Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ମାଣାଧୀନ ସମସ୍ତ ବ୍ୟବସାୟିକ ଅଟ୍ଟାଳିକା ରେରା ଅନୁମତି ନେବା ଜରୁରୀ
ବିଶେଷ ଖବର

ନିର୍ମାଣାଧୀନ ସମସ୍ତ ବ୍ୟବସାୟିକ ଅଟ୍ଟାଳିକା ରେରା ଅନୁମତି ନେବା ଜରୁରୀ

February 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ମାଣାଧୀନ ସମସ୍ତ ବ୍ୟବସାୟିକ ଅଟ୍ଟାଳିକା ରେରା ଅନୁମତି ନେବା ଜରୁରୀ

ଭୁବନେଶ୍ବର: ରିଅଲ ଇଷ୍ଟେଟ ବାର ଆସୋସିଏସନ ତରଫରୁ ଭୁବନେଶ୍ଵର ଏକ ପଞ୍ଚତାରକା ହୋଟେଲ “ମିଟ୍ ଏବଂ ଗ୍ରିଟ ” କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ରିଅଲ ଇଷ୍ଟେଟ ଅଥରିଟିର ସଦସ୍ୟ ଶ୍ରୀ ପ୍ରଦୀପ କୁମାର ବିଶ୍ଵାଳ, ନ୍ୟାୟିକ ସଦସ୍ୟ ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ କାର୍ଯ୍ୟ ନିର୍ବାହୀ ନ୍ୟାୟିକ ସଦସ୍ୟ ଶ୍ରୀ ମାନସ ରଞ୍ଜନ ମିଶ୍ର ପ୍ରଭୁତି ଅତିଥି ମାନେ ଯୋଗ ଦେଇଥିଲେ।

ଏହି ସଭାରେ ରିଅଲ ଇଷ୍ଟେଟ ବାର ଆସୋସିଏସନର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସଭାପତିତ୍ବ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କୁମାର ମହାନ୍ତି ନୂତନ କରି ଗଠନ ହୋଇଥିବା ରିଅଲ ଇଷ୍ଟେଟ ସଂଘର ଆଭିମୁଖ୍ୟ ବୁଝାଇଥିଲେ। ସେ କହିଥିଲେ ଯେ ଯେଉଁ ଲୋକ ଜମି ବାଡି କିଣା ବିକା କରୁଛନ୍ତି ସେମାନେ ରେରା ଠାରୁ ଉପଯୁକ୍ତ ଅନୁମତି ନେଇ ଜମି ଓ ଗୃହ ନିର୍ମାଣ ଖରିଦ ବିକ୍ରୀ କରିବା ପାଇଁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରେରା ର ସଦସ୍ୟ ଶ୍ରୀ ବିଶ୍ଵାଳ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଥିଲେ ଯେ ରେରା ଆଇନ ଆସିବା ପର ଠାରୁ ସମସ୍ତ ରିଅଲ ଇଷ୍ଟେଟ ବ୍ୟବସାୟୀ ତାଙ୍କର ପ୍ରକଲ୍ପ ଗୁଡିକ ରେରା ଦ୍ଵାରା ପଞ୍ଜିକୃତ ନ କରି ବିକ୍ରୀ ଖରିଦ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ।

ଅନ୍ୟତମ ନ୍ୟାୟିକ ସଦସ୍ୟ ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ କହିଥିଲେ ରେରା ଆସିବା ପୂର୍ବରୁ ଯେଉଁ ପ୍ରକଳ୍ପ ଗୁଡିକ ବିଭିନ୍ନ ଉନ୍ନୟନ ଅଧିକାରୀଙ୍କ ଠାରୁ ଅନୁମତି ପ୍ରାପ୍ତ ହୋଇଥିଲେ ବି ଯଦି କାର୍ଯ୍ୟ ସମାପ୍ତ ପ୍ରମାଣ ପତ୍ର ନ ଦେଖାନ୍ତି ,ତେବେ ସେହି ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ ପ୍ରକଳ୍ପ ହିସାବରେ ଧରାଯିବ ଏବଂ ରେରା ଆଇନ୍ ଲାଗୁ ହେବ। ଅନ୍ୟତମ ସଦସ୍ୟ ଶ୍ରୀ ମାନସ ମିଶ୍ର କହିଥିଲେ ଯେ ଅନାନ୍ୟ ଆଇନ ଠାରୁ ରେରା ଆଇନ ସବୁଠାରୁ ସରଳ ଓ ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ଉପଯୋଗୀ ଆଇନ।

ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ରେରା ଓକିଲ ସଂଘ ର କାର୍ଯ୍ୟକାରି ସଦସ୍ୟ ଶ୍ରୀ ଅଖିଳେଶ ମିଶ୍ର ଏବଂ ଶ୍ରୀ ବିନାୟକ ସୁବୁଦ୍ଧି ଏବଂ ସେମାନଙ୍କୁ ସହଯୋଗିତା କରିଥିଲେ ସୋନାଲି ମହାପାତ୍ର ଶାରଦା ମଞ୍ଜରି ପାଣିଗ୍ରାହୀ।

ଏହି ସଭାରେ ରେରା ମାନ୍ୟବର ସଦସ୍ୟ ମାନଙ୍କୁ ବାର ଆସୋସିଏସନର ତରଫରୁ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀ ଚିତ୍ତ ରଞ୍ଜନ ରାୟ, ଶ୍ରୀ ସନାତନ ପାଣି, ଦୁର୍ଗାମାଧବ ମିଶ୍ର, ଓ ଯୁଗ୍ମ ସମ୍ପାଦକ ବିଶ୍ଵ ରଞ୍ଜନ ପଟ୍ଟନାୟକ। କାର୍ଯ୍ୟକ୍ରମ ଶେଷରେ ରେରା ଓକିଲ ସଂଘର ଉପ ସଭାପତି ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ ସମସ୍ତଙ୍କୁ ତାଙ୍କର ସହଯୋଗିତା ପାଇଁ ଧନ୍ୟବାଦ ଦେଇଥିଲେ I ଏବଂ ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଭିବି- ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାଧାରଣ ସଭା: ଯୁଗଳ କିଶୋର ଦେବତା ସଭାପତି ନିର୍ବାଚିତ

December 21, 2025
Latest News

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

ଭିବି- ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025

ଏସିଆ କପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ପାକିସ୍ତାନ ହେଲା ନୂଆ ଚମ୍ପିୟାନ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.