Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ସକ୍ରୀୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବିଶେଷ ଖବର

ବିଜେପିର ସକ୍ରୀୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପିର ସକ୍ରୀୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର/ ଭୁବନେଶ୍ୱର: ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରୀୟ ସଦସ୍ୟତା କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ସଦସ୍ୟତା ଟୋଲିର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚାସୀନ ଥିଲେ।

ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଆଲୋକ ସେଠୀ, ଘଷିପୁରା ବିଧାନସଭା ପ୍ରାର୍ଥୀ ଶମ୍ଭୁନାଥ ରାଉତ, ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ସଦସ୍ୟତା ସହଯୋଗୀ, ଜିଲ୍ଲା ପଦାଧିକାରୀ , ରାଜ୍ୟ ନେତୃତ୍ଵ ଏବଂ ମୋର୍ଚ୍ଚା ସଭାପତି ମାନେ ଉପସ୍ଥିତ ଥିଲେ।

ସଦସ୍ୟତାରେ କେନ୍ଦୁଝର ଜିଲ୍ଲା ବିଜେପି ଏଯାବତ୍ ରାଜ୍ୟରେ ପ୍ରଥମ ସ୍ଥାନରେ ରହି ୨,୦୦,୦୦୦ ରୁ ଉର୍ଦ୍ଧ୍ବ ସଦସ୍ୟଙ୍କୁ ଯୋଡ଼ିବାରେ ସଫଳ ହୋଇ ପାରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇବା ସହିତ ସାଂଗଠନିକ ଆଲୋଚନା ରଖିଥିଲେ। ସାଂସଦ ଅନନ୍ତ ନାୟକ ସଦସ୍ୟତା ଅଭିଯାନକୁ ଆହୁରି ଆଗକୁ ନେଇ ବିଜେପିକୁ ସର୍ବବ୍ୟାପୀ ସର୍ବସ୍ପର୍ଷି କରିବା ଦିଗରେ କଥା ରଖିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ କେନ୍ଦୁଝର ବିଜେପି କର୍ମକର୍ତ୍ତା ଙ୍କ ଭିତରେ ଉତ୍ସାହ ବଢ଼ିଛି।

BJP odisha cm ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ସାଂସଦମାନଙ୍କୁ ଦୁର୍ବ୍ୟବହାର ମାମଲା: ସମଗ୍ର ମୌସୁମୀ ଅଧିବେଶନରୁ କଲ୍ୟାଣ ବାନାର୍ଜୀ ନିଲମ୍ବିତ

July 22, 2026

ବ୍ରହ୍ମପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ: ଏମକେସିଜି ରେ ଭର୍ତ୍ତି

July 22, 2026

“କ’ଣ ଆପଣମାନେ ଝିଅମାନଙ୍କ ପୋଷାକ ଚିରିବେ?”: ଲୋକସଭାରେ ପ୍ରଶ୍ନ କଲେ ଅଖିଳେଶ ଯାଦବ

July 22, 2026

“ଧର୍ମେନ୍ଦ୍ର ପ୍ରଧାନ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି?”: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଲେ ଅଭିଜିତ ଦୀପକେ

July 22, 2026
Latest News

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026

ପୁଣି କେବେ ଏକାଠି ଖେଳିବେ ରୋହିତ ଏବଂ ବିରାଟ: ଜାଣନ୍ତୁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

July 22, 2026

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

July 22, 2026

ମହିଳା ସାଂସଦମାନଙ୍କୁ ଦୁର୍ବ୍ୟବହାର ମାମଲା: ସମଗ୍ର ମୌସୁମୀ ଅଧିବେଶନରୁ କଲ୍ୟାଣ ବାନାର୍ଜୀ ନିଲମ୍ବିତ

July 22, 2026

ସରକାରଙ୍କ ସହ ସିଜେପି ର ଆରମ୍ଭ ହେବ ଆଲୋଚନା?: ଏହି ସର୍ତ୍ତ ରଖିଲା କକ୍ରୋଚ୍ ଜନତା ପାର୍ଟି

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.