Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ

March 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ArtGallery
ଭୁବନେଶ୍ୱରରେ ଜାତୀୟ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ପାଇଁ ସହଯୋଗ କରିବ ଓଡିଶା ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ଖୁବ୍‌ଶୀଘ୍ର ଓଡିଶାରେ ଦେଶର ୪ର୍ଥ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଶାଖା ଖୋଲିବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଓ ଭିତିଭୂମି ସହଯୋଗ ପ୍ରଦାନ କରିବେ ବୋଲି ଲଳିତ କଳା ଏକାଡେମୀଠାରେ ଆୟୋଜିତ ଉତ୍କଳିକା- ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ଶ୍ରୀଯୁକ୍ତ ମାଝୀ ଆଧୁନିକ କଳା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ କରି କହିଛନ୍ତି ଯେ, “ମୁଁ ଭୁବନେଶ୍ୱରରେ ଏନଜିଏମଏର ଶାଖା ଖୋଲିବା ସମ୍ପର୍କରେ ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲି ଏବଂ ଏସମ୍ପର୍କରେ ଆଲୋଚନା କରିଥିଲି । ଆମେ କେନ୍ଦ୍ର ସରକାରଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛୁ । ଏହି ପଦକ୍ଷେପ ଓଡିଶାର କଳାତ୍ମକ ଐତିହ୍ୟକୁ ସମୃଦ୍ଧ କରିବା ସହ ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରିବ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।”

ଏହି କାର୍ଯ୍ୟକ୍ରମରେ ଏନଜିଏମଏର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଏବଂ ଲଳିତ କଳା ଏକାଡେମୀର ଆଂଚଳିକ ସମ୍ପାଦକ ଶ୍ରୀ ରାମକ୍ରିଷ୍ଣା ବେଡାଲାଙ୍କ ସମେତ ବହୁ ପ୍ରତିଷ୍ଠିତ କଳାକାର ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏନଜିଏମଏ ଓ ଲଳିତ କଳା ଏକାଡେମୀ ପକ୍ଷରୁ ମିଳିତ ଭାବେ ଆୟୋଜିତ ଉତ୍କଳିକା କାର୍ଯ୍ୟକ୍ରମ ଆଧୁନିକ ଓ ସମସାମୟିକ ଭାରତୀୟ କଳାର ଏକ ପ୍ରତିଷ୍ଠିତ ସଂଗ୍ରହକୁ ପ୍ରଦର୍ଶିତ କରିଥିଲା ଯାହା କଳାପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନଙ୍କ ଧ୍ୟାନ ଆକର୍ଷିତ କରିଥିଲା । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ଗହଣରେ ସାମାଜିକ କାର୍ଯ୍ୟକର୍ତା ଗୋଲକ ମହାପାତ୍ର ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଡଃ ଗୌତମ ଉଲ୍ଲେଖ କରିଥିଲେ ଯେ, ଭାରତର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଓ ସୃଜନଶୀଳ ଆଲୋଚନାକୁ ସୁଗମ କରିବା ପାଇଁ ଉତ୍କଳିକା ହେଉଛି ଏକ ଉତ୍କୃଷ୍ଟ ମଂଚ । ଜାନୁଆରୀ ୬ ତାରିଖ ୨୦୨୫ରେ, ୧୮ତମ ଭାରତୀୟ ପ୍ରବାସୀ ଦିବସର ଅଂଶ ଭାବେ ଉଦଘାଟିତ ଏହି ପ୍ରଦର୍ଶନୀରେ ଏନଜିଏମଏର ମୁମ୍ବାଇ କଲେକ୍ସନର ମାଷ୍ଟରପିସ୍‌ଗୁଡିକୁ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ଏସ.ଏଚ. ରାଜା, ଏମ.ଏଫ. ହୁସୈନ, ଏଫ.ଏନ. ସୌଜା, ତାୟେବ ମେହତା ଓ ଭି.ଏସ. ଗାଏତୋଣ୍ଡୋଙ୍କ ଭଳି ମହାନ କଳାକାରମାନଙ୍କ କାରୁକାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା ।

ରାଜ୍ୟ ସରକାରଙ୍କ ଦୃଢ ସମର୍ଥନ ସହିତ ନୂଆ ଏନଜିଏମଏ ଶାଖା ଭୁବନେଶ୍ୱରକୁ ଆଧୁନିକ ଓ ସମସାମୟିକ କଳା ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଅବସ୍ଥାପିତ କରିବ ବୋଲି ଆଶା କରାଯାଉଛି, ଯାହା ଓଡିଶାର ସାଂସ୍କୃତିକ କ୍ଷେତ୍ରକୁ ଆହୁରି ମଜବୁତ କରିବ ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.