Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ବିଶେଷ ଖବର

ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ ।

ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ନାରୀ ନ୍ୟାୟ ପାଇଁ କ୍ରମାଗତ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି । ମହିଳାମାନଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବିଧାନସଭାରେ କଂଗ୍ରେସ ନେତୃବୃନ୍ଦ ଗୃହ କମିଟି ଦାବି କରିଆସୁଥିବା ବେଳେ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ କଂଗ୍ରେସ ବିଧାୟକ ମାନଙ୍କୁ ଆକ୍ରମଣ କରିବା ସହିତ ବିଧାନ ସଭାର ଅଧ୍ୟକ୍ଷାଙ୍କ ଉପରେ ଚାପ ପ୍ରୟୋଗ କରି କଂଗ୍ରେସ ବିଧାୟକ ମାନଙ୍କୁ ଗୃହର ନିଲମ୍ବନ କରାଗଲା ।

ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି, ଶ୍ରୀକାନ୍ତ ଜେନା, ରାଜନ ଏକ୍କା, ଦାସରଥି ଗମାଙ୍ଗୋ, ଶରତ ରାଉତ, ଦେବାଶିଷ ପଟ୍ଟନାୟକ, ଓ ପବିତ୍ର ସାଉଂଟା ଙ୍କ ସମେତ ଅନ୍ୟ ବିଧାୟକମାନେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରାଞ୍ଜଳ ଭାବରେ ମହାମହୀମ ରାଜ୍ୟପାଳଙ୍କୁ କହିଥିଲେ ।

ଗତ ଗୁରୁବାର ଦିନ ବିଧାନସଭା କାର୍ଯ୍ୟକ୍ରମରେ ପୋଲିସ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଅମାନୁଷିକ ଭାବରେ ଯେଉଁଭଳି ମାଡ଼ମାରି ଲହୁ ଲୁହାଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ପୋଲିସର ଏଭଳି ହିଂସ୍ର ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ସଂପୂଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି । ପୋଲି କାହିଁକି ଛାତି, ପିଠି ଓ ମୁଣ୍ଡକୁୂ ଲାଠି ପ୍ରହାର କଲା ଏହା କ’ଣ ଆଇନ ସମ୍ମତ କି? ପୋଲିସ, ଡିଜି ସଂପୂର୍ଣ୍ଣ ଭିଡିଓକୁ ଦେଖନ୍ତୁ କାହା ନିର୍ଦ୍ଦେଶରେ ହଠାତ ଲାଠି ଚାର୍ଜ କରାଗଲା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ଆଚରଣ ଓ ଉଚାରଣକୁ ରାଜ୍ୟବାସୀ ନାପସନ୍ଦ କରୁଛନ୍ତି ।

ରାଜ୍ୟରେ ୯ ମାସ ଭିତରେ ମହିଳାମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସଂପୂର୍ଣ୍ଣ ତଥ୍ୟ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପାତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତିସ । ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ଦଳକୁ ଗୃହ କମିଟି ଗଠନ କରିବାପାଇଁ ପ୍ରତିଶୃତି ଦେବା ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ଖୁବଶୀଘ୍ର ନିଷ୍ପତି ନେବେ ବୋଲି କହିଛନ୍ତି । ବିଧାୟକମାନଙ୍କ ନିଲମ୍ବନ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କାଡରାକା ଆପାଲାସ୍ୱାମୀ, ସୋଫିଆ ଫିର୍ଦ୍ଦୋଶ, ପ୍ରଫୁଲ ପ୍ରଧାନ, ସସ୍ମିତା ବେହେରା, ସୁଧାଂଶୁ ଦେଓ, ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

କଂଗ୍ରେସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.