Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଜାଣନ୍ତୁ କାରଣ
ବିଶେଷ ଖବର

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଜାଣନ୍ତୁ କାରଣ

December 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଜାଣନ୍ତୁ କାରଣ

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଜି ଧନୁ ସଂକ୍ରାନ୍ତିରେ ଆସିଛି ବଡ ଖବର। ତାହା ହେଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା ସ୍ଥଗିତ ରଖାଗଲା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ଟଙ୍କା ଆସନ୍ତା 25 ତାରିଖ ବଡଦିନରେ ମହିଳାମାନଙ୍କୁ ଦିଆଯାଇଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପକ୍ରିୟା ଶେଷ ହୋଇ ନ ଥିବାରୁ ଏହି ପର୍ଯ୍ୟାୟ ଟଙ୍କା ପଠାଇବାକୁ ସ୍ଥଗିତ ରଖାଯାଇଛି।

ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସରକାର ମୋଟ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ। କାଳେ କେହି ଭାବିବ ଯେ, ମୁଁ ଏକ କୋଟି ଭିତରେ ରହିଲି ନାହିଁ ସେଥିପାଇଁ ଏହାକୁ ସ୍ଥଗିତ ରଖାଯାଇ ଯାଞ୍ଚ ଶେଷ ହେବା କାର୍ଯ୍ୟ ଚାଲିଛି। ଏହି ପକ୍ରିୟା ଆସନ୍ତା 30 ତାରିଖ ସୁଦ୍ଧା ଶେଷ ହେବ। ଏହାପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା କେବେ ଦିଆଯିବ ତାହାର ତାରିଖ ଘୋଷଣା କରାଯିବ।

ସେହିପରି ଯେଉଁମାନଙ୍କ ପାଞ୍ଚ ଏକରରୁ କମ ଜମି ରହିଛି ସେମାନଙ୍କୁ ଏଥିରେ ସାମିଲ କରାଯିବ। ଏହାକୁ ନେଇ ବିଭିନ୍ନ ମହଲରେ ଦ୍ବନ୍ଦ ସୃଷ୍ଟି ହୋଇଛି। ଅନେକ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପାଞ୍ଚ ଏକର ଜମି ନ ଥିବା ସ୍ବତେ ତାଙ୍କ ନାମ ବାଦ ପଡିଛି। ସେମାନଙ୍କୁ ପୁଣି ଥରେ ଚିହ୍ନଟ କରାଯାଉଛି। ଯେଉଁମାନେ ଯୋଗ୍ୟ ହେବେ ସେମାନଙ୍କୁ ସାମିଲ କରିବା ପାଇଁ ଚେଷ୍ଠା କରାଯାଉଛି।

ଅନ୍ୟପକ୍ଷରେ ବହୁ ହିତାଧିକାରୀ ଏହି ଯୋଜନାରୁ ସତ୍ବଃପ୍ରୁତ ଭାବେ ବାହାରି ଯାଇଛନ୍ତି। ହେଲେ ପରେ ସେମାନେ ଅନୁଭବ କରିଛନ୍ତି ଯେ ସେମାନେ ପ୍ରକୃତରେ ଯୋଗ୍ୟ ହିତାଧିକାରୀ। ଏପରି କ୍ଷେତ୍ରରେ ସେମାନେ ସୁଭଦ୍ରା ପୋର୍ଟାଲରେ ଏକ ଅଭିଯୋଗ କଲେ ତାଙ୍କ କଥା ପୁନଃବିଚାର କରାଯିବ। କିମ୍ବା ସେମାନେ ଅଙ୍ଗନବାଡି କର୍ମି ଅଥବା ବ୍ଲକରେ ଯାଇ ଅଭିଯୋଗ କଲେ ସେମାନଙ୍କ କଥା ବିଚାର କରାଯିବ।

ତେବେ ଏହି ଯୋଜନାରେ ଯେଉଁମାନେ ଆବେଦନ କରିବା ପରେ ଓଟିପି ଯାଇଛି ତାହା ଠିକ ହେଲା ବୋଲି ଧରାଯିବ ନାହିଁ। ସେମାନେ ପରବର୍ତ୍ତି ସମୟରେ ଇ କେୱାଇସି ଦାଖଲ କରିବାକୁ ପଡିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ଗାଁ ଗାଁରେ ଅଙ୍ଗନବାଡି କର୍ମି ଏବଂ ସୁଭଦ୍ରା ସହାୟତା କର୍ମି ଅଛନ୍ତି। ସେମାନଙ୍କ ପାଖରେ ଇ କେୱାସିକୁ ଦାଖଲ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ପ୍ରଭାତୀ ପରିଡା ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026
Latest News

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.