Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ମାଡ, ଟିଏମସିକୁ ଦାୟୀ କଲା ବିଜେପି
ଅପରାଧ

ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ମାଡ, ଟିଏମସିକୁ ଦାୟୀ କଲା ବିଜେପି

January 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଲିକତା: ପଶ୍ଚିମବଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କିନ୍ତୁ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ସଂଘର୍ଷର ଖବର ନୁହେଁ, ବରଂ ବନ୍ଦେ ଭାରତ ଟ୍ରେନ୍ କୁ ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ ନିକଟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ଜଲପାଇଗୁଡିରୁ ହାୱଡା ଫେରୁଥିବା ମାଲଦା ଜିଲ୍ଲାର କୁମାରଗଞ୍ଜ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗାଯାଇଛି। ପଥର ଫିଙ୍ଗିବା କାରଣରୁ ଉକ୍ତ ଟ୍ରେନର ସି-୧୩ ବଗି କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଏଥି ସହ ଭାରତୀୟ ଜନତା ପାର୍ଟି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟିଏମସି କର୍ମୀଙ୍କୁ ବନ୍ଦେ ଭାରତ ଟ୍ରେନକୁ ପଥର ଫିଙ୍ଗିଥିବା ଅଭିଯୋଗ କରିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ଟିଏମସିର ଷଡଯନ୍ତ୍ର ବୋଲି କହିଛନ୍ତି। ପ୍ରକାଶ ଯେ, କେନ୍ଦ୍ର ସରକାର ଭାରତୀୟ ରେଳର ଆଧୁନିକୀକରଣ ପାଇଁ ରେକର୍ଡ ବିନିଯୋଗ କରୁଛନ୍ତି। ଏହି କ୍ରମରେ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ ଭଳି ଆଧୁନିକ ଟ୍ରେନ ନିର୍ମାଣ କରାଯାଉଛି।

ଡିସେମ୍ବର ୩୦ ତାରିଖ ୨୦୨୨ରେ ବନ୍ଦେ ଭାରତ ଏକ୍ସପ୍ରେସ ହାୱଡା ଏବଂ ନୂଆ ଜଲପାଇଗୁଡି ମଧ୍ୟରେ ଚାଲିବା ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାତ୍ର ୨ ଦିନ ଚାଲିବା ପରେ ହିଁ ଏଭଳି ଘଟଣା ଘଟିବା ଏହାର ସୁରକ୍ଷା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବନ୍ଦେ ଭାରତ ଟ୍ରେନରେ ଏହି ପ୍ରକାର ଆକ୍ରମଣ ପ୍ରଥମ ଥର ପାଇଁ ହୋଇନାହିଁ। ଅତୀତରେ ମଧ୍ୟ ଏହି ଟ୍ରେନ୍ ଅନେକ ଥର ଦୁର୍ବୃତ୍ତଙ୍କ ଶିକାର ହୋଇଆସୁଛି। ଡିସେମ୍ବର ୧୫ ତାରିଖ ୨୦୨୨ରେ ଛତିଶଗଡର ନାଗପୁର-ବିଲାସପୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ କରାଯାଇଥିଲା। ଏହି କାରଣରୁ ଟ୍ରେନର ଝରକା କାଚ ଭାଙ୍ଗି ଯାଇଥିଲା। ଦୁର୍ଗ ଏବଂ ଭିଲାଇ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା।

ଟିଏମସି ପଶ୍ଚିମବଙ୍ଗ ବନ୍ଦେ ଭାରତ ଏକ୍ସପ୍ରେସ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.