Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ: ବଢିଲା ପେନ୍‌ସନ୍, ଜେଲ୍ ଯାଇଥିବା ସଂଗ୍ରାମୀମାନେ ପାଇବେ କେତେ?
ବିଶେଷ ଖବର

ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ: ବଢିଲା ପେନ୍‌ସନ୍, ଜେଲ୍ ଯାଇଥିବା ସଂଗ୍ରାମୀମାନେ ପାଇବେ କେତେ?

January 2, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ମାନେ ଆମର ଅମୂଲ୍ୟ ରତ୍ନ। ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା’ର ମୂଲ୍ୟ କେହି ଦେଇ ପାରିବେ ନାହିଁ। ଆମେ କେବଳ ତାଙ୍କୁ ସମ୍ମାନ ଦେଇ ପାରିବା ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆ ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନାର୍ଥେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନସନକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ଜେଲ୍ ଯାଇଥିବା (ବନ୍ଦୀ) ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ  ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନେ ପୂର୍ବରୁ ୯ ହଜାର ଟଙ୍କା ପାଉଥିବା ବେଳେ ଏବେ ମାସକୁ ୧୫ ହଜାର ଟଙ୍କା ପାଇବେ। କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ପାଉଥିବା ସଂଗ୍ରାମୀମାନଙ୍କୁ (କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ରତା ସୈନିକ ସମ୍ମାନ) ରାଜ୍ୟ ସରକାର ମାସକୁ ଅତିରିକ୍ତ ୮ ହଜାର ଟଙ୍କା ପ୍ରତୀକ ଭତ୍ତା ପ୍ରଦାନ କରୁଥିଲେ। ଏହି ଭତ୍ତାକୁ  ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ଜରୁରୀ କାଳୀନ ପରିସ୍ଥିତିକୁ ଗଣତନ୍ତ୍ରର ଏକ କଳା ଦାଗ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇଥିବା ସମସ୍ତ ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାର ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଭାବେ ପାଳନ କରାଯାଉଛି। ଡଃ ମହତାବଙ୍କ କୃତି ଓ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ଏବଂ ତାଙ୍କ ଅବଦାନର ସମ୍ମାନାର୍ଥେ ଚଳିତ ବର୍ଷ ଡଃ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ରାଜ୍ୟ ତଥା ରାଷ୍ଟ୍ରସ୍ତରରେ ଏକ ବର୍ଷବ୍ୟାପୀ ପାଳନ କରାଯାଉଛି। ଡଃ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ। ତାଙ୍କ ରଚିତ ପୁସ୍ତକ ଓ ଆଲେଖ୍ୟ ଗୁଡିକର ବିଭିନ୍ନ ଭାଷାରେ ପୁନଃ ପ୍ରକାଶନ, ତାଙ୍କ ଜନ୍ମସ୍ଥାନ ଅଗରପଡାରେ ମେମୋରିଆଲ ପ୍ରତିଷ୍ଠା, ତାଙ୍କ ଜୀବନୀ ଉପରେ ଗବେଷଣା ଆଦି ଅନେକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ   କରାଯିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଭାରତର ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓ ଅନନ୍ୟ। ଗାନ୍ଧିଜୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମର ମୁଖ୍ୟଧାରା ବିଷୟରେ ଆମେ ସମସ୍ତେ ଜାଣିଛେ। କିନ୍ତୁ, ଏହା ସହିତ ଭାରତ ବର୍ଷରେ ଅହୁରି ଅନେକ ମହାନ ବ୍ୟକ୍ତି ନିଜ ନିଜ ବିଚାରଧାରାରେ ଆନ୍ଦୋଳନ କରୁଥିଲେ। ଆମେ ସେମାନଙ୍କ କଥା ଜାଣିନାହୁଁ । ଇତିହାସରେ ସେମାନେ ସଠିକ୍ ଭାବେ ସ୍ଥାନୀତ ହୋଇ ନାହାନ୍ତି। ଏହି ବୀର ସଂଗ୍ରାମୀମାନେ ନିଜ ପାଇଁ କିମ୍ବା ଇତିହାସ ପୃଷ୍ଠାରେ ସ୍ଥାନ ପାଇବା ପାଇଁ ପ୍ରାଣବଳୀ କିମ୍ବା ତ୍ୟାଗ ଦେଇନଥିଲେ। ତାଙ୍କ ପାଇଁ ଦେଶ ଓ ଦେଶର ସ୍ୱାଧୀନତା ସବୁକିଛି ଥିଲା । ଆଜି ସମୟ ଆସିଛି ଜନସାଧାରଣ ତାଙ୍କ ବିଷୟରେ ଜାଣିବା ପାଇଁ। କାରଣ ଏକ ସମାଜ ପାଇଁ ତା’ର ଇତିହାସ ହେଉଛି ସବୁଠାରୁ ବଡ ଶିକ୍ଷା। ଯଦି ଆମେ ଆମର ଇତିହାସକୁ ସ୍ମରଣ ନକରିବା ତେବେ ଆମର ବର୍ତ୍ତମାନ ମୂଲ୍ୟହୀନ ଓ ଭବିଷ୍ୟତ ଅନ୍ଧକାରମୟ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଇତିହାସର ଏହି ଭୁଲକୁ ସୁଧାରିବା ପାଇଁ ୨୦୧୪ ମସିହା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଉଦ୍ୟମ ଆରମ୍ଭ ହୋଇଛି । ଏପରି ନାମହୀନ, ପରିଚୟହୀନ ମହାପୁରୁଷ ଏବଂ ବରପୁତ୍ରୀ ମାନଙ୍କୁ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଉଛି। ଯାହାଫଳରେ ଆମେ ସାରା ଭାରତବର୍ଷରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିପାରୁଛୁ।

ନିକଟରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ନାମିତ କରିଛନ୍ତି। ଆମ ରାଜ୍ୟରେ ବରଗଡ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ମାଧୋ ସିଂହଙ୍କ ତ୍ୟାଗ ଓ ବଳିଦାନର ସମ୍ମାନାର୍ଥେ ଶହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଆମେ ଆରମ୍ଭ କରିବାକୁ ଯାଉଛୁ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ସମସ୍ତ ବରପୁତ୍ର ମାନଙ୍କୁ ସମ୍ମାନ ଦେବାରେ ଆମ ସରକାର କେବେହେଲେ ଅବହେଳା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ  କହିଥିଲେ।

ଏହି ମହୋତ୍ସବରେ ଦେଶର 10ଟି ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦାୟଦ ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଏହି ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ସଦନ ପରିସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ବୁଲି ଦେଖିଥିଲେ।

କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ। ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଶିଷ୍ଟ ସ୍ୱାଧନତା ସଂଗ୍ରାମୀ ତଥା ମହୋତ୍ସବର ସଭାପତି ବିମ୍ବାଧର ମୁଦୁଲି, ସାଂସଦ ଭର୍ତ୍ତୃହରି ମହତାବ, ବିରୋଧୀ ଦଳ ଉପ-ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂହ, ବିଧାୟକ ସାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖିଥିଲେ।

ଅମୂଲ୍ୟ ରତ୍ନ ପେନ୍ସନ୍ ସ୍ୱାଧୀନତା ସଂଗ୍ରାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025

ରଣପୁରର କୁନି ପ୍ରତିଭା ଶୁଭ୍ରାଂଶୁଙ୍କୁ ସମ୍ମାନିତ କଲେ ନୟାଗଡ଼ ଜିଲ୍ଲାପାଳ

August 18, 2025
Latest News

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.