Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

February 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜ୍ଞାନ ହେଉଛି ପ୍ରକୃତ ଶକ୍ତି। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି। ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ। ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି।

ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜିର ଶିକ୍ଷା ପଦ୍ଧତି ଓ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏବେ ନିଯୁକ୍ତି ଓ ରୋଜଗାରର ଅମାପ ସୁଯୋଗ ରହିଛି। ଏହାର ସଦୁପଯୋଗ କରିବା ପାଇଁ ଶିକ୍ଷା ସହିତ ଉପଯୁକ୍ତ ଦକ୍ଷତା ବିକାଶ ତାଲିମ୍ ର ଆବଶ୍ୟକତା ରହିଛି।

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବଜେଟରେ ଦେଶର ଏକ କୋଟି ଯୁବଗୋଷ୍ଠୀଙ୍କୁ ପ୍ରତିଷ୍ଠିତ କମ୍ପାନୀ ମାନଙ୍କ ଜରିଆରେ ଶିଳ୍ପଉପଯୋଗୀ କରିବାପାଇଁ ଷ୍ଟାଇପେଣ୍ଡ ସହ internship ର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶରେ ନୂତନ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରାଯାଇଛି। ଯୁବପିଢିଙ୍କୁ ଏକ ସାମଗ୍ରିକ ଶିକ୍ଷା ଦ୍ଵାରା ଯୋଗ୍ୟ କରିବା ହେଉଛି ଆମର ଲକ୍ଷ୍ୟ।

ସେ ପୁଣି କହିଥିଲେ, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାରଙ୍କ ଯୋଜନା ରହିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ କରିବାପାଇଁ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବଳିଷ୍ଠ କରିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନବନିର୍ମିତ ନୂତନ ଶ୍ରେଣୀଗୃହ ଓ ପ୍ରଶାସନିକ ଗୃହର ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନେପାଳର କାଠମାଣ୍ଡୁ ଠାରେ ଆୟୋଜିତ South Asian Combat Championship ରେ ମେଡାଲ ହାସଲ କରିଥିବା ଓ ସର୍ବ ଭାରତୀୟ କୋଷ୍ଟାଲ ଟ୍ରେକିଙ୍ଗ ଓ ମାଉଣ୍ଟେନ କୋର୍ସ ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେଯେ, ବିଶିଷ୍ଟ ସମାଜସେବୀ ସୁରଜମଲ ସାହା, ସାହସ, ତ୍ୟାଗ, ସମର୍ପଣ ଓ ତିତିକ୍ଷାର ପ୍ରତୀକ ଥିଲେ। ସେ ପ୍ରତ୍ୟକ୍ଷ ରାଜନୀତିରେ ନଥାଇ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସଦା ସର୍ବଦା ଚେଷ୍ଟିତ ଥିଲେ। ଏହି ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ହେଉଛନ୍ତି, ଜାତୀୟ ସ୍ତରର ଖେଳାଳୀ, ଏହା ଏକ ଗୌରବର କଥା। ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ଯେ, ରାଜ୍ୟର ବିକାଶ ଓ ସମୃଦ୍ଧି, ତୁମକୁ ମାନଙ୍କ ଉପରେ ନିର୍ଭର କରୁଛି। ନିଜର ଉଜ୍ଜ୍ୱଳ ଭବିଷ୍ୟତ ଜରିଆରେ ରାଜ୍ୟ ତଥା ଦେଶର ବିକାଶ ପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ସେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ପିଲା ମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ଦେବା ସହିତ, ଆଗାମୀ ଭବିଷ୍ୟତରେ ନିଜ ଶିକ୍ଷା ମହତ୍ୱକୁ ଶୀର୍ଷ ସ୍ଥାନରେ ସ୍ଥାନିତ କରିବା ପାଇଁ କହିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ବ୍ରହ୍ମ।ନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅଧ୍ୟାପକ ନଳିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026
Latest News

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.