Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ
ବିଶେଷ ଖବର

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

September 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ।

ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଛନ୍ତି।

ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହାଦ୍ବାରା ରାଜ୍ୟର ପୋଲିସ ଅଧିକାରୀ ମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା ସହିତ ରାଜ୍ୟରେ ସାଇଣ୍ଟିଫିକ୍‌ ଅଫିସର ମାନଙ୍କ ଆବଶ୍ୟକତା ପୂରଣ ହେବାରେ ସହାୟକ ହେବ। ଏହାକୁ ଏକ ସେଣ୍ଟର ଅଫ ଏକ୍‌ସେଲେନ୍‌ସ ଭାବରେ ବିକଶିତ କରାଯିବ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି ଦିଲ୍ଲୀର ନିର୍ଦ୍ଦେଶିକା ଡ. ପୁରବୀ ଫୋଖରିଆଲ, ଏନ୍‌.ଏଫ.ଏସ୍‌.ୟୁ, ତ୍ରିପୁରାର ନିର୍ଦ୍ଦେଶକ ଡ. ଏଚ୍‌. କେ. ପ୍ରତିହାରୀ ଏବଂ ଅନ୍ୟ ବିଶେଷଜ୍ଞମାନେ ବୈଠକରେ ଆଲୋଚନାରେ ଯୋଗ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀ ୱାଇ. ବି. ଖୁରାନିଆ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ଡ. ମୁକେଶ ମହାଲିଙ୍ଗ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026

ଭୁବନେଶ୍ୱରଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଉଦ୍‌ଯାପିତ

October 26, 2026

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026
Latest News

ଇ-ସ୍କୁଟର ବନାମ ପେଟ୍ରୋଲ ସ୍କୁଟର: ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୬୫ ଦିନର ଖର୍ଚ୍ଚ

October 26, 2026

ମୋଦୀଙ୍କୁ ନେଇ ଖାର୍ଗେଙ୍କ ବୟାନରେ ରାଜନୈତିକ ଝଡ଼, ଚିରାଗଙ୍କ ଟାର୍ଗେଟ୍‌ରେ କଂଗ୍ରେସ

October 26, 2026

ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ଓ ପରମ୍ପରା

October 26, 2026

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026

ଫ୍ଲାଇଟ୍ ବାତିଲ ହେଲେ ଫେରସ୍ତ ମିଳିବ ଜିଏସଟି: ଏୟାରଲାଇନ୍ସକୁ ଆଶ୍ୱସ୍ତି ଦେଲା ଟ୍ରିବ୍ୟୁନାଲ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.