Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ଡ୍ରିମ ଗାର୍ଲ ହେମା ମାଳିନୀ, କହିଲେ ନିଜ ଚଳଚିତ୍ର ଯାତ୍ରାର କାହାଣୀ
ବିଶେଷ ଖବର

ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ଡ୍ରିମ ଗାର୍ଲ ହେମା ମାଳିନୀ, କହିଲେ ନିଜ ଚଳଚିତ୍ର ଯାତ୍ରାର କାହାଣୀ

March 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
hema
ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ଡ୍ରିମ ଗାର୍ଲ ହେମା ମାଳିନୀ, କହିଲେ ନିଜ ଚଳଚିତ୍ର ଯାତ୍ରାର କାହାଣୀ

କଟକ: “ମୋ ଅନ୍ତେ ଜଣେ ଉତ୍ତମ ନର୍ତ୍ତକୀ ଓ ଉତ୍କୃଷ୍ଟ କଳାକାର ଭାବରେ ମୁଁ ନିଜ ଲିଗାସୀ ଛାଡ଼ିଯିବାକୁ ଚାହେଁ ।” ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେବାକୁ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଅବସରରେ ଏକଥା କହିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା, ରାଜନେତା ତଥା ପ୍ରେରଣାଦାୟୀ ନାରୀନେତ୍ରୀ ଶ୍ରୀମତୀ ହେମା ମାଳିନୀ ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ “ଇକୋସ୍ ଅଫ୍ ଆନ୍ ଏରା: ହେମା ମାଳିନୀ ରିଫ୍ଲେକ୍ଟସ୍ ଅନ୍ ହର୍ ଆଇକନିକ୍ ଫିଲ୍ମସ୍ ଆଣ୍ଡ୍ ଟାଇମଲେସ୍ ଆର୍ଟିଷ୍ଟ୍ରୀ” ଶୀର୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ହେମା ଯେ କୌଣସି ସୃଜନଶୀଳ କ୍ଷେତ୍ରରେ ନିଷ୍ଠା ଏବଂ ଅଧ୍ୟବସାୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମରେ କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ଡ୍ରିମ୍ ଗାର୍ଲଙ୍କ ସହିତ ତାଙ୍କ ଜୀବନର ବହୁ ଅନାଲୋଚିତ ଅଧ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଆଲୋଚନାଚକ୍ରରେ ହେମା ସିନେ ଇଣ୍ଡଷ୍ଟ୍ରୀରେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକଠାରୁ ଆରମ୍ଭ କରି ବଲିଉଡ୍ ସୁବର୍ଣ୍ଣ ଯୁଗକୁ ଦିଶା ପ୍ରଦାନ କରିଥିବା ବେଶ୍ କେତୋଟି ଚଳଚ୍ଚିତ୍ରରେ ତାଙ୍କର ପ୍ରାତଃସ୍ମରଣୀୟ ଭୂମିକା ପର୍ଯ୍ୟନ୍ତ ତା’ର ପ୍ରତିଫଳନ, ଚଳଚ୍ଚିତ୍ରର କାହାଣୀ ଏବଂ କଳାତ୍ମକ ଜ୍ଞାନ ସମ୍ପର୍କରେ ଆଲୋଚନା କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଏବଂ କଳାପ୍ରେମୀ ଏକାଠି ହୋଇ ଏହି କିମ୍ବଦନ୍ତୀ ତାରକାଙ୍କଠାରୁ ଭାରତୀୟ ସିନେମା ଏବଂ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ତାଙ୍କର ଚମତ୍କାର କ୍ୟାରିଅର ବିଷୟରେ ତାଙ୍କରି ମୁହଁରୁ ଶୁଣିବା ପାଇଁ ଏକାଠି ହୋଇଥିଲେ । ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଭାବରେ ତାଙ୍କର ଯାତ୍ରା ଏବଂ ଶାସ୍ତ୍ରୀୟ ନୃତ୍ୟ କିପରି ତାଙ୍କ ସିନେମା ଅଭିବ୍ୟକ୍ତିକୁ ପ୍ରଭାବିତ କରିଛି ସେ ବିଷୟରେ ମଧ୍ୟ ହେମା କହିଥିଲେ । ଦଶନ୍ଧି ଦଶନ୍ଧି ଧରି ଭାରତୀୟ ସିନେମା କ୍ଷେତ୍ରରେ ହେମାଙ୍କ ଅଲିଭା ସ୍ୱାକ୍ଷରକୁ ଦର୍ଶକମାନେ ତାଙ୍କଠାରୁ ହିଁ ଶୁଣିଥିଲେ ।

ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଡ. ତେଜପ୍ରତାପ ହେମା ମାଳିନୀଙ୍କୁ ଭାରତୀୟ ସିନେମା ଏବଂ ଅଭିନୟ କଳା ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, କୁଳସଚିବ ଅନିଲ କୁମାର ଶର୍ମା, କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମ କଳାରେ ସୃଜନଶୀଳତା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଥିଲା ।

ଗୁରୁ ରତିକାନ୍ତ ମହାପାତ୍ର ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ହେମା ମାଳିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କିଲ୍‌ ଦ ନେସନ୍‌ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026
Latest News

ସ୍କିଲ୍‌ ଦ ନେସନ୍‌ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

January 1, 2026

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.