Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବର୍ଷାଜନିତ ଧାନ ଫସଲର କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଲା କୃଷକ ମୋର୍ଚ୍ଚା
ବିଶେଷ ଖବର

ବର୍ଷାଜନିତ ଧାନ ଫସଲର କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଲା କୃଷକ ମୋର୍ଚ୍ଚା

December 22, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
KrushakMorcha
ବର୍ଷାଜନିତ ଧାନ ଫସଲର କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଲା କୃଷକ ମୋର୍ଚ୍ଚା

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଉନ୍ନତି ହେବାରେ ଲାଗିଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷକଙ୍କ ସାମୁହିକ ବିକାଶ ପାଇଁ ବଦ୍ଧପରିକର। ମୋହନ ସରକାରଙ୍କ ନେତୃତ୍ୱରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଖରିଫ ଧାନ କିଣାରେ ବ୍ୟାପକ ସ୍ୱଚ୍ଛତା ଅଣାଯିବା ସହ କଟ୍‌ନିଛଟନି ବନ୍ଦ କରିବା, ମିଲରଙ୍କର ଦାଦାଗିରି ବନ୍ଦ କରିବା ଓ ଧାନମଣ୍ଡିଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଧାନ କିଣା କାରବାରକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବାରମ୍ବାର ଜିଲ୍ଲା ଗସ୍ତରେ ଆସି ଧାନମଣ୍ଡୀ ପରିଦର୍ଶନ କରିବା ସହ ତଦାରଖ କରୁଛନ୍ତି। ମାତ୍ର ଓଡ଼ିଶାର ବିରୋଧୀ ଦଳ ଏଥିରେ ସହଯୋଗ ନ କରି ଧାନ କିଣା କାରବାରରେ ବ୍ୟାଘାତ ଓ ବିଶୃଙ୍ଖଳା କରିବା ପାଇଁ ବ୍ୟାପକ ଭାବେ ଅପପ୍ରଚାର କରି ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ।

ବିରୋଧୀ ଦଳଗୁଡ଼ିକର ଏଭଳି କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ତାଙ୍କ ଚାଷୀମାରଣ ନୀତିକୁ ସ୍ପଷ୍ଟ କରୁଛି। ଅସହିଷ୍ଣୁୁ ବିରୋଧୀ ଦଳଗୁଡ଼ିକ ଅଯଥାରେ ବିଭ୍ରାଟ କରନ୍ତୁ ନାହିଁ ବୋଲି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି।

ରାଜ୍ୟର ସମସ୍ତ ୩୦ଟି ରାଜସ୍ୱ ଜିଲ୍ଲାର ‘ଧାନ ସଂଗ୍ରହ କମିଟି’ର ଚାଷୀ ପ୍ରତିନିଧିମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ଲଘୁଚାପଜନିତ ଅଦିନିଆ ଲଗାଣ ବର୍ଷାଜନିତ ଧାନ ଫସଲର କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଆଜିର ବୈଠକରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ସାହୁ ସୁଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିବା ଧାନ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତିର ସହାୟତା ପାଇବା ନିମନ୍ତେ ‘କୃଷି ରକ୍ଷକ ଆପ’ରେ ୭୨ ଘଂଟା ମଧ୍ୟରେ ତଥ୍ୟ ଦେଇପାରିବେ ଅବା ହେଲ୍ପ ଲାଇନ୍ ନଂ. ୧୪୪୭କୁ କଲ୍ କରି ସୂଚନା ଦେଇପାରିବେ ବୋଲି ବୈଠକରେ କୁହାଯାଇଛି। ଏଦିଗରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହାୟତା କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏଥିସହ ମଣ୍ଡିରେ ଧାନ କିଣା ସମୟରେ କଟନିଛଟନି ଓ ମିଲରମାନଙ୍କ ଦାଦାଗିରି ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସମସ୍ତ ଧାନମଣ୍ଡୀ ଜଗିବା ସହ ତଦାରଖ କରିବାକୁ ବୈଠକରେ ନିଷ୍ପତି ହୋଇଛି।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ବରିଷ୍ଠ ବିଜେପି ନେତା ଶ୍ରୀ ସଜ୍ଜନ ଶର୍ମା, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା, ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ବରିଷ୍ଠ ବିଜେପି ନେତା ଶ୍ରୀ ଶୁଭ୍ରାଂଶୁ ଶେଖର ପାଢୀ, ରାଜ୍ୟ ସଂପାଦକ ଶ୍ରୀ ମନୋଜ କୁମାର ସାହୁ, ବିକ୍ରମ କେଶରୀ ରାଉତରାୟ, ଅଶୋକ କୁମାର ରଥ ଉପସ୍ଥିତ ଥିଲେ।

ସେହିପରି ରାଜ୍ୟ ସଂଯୋଜକ ଡକ୍ଟର ଜଗନ୍ନାଥ ମହାପାତ୍ର, ସନ୍ତୋଷ କୁମାର ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସୁନିଲ କୁମାର ମହାନ୍ତି, ଜଗନ୍ନାଥ ଗଡ଼ନାୟକ ସିଂ, ଜୟଲକ୍ଷ୍ମୀ ମହାନ୍ତି, ପୂର୍ଣିମା ଦାଶ, ଅମିତା କର, ସୁଦର୍ଶନ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ମିଶ୍ର, ଲକ୍ଷ୍ମୀନାରାୟଣ ତ୍ରିପାଠୀ, ଜଗଦୀଶ କଲାର, ସୁମନ୍ତ କୁମାର ମହାରଣା, ଅନିରୁଦ୍ଧ ପ୍ରଧାନ, ଯଶୋବନ୍ତ ସେଠ, ଦୃତିୟ ଭୋଇ, ସୁଖଦେବ ପ୍ରଧାନ, ରିଗିଂଟୁ ପ୍ରଧାନ, ସୋନୁ ଲୋହାର, ଶ୍ରୀଧର ସାହୁ, ମଦନ ମୋହନ ମହାନ୍ତ, ଶଙ୍କର୍ଷଣ ଜେନା, ପାଣ୍ଡବ ଧଳ, ସୁରଥ କୁମାର ସେଠୀ, ଶ୍ରୀଧର ପ୍ରଧାନ, ତପନ କୁମାର ବେହେରା, ଅଜୟ କୁମାର ପ୍ରଧାନ, ଶିବ ପ୍ରସାଦ ମିଶ୍ର, ଶ୍ରୀନିବାସ ପ୍ରଧାନ, ଅବନେଶ୍ୱର ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ଶତାଧିକ ଚାଷୀ ନେତା ସାମିଲ ହୋଇଥିଲେ।

KrushakMorcha ଅଦିନିଆ ବର୍ଷା ଧାନ ଫସଲ
Share. Facebook Twitter LinkedIn Email WhatsApp Copy Link

Related Posts

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025
Latest News

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.