Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ସଂଯୋଗ
ଆଜିର ଖବର

ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ସଂଯୋଗ

July 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ଦେ ଭାରତ ଏକ୍ସପ୍ରେସ
ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

ଭୁବନେଶ୍ୱର: ପୁରୀ ଏବଂ ରାଉରକେଲା ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ 50% କୋଚ୍ ବୃଦ୍ଧି ଘୋଷଣା କରିଛି। ଏହି ଟ୍ରେନଟି ଆସନ୍ତା ତା.07.08.2025ରିଖ ଠାରୁ ପୂର୍ବ ଗଠନ 08 କୋଚ୍ ବଦଳରେ 16 କୋଚ୍ ସହିତ ଚଳାଚଳ କରିବ।

ଏହି କୋଚ ସଂଯୋଗ ବୃଦ୍ଧିରେ ଆଠଟି ଏସି ଚେୟାର କାର୍ କୋଚ୍ ଯୋଡାଯାଇଛି, ଯାହାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ୱେଟିଂ ଲିଷ୍ଟକୁ ହ୍ରାସ କରିବା, ଯାତ୍ରୀ ସଂଖ୍ୟାକୁ ଵୃଦ୍ଧି କରିବା ଏବଂ ସମଗ୍ର ଓଡ଼ିଶାରେ ଏହି ପ୍ରତିଷ୍ଠିତ ସେମି-ହାଇ-ସ୍ପିଡ୍ ଟ୍ରେନ୍ ସେବାକୁ ଆହୁରି ପ୍ରୋତ୍ସାହିତ କରିବା। ଅପଗ୍ରେଡ୍ ରେକ୍ କମ୍ପୋଜିସନ୍‌ରେ ଏବେ 12ଟି ଏସି ଚେୟାର କାର୍ କୋଚ୍, 2ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ 2ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ରହିବ।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଆରମ୍ଭ ହେବା ପରଠାରୁ ଯାତ୍ରୀମାନଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି। ଏହି ଟ୍ରେନ୍ ଟି ବର୍ତ୍ତମାନ 110% ରୁ ଅଧିକ କ୍ଷମତାରେ ଚଳାଚଳ କରୁଛି, ଯାହା ଏହାର ଲୋକପ୍ରିୟତାକୁ ଦର୍ଶାଉଛି। ଟ୍ରେନ୍ ନମ୍ବର 20836 (ପୁରୀ-ରାଉରକେଲା) 112.76% ଚାହିଦା ରେକର୍ଡ କରିଛି ଏବଂ ଟ୍ରେନ୍ ନମ୍ବର 20835 (ରାଉରକେଲା-ପୁରୀ)ର 127.64% ଚାହିଦା ରହିଛି ଯାହା ଦୈନନ୍ଦିନ ଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଏହାର ବର୍ଦ୍ଧିତ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।

ଯାତ୍ରୀଙ୍କ ପସନ୍ଦ ଏବଂ ଯାତ୍ରା ଚାହିଦାର ସମୀକ୍ଷା ପରେ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ରେ କୋଚ ସଂଯୋଗକୁ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି। ବର୍ଦ୍ଧିତ କୋଚ ସଂଯୋଗ ଦ୍ୱାରା ଅଧିକ ଯାତ୍ରୀ ଏକ ଦ୍ରୁତ, ଆରାମଦାୟକ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ପରିବହନ ପଦ୍ଧତିର ଅଭିଜ୍ଞତା ଲାଭ ପାଇପାରିବେ। ଏହି ପଦକ୍ଷେପ ରାଜ୍ୟର ଆଞ୍ଚଳିକ ସଂଯୋଗୀକରଣ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଏକ ସେମି-ହାଇ-ସ୍ପିଡ୍ ଟ୍ରେନ୍ ଯାହା ଓଡ଼ିଶାର ପୁରୀକୁ ରାଉରକେଲା ସହିତ ସଂଯୋଗ କରୁଛି। ଏହି ଟ୍ରେନ ପ୍ରାୟ 7.5 ଘଣ୍ଟାରେ 505 କିଲୋମିଟର ଦୂରତା ଯାତ୍ରା କରିଥାଏ। ଏହି ଟ୍ରେନ୍ ଟି ମଙ୍ଗଳବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚଳାଚଳ କରୁଥିବାବେଳେ, ପୁରୀରୁ ସକାଳ 5ଘ :00 ସମୟରେ ଏବଂ ରାଉରକେଲାରୁ ଅପରାହ୍ନ 2ଘ :10 ସମୟରେ ଛାଡ଼ିଥାଏ। ଏହି ଟ୍ରେନ୍ ନଅଟି ଷ୍ଟେସନରେ ଅର୍ଥାତ ଖୋର୍ଦ୍ଧା ରୋଡ୍ ଜଙ୍କସନ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରାଇରାଖୋଲ, ସମ୍ବଲପୁର ସିଟି ଏବଂ ଝାରସୁଗୁଡ଼ା ଜଙ୍କସନ୍ ଠାରେ ରହଣି କରେ।

ଭାରତୀୟ ରେଳ ଯାତ୍ରୀମାନଙ୍କୁ ଉଚ୍ଚମାନର ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ। ଯାତ୍ରୀମାନଙ୍କ ସକାରାତ୍ମକ ମତାମତ ଦର୍ଶାଉଛି ଯେ ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତରେ ଆଧୁନିକ ଏବଂ ପ୍ରଗତିଶୀଳ ରେଳ ଯାତ୍ରାର ପ୍ରତୀକ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ଯୋଡିବା ଏହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ଦକ୍ଷ ଓ ଆରାମଦାୟକ ରେଳ ଯାତ୍ରାର ବର୍ଦ୍ଧିତ ଚାହିଦାକୁ ପୂରଣ କରୁଛି।

ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.