Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ, ନିଆଗଲା ଏହି ନିଷ୍ପତି
ବିଶେଷ ଖବର

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ, ନିଆଗଲା ଏହି ନିଷ୍ପତି

December 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତା ସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟରେ ଆରଆଇଡିଏଫ ପାଣ୍ଠି ସହାୟତାରେ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିନସ୍ଥ କାର‌୍ୟ୍ୟକାରୀ ସଂସ୍ଥା, ନିଗମ ଆଦି ଜରିଆରେ ବିଭିନ୍ନ ପ୍ରକଳ୍ପ କାର‌୍ୟ୍ୟକାରୀ ହେଉଛି ।

ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଚଳିତ ଡିସେମ୍ବର ମାସ ୧୨ ତାରିଖ ସୁଦ୍ଧା ଏ ବାବଦରେ ରାଜ୍ୟ ବଜେଟରେ ରହିଥିବା ପ୍ରାବଧାନ ମୁତାବକ ବିଭିନ୍ନ ପ୍ରକଳ୍ପ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ବିଭିନ୍ନ ବିଭାଗ ଦ୍ୱାରା ଆରଆଇଡିଏଫ ଉପଯୋଗରେ ସଂପୂର୍ଣ୍ଣ କରାଯାଇ ସଫଳତା ହାସଲ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସଂପର୍କରେ ଆଲୋଚନା କରାଯାଇଥିଲା।

ଉଚ୍ଚ କ୍ଷମତା ସଂପନ୍ନ କମିଟିର ଅନୁମୋଦନ କ୍ରମେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ମଂଜୁରୀଲାଭ କରିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର‌୍ୟ୍ୟକାରିତା ନେଇ ନାବାର୍ଡ ତରଫରୁ କରାଯାଇଥିବା କ୍ଷେତ୍ର ପରିଦର୍ଶନ ବିବରଣୀ ସହ ଆବଶ୍ୟକ ପରାମର୍ଶ ଦିଆଯାଇଛି। ବିଭିନ୍ନ ନୂଆ ପ୍ରକଳ୍ପ ବାବଦରେ ଓଡ଼ିଶାକୁ ଅଧିକ ପାଣ୍ଠି ପ୍ରଦାନ ପାଇଁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।

ବୈଠକରେ ଅଣୁ ଜଳସେଚନ ପାଣ୍ଠି( ମାଇକ୍ରୋ ଇରିଗେସନ ଫଣ୍ତ) ଅଧିନରେ ମଞ୍ଜୁର ହେବାକୁ ଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ଦିଆଯାଇଥିବା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର‌୍ୟ୍ୟକାରିତା ପାଇଁ ଅର୍ଥ ମଞ୍ଜୁରୀ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା।

ଆରଆଇଡିଏଫରୁ ସଂପୂର୍ଣ୍ଣ ହୋଇଥିବା କେତେକ ପ୍ରକଳ୍ପରେ ଅଣୁ ଜଳସେଚନର ଆବଶ୍ୟକତା ଦୃଷ୍ଚିରୁ ଜଳ ସଂପଦ ବିଭାଗ, ଓଡ଼ିଶା ଉଠା ଜଳ ସେଚନ ପ୍ରକଳ୍ପ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମାଇକ୍ରୋ ଇରିଗେସନ ଫଣ୍ତରୁ ସହାୟତା ପାଇଁ ନୂଆ ନୂଆ ପ୍ରସ୍ତାବ ଦିଆଯିବାକୁ ଆଲୋଚନା କରାଯାଇଥିଲା।

ଆହୁରି ମଧ୍ୟ ମତ୍ସ୍ୟ ଓ ଜଳଚାଷ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଏଫ୍ଆଇଡିଏଫ୍)କୁ କିପରି ଉପଯୋଗ କରାଯାଇପାରିବ, ସେ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଛି। ଗୋପାଳପୁରର ଆର‌୍ୟ୍ୟପଲ୍ଲୀଠାରେ ମାଛଧରା ବନ୍ଦରର ଉନ୍ନତିକରଣ, ପୁରୀ ଜିଲ୍ଲାର ଅସ୍ତରଙ୍ଗ, ବାଲେଶ୍ୱରର ବାହାବଲପୁର, ଉଦ୍ରକର ଚାନ୍ଦମଣି ଆଦି ନଦୀକୂଳ ବନ୍ଦରର ବିକାଶ କରାଯିବାକୁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରସ୍ତୁତି ପୂର୍ବକ ପାଣ୍ଠି ମଞ୍ଜୁରୀ ସଂପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ପାଣ୍ଠି ( ଏଫପିଏଫ)ରୁ ରାଜ୍ୟରେ ଚିହ୍ନଟ ହୋଇଥିବା ଫୁଡ୍ ପାର୍କ ଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମି ଉନ୍ନତିରେ ଅଧିକ ଆବଶ୍ୟକତା, ଗୁଣାତ୍ମକତା ଓ ପରିଚାଳନା ଦକ୍ଷତା ପାଇଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଏମଏସଏମଇ ବିଭାଗ ତରଫରୁ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଉପଯୋଗିତାର ସମୀକ୍ଷା କରି ପ୍ରକଳ୍ପ କାର‌୍ୟ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଏବଂ ମଞ୍ଜୁରୀ ଅର୍ଥର ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ କାର‌୍ୟ୍ୟକାରୀ କରୁଥିବା ସଂପୃକ୍ତ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି। କାର‌୍ୟ୍ୟକାରୀ ହେଉଥିବା ପ୍ରକଳ୍ପ, ପ୍ରକଳ୍ପଗୁଡ଼ିକର ମଞ୍ଜୁରୀ ଏବଂ ସଦ୍ୟତମ ସ୍ଥିତି ସଂପର୍କରେ ନିଜ ନିଜ ସ୍ତରରେ ନିୟମିତ ତଦାରଖ ସହିତ ନୂଆ ନୂଆ ପ୍ରସ୍ତାବ ଦେବାକୁ ସଂପୃକ୍ତ ବିଭାଗୀୟ ସଚିବ ତଥା ମୁଖ୍ୟମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାର ନିର୍ଦ୍ଦେଶକ, ବରିଷ୍ଠ ପଦାଧିକାରୀ ଏବଂ ନାବାର୍ଡ, ଓଡ଼ିଶା ଆଞ୍ଚଳିକ କାର‌୍ୟ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ଭାରତ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯାଇଥିବା ଆରଆଇଡିଏଫ୍ ବିଭିନ୍ନ ରାଜ୍ୟରେ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଏବଂ ରାଷ୍ଟ୍ରାୟତ୍ତ ନିଗମଗୁଡ଼ିକୁ ନାବାର୍ଡ ଜରିଆରେ ସହାୟତା ପ୍ରଦାନ କରୁଛନ୍ତି । ଓଡ଼ିଶାର ବିକାଶମୂଳକ ପ୍ରୟାସରେ ନାବାର୍ଡ ରାଜ୍ୟ ସରକାରଙ୍କୁ ଏକ ପ୍ରମୁଖ ଅଂଶୀଦାର ଭାବେ ନିରନ୍ତର ସହଯୋଗ ଦେଇଆସୁଛି।

ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.