Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ସଭାପତି ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି, ଏମିତି କାହିଁକି କହିଲା ବିଜେଡି
ବିଶେଷ ଖବର

ବିଜେପି ସଭାପତି ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି, ଏମିତି କାହିଁକି କହିଲା ବିଜେଡି

October 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ସଭାପତି ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି, ଏମିତି କାହିଁକି କହିଲା ବିଜେଡି

ଭୁବନେଶ୍ବର: ଆଜି ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଜେଡି କଡା ସମାଲୋଚନା କରିଛି। ଗତକାଲି ମନମୋହନ ବିଜେଡିର ବହୁ ନେତା ବିଜେପିରେ ଯୋଗଦେବେ ଏବଂ ବିଜେଡି ଖାଲି ହୋଇଯିବ ବୋଲି କହିବା ପରେ ବିଜେଡି ଏହି ପ୍ରତିକ୍ରିୟା ଦେଇଛି। ଆଜି ଶଙ୍ଖ ଭବନରେ ଦଳର ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସେ ମନମୋହନଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ମନମୋହନ ଆମ ବିଜେଡିର ଜଣେ ଯୁବ ନେତାଙ୍କଠାରୁ ହାରିଛନ୍ତି। ପୂର୍ବରୁ ମଧ୍ୟମ ଆମର ସେହି ଯୁବ ନେତା ତାଙ୍କୁ ହରାଇଛନ୍ତି। ତେଣୁ ତାଙ୍କର କିଛି ଖାତା ଖତିୟାନ ନାହିଁ। ଏପରିକି ତାଙ୍କ ଦଳରେ ମଧ୍ୟ ତାଙ୍କର ଆଉ ଖାତିରି ନାହିଁ। ଫଳରେ ମନମୋହନ ଏବେ ଖାଲି ମିଛ ବୟାନ ବାଜି ଦେବାରେ ଲାଗିଛନ୍ତି ବୋଲି ଲେନିନ କହିଛନ୍ତି।

ସେ କହିଛନ୍ତି ଗତକାଲି ଗାନ୍ଧୀ ଜୟନ୍ତୀରେ ବିଜେଡି ତାହାର ପଦଯାତ୍ରା ଆରମ୍ଭ କରିଛି। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ସେଠାରେ ଲୋକମାନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଭଲ ପାଇବା ତାହା ବିଜେପି ଦେହରେ ଯାଇ ନାହିଁ। ଏହି ପଦଯାତ୍ରା ପରେ ପରେ ବିଜେପିର ଦୁଇ ଜଣ ମୁଖପାତ୍ର କିଛି ସମୟ ବ୍ୟବଧାନରେ ଦୁଇ ଥର ସାମ୍ବାଦିକ ସମ୍ମିଳନୀ କଲେ। ସେଥିରେ ମଧ୍ୟ ସନ୍ତୁଷ୍ଠ ହେଲା ନାହିଁ। ପୁଣି ଖୋଦ ସଭାପତି ଶ୍ରୀ ସାମଲ ଗଣମାଧ୍ୟମ ଆଗକୁ ଆସିଲେ।

ସଭାପତି କହିଲେ ଯେ, ବିଜେଡିର ବହୁ ନେତା ବିଜେପିରେ ସାମିଲ ହେବେ ବୋଲି କୁଆଡେ ଆବେଦନ କରିଛନ୍ତି। ବିଜେଡି ଖାଲି ହୋଇଯିବ ବୋଲି କହୁଛନ୍ତି। ମନମୋହନ ଦୁଇ ଜଣ ରାଜ୍ୟସଭା ସାଂସଦକୁ ନେଇ ଗଲେ ବୋଲି ଭାବିଛନ୍ତି ସମସ୍ତେ ପଳେଇବେ। ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି। ସେଥିପାଇଁ ସେ ଭାବିଛନ୍ତି ବିଜେଡିରୁ କାହାକୁ ଝାମ୍ପି ନେବେ। ହେଲେ ସେ ଚଞ୍ଚକତା ଆଉ ସାମଲବାବୁ କରନ୍ତୁ ନାହିଁ ବୋଲି ଲେନିନ କହିଛନ୍ତି।

ବିଜେଡି ମନମୋହନ ସାମଲ ଲେନିନ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.