Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦି ଶାହା ଗସ୍ତକୁ ବିରୋଧ କରିବା ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ
ବିଶେଷ ଖବର

ମୋଦି ଶାହା ଗସ୍ତକୁ ବିରୋଧ କରିବା ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ

November 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଜି ସମ୍ମିଳନୀକୁ ବିରୋଧ କରିବା ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର:  ଭୁବନେଶ୍ବରରେ ଆୟୋଜିତ ଡିଜି ସମ୍ମଳନୀରେ ଯୋଗଦେବା ପାଇଁ ଓଡିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ। ଆଜି କଂଗ୍ରେସ ତରଫରୁ ତାଙ୍କ ଗସ୍ତକୁ  ବିରୋଧ କରାଯିବା ପରେ ବିଜେପି ତାତି ଉଠିଛି। ଆଜି ଏ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନ୍ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, କଂଗ୍ରେସ ଦଳର ସତା ଏବେ ହଜିବାରେ ଲାଗିଛି । ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି। ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି। ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି। କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭଳି ସ୍ଥିତିରେ ଦଳ ତଳକୁ ତଳ ଯିବ ସିନା ଉପରକୁ ଉଠିପାରିବ ନାହିଁ।

ଶ୍ରୀ ହରିଚନ୍ଦନ କହିଛନି ଯେ, ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜି ସମ୍ବିଳନୀ ଅନୁଷ୍ଠିତ ହେଉଛି। ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମାନବ୍ୟର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭ କରି ଦେଶର ବରିଷ୍ଠ ନେତୃତ୍ୱ, ବିଭିନ୍ନ ପ୍ରଦେଶର ଡିିଜି, ଆଇଜି, ବିଭିନ୍ନ ସୁରକ୍ଷା ବାହିନୀର ମୁଖ୍ୟମାନେ ଯୋଗଦେଇଛନ୍ତି।

ବୈଠକରେ ଦେଶର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ଅଧିକ କିପରି ଉନ୍ନତ କରାଯାଇ ପାରିବ, ଅପରାଧ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ଆଲୋଚନା ଚାଲିଛି। ଏନେଇ ସମଗ୍ର ଦେଶର ନଜର ଏବେ ଓଡ଼ିଶା ଉପରେ ରହିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଓ ତାର ଛାମୁଆ ସଙ୍ଗଠନଗୁଡ଼ିକର ବାଚାଳାମି ଆରମ୍ଭ ହୋଇଛି। ଏଥରୁ ଅନୁମାନ ହେଉଛି କି କଂଗ୍ରେସ ଦଳର ଜିନ୍‌ରେ ଖରାପ ଗୁଣବତା ପଶିବା ଆରମ୍ଭ କରିଛି । ଜଣେ ଲୋକର ଚରିତ୍ର ପରବର୍ତନ ହେଲେ ଯେପରି ବିଲକ୍ଷଣ ଦେଖିବାକୁ ମିଳେ, ଠିକ୍ ସେଭଳି ପରିବର୍ତନ ଏବେ କଂଗ୍ରେସରେ ଦେଖିବାକୁ ମିଳୁଛି ।

ଶ୍ରୀ ହରିଚନ୍ଦନ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି ଯେ, ବଳିଦାନକୁ ଆଧାର କରି ଦେଶ ସ୍ୱାଧୀନତା ପାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକାଶର ପଥରେ ଆଗେଇ ଚାଲିଛି । ୧୯୪୭ରୁ ଏପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା ପରେ ଦେଶ ଆଜି ବିକାଶର ଯାତ୍ରାକୁ ଯିବା ଆରମ୍ଭ କରିଛି। ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ମୋଦିଜୀଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି।

ଓଡ଼ିଶାରେ ମୋହନ ମାଝିଙ୍କ ସରକାର ମଧ୍ୟ ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଭଳିସ୍ଥିତିରେ ଅସହିଷ୍ଣୁତା ଦେଖାଇଲେ ଚଳିବ ନାହିଁ। ଏଥିପାଇଁ ଆମେ ସମସ୍ତ ଜନସାଧାରଣଙ୍କ ସହଭାଗିତା ମାଗିଛୁ। ଏଥିପାଇଁ ସୁଧିରିଯିବାର ଆବଶ୍ୟକତା ଅଛି। ବହୁ ଲୋକଙ୍କ ବଳିଦାନରେ ତିଆରି ହୋଇଥିବା ଦେଶକୁ ଅପନିନ୍ଦିତ କରିବାକୁ କାହାରିକୁ ସୁଯୋଗ ଦିଆଯିବ ନାହିଁ।

କଂଗ୍ରେସ ଦଳର ଯେଉଁ ଛାମୁଆ ସଂଗଠନ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ଦଳର ଶୀର୍ଷ ନେତୃତ୍ୱ ଏଥିପ୍ରତି ନଜର ଦିଅନ୍ତୁ । କଂଗ୍ରେସ ନିଜକୁ ଆହୁରି ଧ୍ୱଂସ ଆଡ଼କୁ ନନେଇ ଅନ୍ତତଃ ବଂଚିବାର ପ୍ରୟାସ କେମିତି ହେବ ସେ ବାବଦରେ ଚିନ୍ତା କରିବା ଜରୁରୀ। ଏହି ସାମ୍ବାଦିକ ସମ୍ବିଳନୀ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

କଂଗ୍ରେସ ଡିଜି ସମ୍ମିଳନୀ ପୃଥୀରାଜ ହରିଚନ୍ଦନ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.