Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ବିଶେଷ ଖବର

ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ ।

ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ନାରୀ ନ୍ୟାୟ ପାଇଁ କ୍ରମାଗତ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି । ମହିଳାମାନଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବିଧାନସଭାରେ କଂଗ୍ରେସ ନେତୃବୃନ୍ଦ ଗୃହ କମିଟି ଦାବି କରିଆସୁଥିବା ବେଳେ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ କଂଗ୍ରେସ ବିଧାୟକ ମାନଙ୍କୁ ଆକ୍ରମଣ କରିବା ସହିତ ବିଧାନ ସଭାର ଅଧ୍ୟକ୍ଷାଙ୍କ ଉପରେ ଚାପ ପ୍ରୟୋଗ କରି କଂଗ୍ରେସ ବିଧାୟକ ମାନଙ୍କୁ ଗୃହର ନିଲମ୍ବନ କରାଗଲା ।

ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି, ଶ୍ରୀକାନ୍ତ ଜେନା, ରାଜନ ଏକ୍କା, ଦାସରଥି ଗମାଙ୍ଗୋ, ଶରତ ରାଉତ, ଦେବାଶିଷ ପଟ୍ଟନାୟକ, ଓ ପବିତ୍ର ସାଉଂଟା ଙ୍କ ସମେତ ଅନ୍ୟ ବିଧାୟକମାନେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରାଞ୍ଜଳ ଭାବରେ ମହାମହୀମ ରାଜ୍ୟପାଳଙ୍କୁ କହିଥିଲେ ।

ଗତ ଗୁରୁବାର ଦିନ ବିଧାନସଭା କାର୍ଯ୍ୟକ୍ରମରେ ପୋଲିସ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଅମାନୁଷିକ ଭାବରେ ଯେଉଁଭଳି ମାଡ଼ମାରି ଲହୁ ଲୁହାଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ପୋଲିସର ଏଭଳି ହିଂସ୍ର ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ସଂପୂଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି । ପୋଲି କାହିଁକି ଛାତି, ପିଠି ଓ ମୁଣ୍ଡକୁୂ ଲାଠି ପ୍ରହାର କଲା ଏହା କ’ଣ ଆଇନ ସମ୍ମତ କି? ପୋଲିସ, ଡିଜି ସଂପୂର୍ଣ୍ଣ ଭିଡିଓକୁ ଦେଖନ୍ତୁ କାହା ନିର୍ଦ୍ଦେଶରେ ହଠାତ ଲାଠି ଚାର୍ଜ କରାଗଲା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ଆଚରଣ ଓ ଉଚାରଣକୁ ରାଜ୍ୟବାସୀ ନାପସନ୍ଦ କରୁଛନ୍ତି ।

ରାଜ୍ୟରେ ୯ ମାସ ଭିତରେ ମହିଳାମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସଂପୂର୍ଣ୍ଣ ତଥ୍ୟ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପାତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତିସ । ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ଦଳକୁ ଗୃହ କମିଟି ଗଠନ କରିବାପାଇଁ ପ୍ରତିଶୃତି ଦେବା ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ଖୁବଶୀଘ୍ର ନିଷ୍ପତି ନେବେ ବୋଲି କହିଛନ୍ତି । ବିଧାୟକମାନଙ୍କ ନିଲମ୍ବନ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କାଡରାକା ଆପାଲାସ୍ୱାମୀ, ସୋଫିଆ ଫିର୍ଦ୍ଦୋଶ, ପ୍ରଫୁଲ ପ୍ରଧାନ, ସସ୍ମିତା ବେହେରା, ସୁଧାଂଶୁ ଦେଓ, ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

କଂଗ୍ରେସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

“ଅତି କମରେ ୧ କୋଟି ଜୀବନ ବଞ୍ଚିଛି”: ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେଲେ ଟ୍ରମ୍ପ

January 17, 2026

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?

January 17, 2026

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026
Latest News

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026

କଂଗ୍ରେସ ଉପରେ ୧୨ ଲକ୍ଷ କୋଟିର ଦୁର୍ନୀତିର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ 

January 17, 2026

ବାଜିରେ ଟିମ୍ ଇଣ୍ଡିଆର ଅତୁଟ ରେକର୍ଡ: ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବ କି ନ୍ୟୁଜିଲ୍ୟାଣ୍ଡ?

January 17, 2026

‘ବିଏଲଓ ଙ୍କର ଆତ୍ମହତ୍ୟା ନୁହେଁ, ହତ୍ୟା’: ଟିଏମସି ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁରୀ ସାଂସଦ

January 17, 2026

“ଅତି କମରେ ୧ କୋଟି ଜୀବନ ବଞ୍ଚିଛି”: ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେଲେ ଟ୍ରମ୍ପ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.