Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୟୂରଭଞ୍ଜରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି କଲେ ଉଦଘାଟନ
ବିଶେଷ ଖବର

ମୟୂରଭଞ୍ଜରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି କଲେ ଉଦଘାଟନ

January 13, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ମୟୂରଭଞ୍ଜରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି କଲେ ଉଦଘାଟନ

ନୂଆଦିଲ୍ଲୀ/ ରାଇରଙ୍ଗପୁର/ ବାରିପଦା : ଆଜି ରାଇରଙ୍ଗପୁର ମହତାବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ଭାରତ ର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତା’ଙ୍କ କରକମଳରେ ଆଭାସୀ ମାଧ୍ୟମ ରେ ଗୋ ସମାବେଶ, ଓମଫେଡ କୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ କୁ ଉଦଘାଟନ କରି ମୁଖ୍ୟ ଅତିଥି ମାନନୀୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରେ କହିଥିଲେ କି ଏହି ଯୋଜନା ରେ  ସ୍ୱାସ୍ଥ୍ୟଗତ ଦୃଷ୍ଟି ରୁ ଗୋ ଏବଂ  ପିଲାମାନେ ଉଭୟ ଉପକୃତ ହେବେ ଏବଂ ଗ୍ରାମୀଣ ଗୋପାଳକ ମାନଙ୍କ ଆର୍ଥିକ ସ୍ଥିତି ରେ ଉନ୍ନତି ଆସିବ। କୃଷି କାର୍ଯ୍ୟ ରେ ମଧ୍ୟ ଗୋପାଳନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଆମ ଦେଶର ଗୋ ସମ୍ପଦ ର ଉନ୍ନତି ପାଇଁ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା କୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାର ଙ୍କ ଏଥି ନିମିତ୍ତ ସହଯୋଗ କୁ ମଧ୍ୟ ପ୍ରଶଂସା କରିଥିଲେ।

ସେହିପରି ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ ରାଜ୍ୟରେ ଗୋ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସଙ୍କର ଜାତୀୟ ଗାଈ ତଥା ଦେଶୀୟ ପ୍ରଜାତିର ଗୀର ଓ ସହିୱାଲ ଆଦି ପ୍ରଜାତି ଗାଈ ପାଳନ ପାଇଁ ୭୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଛି। ଏହା ସହିତ ଗାଈ, ମଇଁଷି ଙ୍କ ବୀମା କରାଯାଇ ଗୋପାଳକ ମାନଙ୍କୁ ଆର୍ଥିକ ସୁରକ୍ଷା ଦିଅ ଯାଉଛି। ଏଥିରେ ବୀମା ପ୍ରିମିୟମ ରାଶିର ୮୫ ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି। ଏହା ସହିତ ରାଜ୍ୟରେ ପ୍ରାଣୀ ସମ୍ପଦର ବିକାଶ ପାଇଁ ନିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ଅସହାୟ ଓ ବୁଲା ଗାଈ ଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଇତ୍ୟାଦି ବିଭିନ୍ନ ଯୋଜନା ସମ୍ଭନ୍ଧ ରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ କହିଥିଲେ ଦୁଗ୍ଧ ହେଉଛି ଜୀବନୀ ଶକ୍ତି ର ଉତ୍ସ ଏବଂ ଗୋ-ସେବା ଆମ ସଂସ୍କୃତିର ବହୁ ପୁରାତନ ପରମ୍ପରା । ସେ କହିଥିଲେ ଯେ ଗୋମାତା ଙ୍କ ସେବା ଦ୍ୱାରା ଦୁଃଖ ରୁ ମୁକ୍ତି ମିଳେ ।

ପ୍ରକାଶ ଥାଉକି ଏନ ଡି ଡି ବି ( National Dairy Development Board) ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ ଅଧିନସ୍ଥ ପି. ଇ. ଏସ. ଯୋଜନା ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ କୁ ସମୁଦାୟ ୩୦୦୦ଟି ଉନ୍ନତ ମାନର ଦୁଧିଆଳୀ ଗାଈ ହିତାଧିକାରୀ ମାନଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ହୋଇଛି ଏବଂ ସେଥିମଧ୍ୟରୁ ରାଇରଙ୍ଗପୁର ସବ ଡିଭିଜନ ପାଇଁ ୧୦୦୦ ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ।

ପ୍ରକାଶ ଥାଉକି ଉକ୍ତ ଗାଈ ଗୁଡିକ ସୁଦୂର ଗୁଜୁରାଟ ରାଜ୍ୟରୁ ଅଣାଯାଇ ମୟୁରଭଞ୍ଜ ଜିଲ୍ଳାର ଦୁଗ୍ଧ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଛି ଏବଂ ଏହାର ମୂଳ ଲକ୍ଷ୍ୟ ହେଉଛି ଗାଈ ପ୍ରଜାତି ର ଆନୁବଂଶିକ ଉନ୍ନତି(ଜେନେଟିକ ଅପଗ୍ରେଡେସନ )କରିବା  ଯଦ୍ୱାରା ଦୁଗ୍ଧ ଚାଷୀ ମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବଏବଂ ସେମାନଙ୍କ ଜୀବନ ଶୈଳୀ ରେ ଉନ୍ନତି ଘଟିବ।

ଗାଈ ଯୋଗାଇ ଦେବା ପରେ ଏହାର ଉପଯୁକ୍ତ ପାଳନ ଓ ଆନୁସଙ୍ଗିକ ବିଷୟରେ ଚାଷୀ ମାନଙ୍କୁ NDDB ତରଫରୁ ଆବଶ୍ୟକ ତାଲିମ ଦେବା ବ୍ୟବସ୍ଥା ମଧ୍ୟ ଜରାଯାଇଛି ଯା ଫଳରେ ଚାଷୀ ମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସକ୍ଷମ ହୋଇ ପାରିବେ।

ଏତଦ ବ୍ୟତୀତ ଗିଫ୍ଟ ମିଲ୍କ ଯୋଜନା ରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୯ ଟି ସରକାରୀ ବିଦ୍ୟାଳୟର ୧୧୮୪ ଜଣ ଛାତ୍ର ଛାତ୍ରୀଙ୍କୁ  ସେମାନଙ୍କ ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନ ରେ ୨୦୦ ଏମ ଏଲ ର ଭିଟାମିନ ଏ ଓ ଡି ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ରାଇରଙ୍ଗପୁରର କିଛି ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭାଗୀୟ ମନ୍ତ୍ରୀ ତଥା ଅତିଥି ମାନେ ପ୍ରତୀକାତ୍ମକ ଭାବରେ ମଞ୍ଚରେ ଗୋ ପ୍ରଦାନ କରିଥିଲେ ଏବଂ କିଛି ଛାତ୍ରଛାତ୍ରୀଙ୍କୁ  ଭିଟାମିନ ଏ ଏବଂ ଡି ଯୁକ୍ତ ୨୦୦ml ର ପୁଷ୍ଟିକର ଦୁଗ୍ଧ ବୋତଲ ପ୍ରଦାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀପାଳନ ଓ ଡାଏରୀ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ,ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀ ପାଳନ ଓ ଡାଏରୀ ଏବଂ ପଂଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂହ ବଘେଲ ଆଭାସୀ ମାଧ୍ୟମ ରେ ଯୋଗ ଦେଇଥିଲେ।

ସେହିପରି ଓଡିଶା ସରକାରଙ୍କ  ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ଓଡିଶା ସରକାରଙ୍କ ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୟୁରଭଞ୍ଜ ଲୋକ ସଭା ସାଂସଦ ଶ୍ରୀ ନବ ଚରଣ ମାଝୀ,  ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ବିଧାୟକ ସlରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, ଏନ ଡି ଡି ବି ଅଧ୍ୟକ୍ଷ ଡ଼କ୍ଟର ମିନେଶ ସାହା ଓ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରମୁଖଙ୍କ  ଉପସ୍ଥିତି ରେ ଉକ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଓଡିଶା ର ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ରାଜ୍ୟ ବୀମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଭାରତ ସରକାରଙ୍କ ବିଭିନ୍ନ ପଦାଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭଗୀୟ ପଦାଧିକାରୀ,ଏନ ଡି ଡି ବି ର ବରିଷ୍ଠ ପଦାଧିକାରୀ,ଓମଫେଡ ର ପଦାଧିକାରୀ, ବିଜେପି ର ରାଜ୍ୟ ସମ୍ପାଦକ ଶ୍ରୀ ନବୀନ ରାମ, ରାଇରଙ୍ଗପୁର ସହର ସମ୍ପାଦକ ଶ୍ରୀ ସୁରଥ ପଟ୍ଟନାୟକଙ୍କ ସମେତ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଦୁଗ୍ଧ ଚାଷୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୪୦ ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍

October 11, 2025

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ସମ୍ମିଳନୀ

October 11, 2025
Latest News

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୪୦ ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍

October 11, 2025

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ସମ୍ମିଳନୀ

October 11, 2025

Naveen Returns: ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନୂଆପଡା ପାଇଁ କରିବେ ରଣନୀତି

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.