Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାତି ପାହିଲେ ମହାଶିବରାତ୍ରୀ, ପ୍ରଭୃ ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ବୈଠକ ନେଲେ ଆଇନ ମନ୍ତ୍ରୀ
ବିଶେଷ ଖବର

ରାତି ପାହିଲେ ମହାଶିବରାତ୍ରୀ, ପ୍ରଭୃ ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ବୈଠକ ନେଲେ ଆଇନ ମନ୍ତ୍ରୀ

February 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
JagarJatra
ରାତି ପାହିଲେ ମହାଶିବରାତ୍ରୀ,ପ୍ରଭୃ ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ବୈଠକ ନେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଜାଗରଯାତ୍ରା ଉପଲକ୍ଷେ ସମସ୍ତ ନିଯୋଗ, ସେବାୟତ, ଜିଲ୍ଲା ପ୍ରଶାସନଙ୍କୁ ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ ଆଜି ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ଚଳିତ ଜାଗରଯାତ୍ରାକୁ କିଭଳି ଅଧିକ ବ୍ୟବସ୍ଥିତ, ସୁନ୍ଦର ଓ ଶୃଙ୍ଖଳିତ କରିହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତି ଶେଷ ଓ ଧାର୍ଯ୍ୟ ସମୟ ମଧ୍ୟରେ ମହାଦୀପ ଉଠିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ ।

ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କ ଅନେକ ନୀତିକାନ୍ତି ରହିଛି। ତେଣୁ ସମସ୍ତ ନୀତିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଆମ ପାଇଁ ଏକ ଆହ୍ୱାନ ସଦୃଶ । ତେଣୁ ଦାୟିତ୍ୱରେ ଥିବା ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ ସେବାୟତ ତଥା ନିଯୋଗ ପ୍ରତିନିଧି ସୁଚାରୁ ରୂପେ କର୍ତ୍ତବ୍ୟ ସଂପାଦନ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ।

ଲିଙ୍ଗରାଜଙ୍କ ଜାଗରଯାତ୍ରା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ସମସ୍ତ ବ୍ୟବସ୍ଥା ଯେପରି ଶୃଙ୍ଖଳିତ ଢଙ୍ଗରେ ସଂପନ୍ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଯୋଗଦେଇ ଜାଗରଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ, ନିଯୋଗ ଓ ସେ୍ୱଚ୍ଛାସେବୀ ସଂଗଠନଙ୍କ ସହ ଆଲୋଚନା ହୋଇଥିବା ଏବଂ ସମସ୍ତ ନୀତିକାନ୍ତିର ଶୃଙ୍ଖଳିତ ପରିଚାଳନା ଓ ଧାର୍ଯ୍ୟ ସମୟରେ ମହାଦୀପ ଉଠିବା ନେଇ ପ୍ରତିନିଧିମାନେ ସମ୍ମତି ପ୍ରଦାନ କରିଥିବା ପ୍ରକାଶ କରିଥିଲେ।

ବୈଠକରେ ସମସ୍ତ ନୀତିକାନ୍ତି, ଟ୍ରାଫିକ ପରିଚାଳନା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳଯୋଗାଣ, ବିଦୁ୍ୟତ ବ୍ୟବସ୍ଥା, ଆମ୍ଭୁଲାନ୍ସ ସେବା, ଅଗ୍ନିଶମ ସେବା, ପରିମଳ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟଶିବିର ଓ ସ୍ବେଚ୍ଛାସେବୀ ସଂଗଠନର ଦାୟିତ୍ୱ ବିଷୟରେ ଆଲୋଚନା ହୋଇଥିଲା ।

ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଡିସିପି ପିନାକ ମିଶ୍ରଙ୍କ ସମେତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା, ସେବାୟତ ଏବଂ ନିଯୋଗ ସେବାର ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଥିଲେ ।

JagarJatra mahashivaratri ପୃଥୀରାଜ ହରିଚନ୍ଦନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମହାଶିବରାତ୍ରି ମହାଶିବରାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.