Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର, ସାଂସଦ ଅପରାଜିତାଙ୍କୁ ଧନ୍ୟବାଦ ଦେଲେ ବ୍ୟବସାୟୀ
ବିଶେଷ ଖବର

ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର, ସାଂସଦ ଅପରାଜିତାଙ୍କୁ ଧନ୍ୟବାଦ ଦେଲେ ବ୍ୟବସାୟୀ

February 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସହିଦନଗର ସ୍ଥାୟୀ ହାଟ
ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର, ସାଂସଦ ଅପରାଜିତାଙ୍କୁ ଧନ୍ୟବାଦ ଦେଲେ ବ୍ୟବସାୟୀ

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦ୍‌ଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ରାଜଧାନୀର ଏକ କେନ୍ଦ୍ରସ୍ଥଳ ଭାବେ ସହିଦନଗର ରହିଥିଲେ ମଧ୍ୟ ଓ ୧୯୬୭ ମସିହାରୁ ଏଠାରେ ଏକ ହାଟ ଚାଲିଥିଲା । ଏହା ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୧୦ହଜାର ଲୋକ ନିର୍ଭର କରନ୍ତି ।

ତେବେ ସ୍ଥାୟୀ ହାଟ ପାଇଁ ନିର୍ଦ୍ଧିଷ୍ଟ ଜମି ନଥିବାରୁ ବ୍ୟବସାୟୀମାନେ ଘୋର ସମସ୍ୟାର
ସମ୍ମୁଖୀନ ହେଉଥିଲେ । ବହୁ ସମୟରେ ସେମାନଙ୍କର ଦୋକାନକୁ ଜବରଦଖଲ ଦର୍ଶାଇ
ଉଠାଇ ଦିଆଯାଉଥିଲା ଓ କେତେ ବେଳେ ଭାଙ୍ଗି ମଧ୍ୟ ଦିଆଯାଉଥିଲା। ତେବେ ଦୀର୍ଘଦିନରୁ
ରହିଆସିଥିବା ଏହି ସମସ୍ୟାର ସମାଧାନ ନହେବା ପରେ ବ୍ୟବସାୟୀମାନଙ୍କର ଏକ
ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ଏ ସଂପର୍କରେ
ଅବଗତ କରିବା ପରେ ଶ୍ରୀମତୀ ଷଡଙ୍ଗୀ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ
ସହିତ ୨୦୨୫ ଜାନୁଆରୀ ୪ତାରିଖରେ ସାକ୍ଷାତ କରି ଆଲୋଚନା କରିଥିଲେ।

ଏକ ସ୍ଥାୟୀ ହାଟ ପାଇଁ ଜମି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ କ୍ଷୁଦ୍ର ବ୍ୟବସାୟୀମାନଙ୍କର ସମସ୍ୟାକୁ ହୃଦୟଙ୍ଗମ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଫଳରେ ଏଣିକି କ୍ଷୁଦ୍ର
ବ୍ୟବସାୟୀମାନେ ଏହି ହାଟରେ ସ୍ଥାୟୀଭାବେ ନିର୍ଭିଘ୍ନରେ ବ୍ୟବସାୟ କରିପାରିବେ ଓ
ପ୍ରାୟ ୪୦୦ ବ୍ୟବସାୟୀ ଏହା ଦ୍ୱାରା ଉପକୃତ ହେବେ ।

ପାଖାପାଖି ୨୦ ବର୍ଷର ସମସ୍ୟାର ସମାଧାନ କରିଛି ମୋହନ ସରକାର ବୋଲି କହିଛନ୍ତି ସାଂସଦ । ୧୯୬୬ ମସିହାରେ ସହିଦ ନଗରରେ ହାଟ ଆରମ୍ଭ ହୋଇଥିଲା । ଏହା ପରେ ପରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଦୋକାନୀ । ସୁରକ୍ଷାକୁ ନେଇ ଉଠୁଥିଲା ପ୍ରଶ୍ନ । ବିଗତ ୨୫ ବର୍ଷ ଭିତରେ ଉଠା ଦୋକାନ ଙ୍କ ପ୍ରତି ହୋଇଛି ପ୍ରବଳ ଅନ୍ୟାୟ । ୨୦୦୪ ରେ ଭବାନୀ ମଲ୍ ହେବାଯୋଗୁଁ ଏକାଧିକ ଦୋକାନୀ ଙ୍କୁ ହଟାଯାଇଥିଲା, ସେତେବେଳେ ହିଁ ସହିଦନଗର ହାଟ ହୋଇଥିଲା ।

ଏବେ ୫୦୦ ରୁ ଉର୍ଦ୍ଧ ଦୋକାନୀ ସେଠାରେ ଦୋକାନ କରିଛନ୍ତି । ପ୍ରତି ଦୋକାନୀ ଙ୍କ ସୁରକ୍ଷା କୁ ନେଇ ଜମି ହସ୍ତାନ୍ତର ସହ ଏହାର ଉନ୍ନତିକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ କୁ ହସ୍ତାନ୍ତର କରିବା ପାଇଁ ୨୦୦୪ ରୁ ନିବେଦନ ହୋଇଥିଲା । ୨୦୦୯ ରେ ତତ୍କାଳୀନ ବିଧାୟକ ଏହାକୁ ନେଇ ଦାବି କରିଥିଲେ ।

ଏହାକୁ ତତ୍କାଳୀନ ସରକାର ଏହାକୁ ଗ୍ରହଣ କରୁନଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ସାଂସଦ ଭାବେ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ଏବେ ଆମର ନୂଆ ସରକାର ଆସିବା ପରେ ୩ ଜାନୁଆରୀ ୨୦୨୫ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ସମସ୍ତ ତଥ୍ୟ ଦେଇଥିଲେ ସାଂସଦ । ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି କହିଥିଲୁ ।

ଦୁଇ ମାସ ନ ହେଉଣୁ ଆଜି ଏହାର ସମାଧାନ କରିଛନ୍ତି । ଏବେ ୫ ଟି ପ୍ଲଟ ରେ ୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହସ୍ତାନ୍ତର ହୋଇଛି। ଏବେ ଭୁବନେଶ୍ୱର ମହାନଗର ନିଗମ ର ରକ୍ଷଣା ବେକ୍ଷଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିରେ ଉପକୃତ ହେବେ ପ୍ରାୟ ୫୦୦ ଦୋକାନୀ । ଆଜି ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଦେଇଛନ୍ତି ସହିଦନଗର ହାଟ ଦୋକାନୀ ।

ଅପରାଜିତା ଷଡଙ୍ଗୀ ସହିଦନଗର ସହିଦନଗର ସ୍ଥାୟୀ ହାଟ ସହିଦନଗର ହାଟ ସହୀଦନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.