Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ

March 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ArtGallery
ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ଖୁବ୍‌ଶୀଘ୍ର ଓଡିଶାରେ ଦେଶର ୪ର୍ଥ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଶାଖା ଖୋଲିବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଓ ଭିତିଭୂମି ସହଯୋଗ ପ୍ରଦାନ କରିବେ ବୋଲି ଲଳିତ କଳା ଏକାଡେମୀଠାରେ ଆୟୋଜିତ ଉତ୍କଳିକା- ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ଶ୍ରୀଯୁକ୍ତ ମାଝୀ ଆଧୁନିକ କଳା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ କରି କହିଛନ୍ତି ଯେ, “ମୁଁ ଭୁବନେଶ୍ୱରରେ ଏନଜିଏମଏର ଶାଖା ଖୋଲିବା ସମ୍ପର୍କରେ ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲି ଏବଂ ଏସମ୍ପର୍କରେ ଆଲୋଚନା କରିଥିଲି । ଆମେ କେନ୍ଦ୍ର ସରକାରଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛୁ । ଏହି ପଦକ୍ଷେପ ଓଡିଶାର କଳାତ୍ମକ ଐତିହ୍ୟକୁ ସମୃଦ୍ଧ କରିବା ସହ ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରିବ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।”

ଏହି କାର୍ଯ୍ୟକ୍ରମରେ ଏନଜିଏମଏର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଏବଂ ଲଳିତ କଳା ଏକାଡେମୀର ଆଂଚଳିକ ସମ୍ପାଦକ ଶ୍ରୀ ରାମକ୍ରିଷ୍ଣା ବେଡାଲାଙ୍କ ସମେତ ବହୁ ପ୍ରତିଷ୍ଠିତ କଳାକାର ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏନଜିଏମଏ ଓ ଲଳିତ କଳା ଏକାଡେମୀ ପକ୍ଷରୁ ମିଳିତ ଭାବେ ଆୟୋଜିତ ଉତ୍କଳିକା କାର୍ଯ୍ୟକ୍ରମ ଆଧୁନିକ ଓ ସମସାମୟିକ ଭାରତୀୟ କଳାର ଏକ ପ୍ରତିଷ୍ଠିତ ସଂଗ୍ରହକୁ ପ୍ରଦର୍ଶିତ କରିଥିଲା ଯାହା କଳାପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନଙ୍କ ଧ୍ୟାନ ଆକର୍ଷିତ କରିଥିଲା । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ଗହଣରେ ସାମାଜିକ କାର୍ଯ୍ୟକର୍ତା ଗୋଲକ ମହାପାତ୍ର ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଡଃ ଗୌତମ ଉଲ୍ଲେଖ କରିଥିଲେ ଯେ, ଭାରତର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଓ ସୃଜନଶୀଳ ଆଲୋଚନାକୁ ସୁଗମ କରିବା ପାଇଁ ଉତ୍କଳିକା ହେଉଛି ଏକ ଉତ୍କୃଷ୍ଟ ମଂଚ । ଜାନୁଆରୀ ୬ ତାରିଖ ୨୦୨୫ରେ, ୧୮ତମ ଭାରତୀୟ ପ୍ରବାସୀ ଦିବସର ଅଂଶ ଭାବେ ଉଦଘାଟିତ ଏହି ପ୍ରଦର୍ଶନୀରେ ଏନଜିଏମଏର ମୁମ୍ବାଇ କଲେକ୍ସନର ମାଷ୍ଟରପିସ୍‌ଗୁଡିକୁ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ଏସ.ଏଚ. ରାଜା, ଏମ.ଏଫ. ହୁସୈନ, ଏଫ.ଏନ. ସୌଜା, ତାୟେବ ମେହତା ଓ ଭି.ଏସ. ଗାଏତୋଣ୍ଡୋଙ୍କ ଭଳି ମହାନ କଳାକାରମାନଙ୍କ କାରୁକାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା ।

ରାଜ୍ୟ ସରକାରଙ୍କ ଦୃଢ ସମର୍ଥନ ସହିତ ନୂଆ ଏନଜିଏମଏ ଶାଖା ଭୁବନେଶ୍ୱରକୁ ଆଧୁନିକ ଓ ସମସାମୟିକ କଳା ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଅବସ୍ଥାପିତ କରିବ ବୋଲି ଆଶା କରାଯାଉଛି, ଯାହା ଓଡିଶାର ସାଂସ୍କୃତିକ କ୍ଷେତ୍ରକୁ ଆହୁରି ମଜବୁତ କରିବ ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି 

December 24, 2025

ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ

December 24, 2025

ଇତିହାସ ରଚିଲା ISRO: ଉତକ୍ଷେପଣ କଲା ବ୍ଲୁବର୍ଡ ବ୍ଲକ-୨, ଟାୱାର ବିନା ସଂଯୋଗ ହେବ 4G-5G

December 24, 2025

ଓଡ଼ିଶାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ଟ୍ରଷ୍ଟ ପାଳନ କଲା ଶିକ୍ଷାଗତ ଉତ୍କର୍ଷତାର ୪୦ ବର୍ଷ

December 24, 2025
Latest News

ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି 

December 24, 2025

H-1B ଭିସା କାର୍ଯ୍ୟକ୍ରମରେ ବଡ଼ ପରିବର୍ତ୍ତନ କଲା ଆମେରିକା

December 24, 2025

ଅଯୋଧ୍ୟାରେ ପହଞ୍ଚିଲା ସୁନା ଏବଂ ରତ୍ନରେ ସଜ୍ଜିତ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ପ୍ରତିମା

December 24, 2025

ଲିବିୟାର ସାମରିକ ମୁଖ୍ୟଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀଙ୍କ ମୃତ୍ୟୁ

December 24, 2025

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ: ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେପି

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.