Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ମିଳିବ ପ୍ରାପ୍ୟ, ଘୋଷଣା ହେଲା ଲକ୍ଷପତି ଦିଦି ସହାୟିକା ଯୋଜନା
ବିଶେଷ ଖବର

ଏଣିକି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ମିଳିବ ପ୍ରାପ୍ୟ, ଘୋଷଣା ହେଲା ଲକ୍ଷପତି ଦିଦି ସହାୟିକା ଯୋଜନା

February 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏଣିକି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ମିଳିବ ପ୍ରାପ୍ୟ, ଘୋଷଣା ହେଲା ଲକ୍ଷପତି ଦିଦି ସହାୟିକା ଯୋଜନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା..ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି ।

ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ଵାରା ନିଯୁକ୍ତି ଦିଆଯାଇଥିଲା ।

କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ Community Resource Person for Community Mobilization (CRP-CM), Master Book Keeper (MBK), Bank Mitra ଓ Prani Mitra ଅନ୍ତର୍ଭୁକ୍ତ ଅଟନ୍ତି। ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା ।

ଓଡିଶା ଜୀବିକା ମିଶନର ପତ୍ର ସଂଖ୍ୟା ୫୭୪, ତାରିଖ ୨୫.୦୨.୨୦୧୯ରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରଯାଇଥିଲା । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘମାନଙ୍କୁ ୨୦୧୯ ଏପ୍ରିଲ ୧ ତାରିଖଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ହାରରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା ।

ନିଯୁକ୍ତିର ପ୍ରଥମ ତିନି ବର୍ଷ ୧୦୦ ପ୍ରତିଶତ, ଚତୁର୍ଥ ବର୍ଷରେ ୭୫ ପ୍ରତିଶତ ଓ ପଞ୍ଚମ ବର୍ଷରେ ୫୦ ପ୍ରତିଶତ ହିସାବରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଚତୁର୍ଥ ବର୍ଷରେ ୨୫ ପ୍ରତିଶତ, ପଞ୍ଚମ ବର୍ଷରେ ୫୦ ପ୍ରତିଶତ ଏବଂ ପଞ୍ଚମ ବର୍ଷ ପରେ ସମୁଦାୟ ୧୦୦ ପ୍ରତିଶତ ପାଣ୍ଠି ପଞ୍ଚାୟତସ୍ତରୀୟ ସଂଘମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l

ମାତ୍ର ଏହା ପରିଲକ୍ଷିତ ହେଉଅଛି ଯେ, ବିଗତ ସରକାରଙ୍କ ଇଛା ଶକ୍ତିର ଅଭାବ ଯୋଗୁ GPLF ମାନେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ପାରି ନାହାନ୍ତି । ତେଣୁ, କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଦଶ ମାସ ଧରି ପାରିଶ୍ରମିକ ପାଇ ପାରିନାହାନ୍ତି।

ଆମ ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି। ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ “ଲକ୍ଷପତି ଦିଦି ଯୋଜନା” କାର୍ଯ୍ୟକାରୀ ହେଉଅଛି l ଏହି ଯୋଜନାରେ ଅଧିକରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବା ପାଇଁ ପ୍ରୟାସ କରାଯାଉଅଛି । ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି ।

ଏତଦ୍ ବ୍ୟତୀତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ସମୃଦ୍ଧ ଓଡିଶା ଗଢିବା ଆମ ସରକାରଙ୍କ ଉଦ୍ଦେଶ୍ୟ । ଏଥିପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ, ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ, ଆମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । “ଲକ୍ଷପତି ଦିଦି ସହାୟିକା ଯୋଜନା” ନାମକ ଏକ ନୂତନ ଯୋଜନା ମୁଁ ଘୋଷଣା କରୁଛି।

ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ। ଏହି ନିଷ୍ପତ୍ତି ଦ୍ଵାରା ୬୨ ହଜାରରୁ ଉର୍ଦ୍ଧ୍ଵ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭବାନ ହେବେ ଏବଂ ସେମାନେ ଏପ୍ରିଲ ୨୦୨୪ ଠାରୁ ତାଙ୍କର ପାରିଶ୍ରମିକ ପାଇବେ ।

ବିଧାନସଭା ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025
Latest News

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.