୁଇ ମିନିଟ ରହଣୀ ପରେ ପୁରୀ ଯିବ। ପୁରୀ ଏହି ଟ୍ରେନଟି ଦିନ 12 ଟା 35 ରେ ପହଁଚିବ ବୋଲି ଜଣାପଡିଛି।

ଏହି ଟ୍ରେନଟି ଚେନ୍ନାଇ କୋଚ ଫାକ୍ଟ୍ରିରୁ ହାୱାଡା ଅଭିମୁଖେ ଯିବା ବେଳେ ଚିଲିକା କୂଳ ଦେଇ ଗତି କରିଥିଲା। ଏହାର ଭିଜୁୟାଲ ଖୋଦ ରେଳମନ୍ତ୍ରୀ ନିଜ ଟୁଇଟରରେ ପୋଷ୍ଟ କରି ଲୋକଙ୍କୁ ସ୍ଥାନଟି ଚିହ୍ନଟ କରିବା ପ୍ରଶ୍ନ କରିଛନ୍ତି।

Related posts