Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନ ପାଇଁ କଳାହାଣ୍ଡିରୁ ପ୍ରସ୍ତୁତି ଆରମ୍ଭ କଲା ରାଜ୍ୟ କଂଗ୍ରେସ, ଯୋଗଦେଲେ ସଭାପତି ଭକ୍ତ ଦାସ
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ପାଇଁ କଳାହାଣ୍ଡିରୁ ପ୍ରସ୍ତୁତି ଆରମ୍ଭ କଲା ରାଜ୍ୟ କଂଗ୍ରେସ, ଯୋଗଦେଲେ ସଭାପତି ଭକ୍ତ ଦାସ

April 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
bhaktadas
ପଞ୍ଚାୟତ ନିର୍ବାଚନ ପାଇଁ କଳାହାଣ୍ଡିରୁ ପ୍ରସ୍ତୁତି ଆରମ୍ଭ କଲା ରାଜ୍ୟ କଂଗ୍ରେସ, ଯୋଗଦେଲେ ସଭାପତି ଭକ୍ତ ଦାସ

ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ପୂର୍ବ ନିଷ୍ପତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସର୍ବୋଦୟ ସଂକଳ୍ପର ଦୁଇଦିନିଆ ଶିବିର ଆଜି ଠାରୁ ଭବାନୀପାଟଣା ସ୍ଥିତି ଅଗ୍ରସେନୀ ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରକୁ ଉଦଘାଟନ କରି ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାର ଜନଜୀବନର ସମସ୍ୟାକୁ ନେଇ କଂଗ୍ରେସ ଦଳ ଆଗାମୀ ଦିନରେ ସଂଘର୍ଷର ରାସ୍ତାକୁ ଆହୁରି ପ୍ରସାରିତ କରିବ। ନାରୀ ପାଇଁ ନ୍ୟାୟ ଆନ୍ଦୋଳନ ଆହୁରି ଶାଣୀତ ହେବ । ଆସନ୍ତା ପଂଚାୟତ ନିର୍ବାଚନରେ କଂଗ୍ରେସର ଭୋଟ ହାରକୁ ୩୦ ପ୍ରତିଶତ ବୃଦ୍ଧି କରିବାର ଲକ୍ଷ ରଖିଛି ଏବଂ ସେଥିପାଇଁ ରାଜୀବଗାନ୍ଧୀ ପଂଚାୟତରାଜ ସଂଗଠନ ନିଜକୁ ପ୍ରସ୍ତୁତ କରିବାପାଇଁ ଶ୍ରୀଯୁକ୍ତ ଦାସ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରାଜୀବଗାନ୍ଧୀ ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ ଯେ ରାଜନୀତି କେବଳ ନିର୍ବାଚନୀ ସର୍ବସ୍ୱ ନୁହେଁ । ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ରାସ୍ତାରେ ନିରନ୍ତନ ପ୍ରୟାସ ହେଉଛି ପ୍ରକୃତ ରାଜନୀତି, ଯାହା ଆଜି ଦିନରେ ସମସ୍ତଙ୍କ ପାଇଁ କାମ୍ୟ ହେବ।

ଦେଶରେ ସମ୍ପ୍ରତି ବିଦ୍ୱେଷ ଓ ବିଭେଦର ରାଜନୀତିକୁ ମୁକାବିଲା କରିବାପାଇଁ ଯେଉଁ ଆଦର୍ଶଗତ ଲଢ଼େଇର ଆବଶ୍ୟକତା ରହିଛି ତାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲା ଓ ପରେ ସବୁ ବ୍ଲକରେ ଏହିଭଳି ଶିବିରମାନ ଆୟୋଜିତ ହେବ । ତାହା ସହିତ ଆସନ୍ତା ୨୦୨୭ରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ରଣ କୌଶଳ ଭବାନୀପାଟଣା ସଂକଳ୍ପ ଶିବିରରୁ ଶୁଭାରମ୍ଭ ହୋଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି।

ଆଜିର ପ୍ରଥମ ଦିବସରେ ସର୍ବଭାରତୀୟ ଉପଦେଷ୍ଟା ଶ୍ରୀ ସଚିନ ନାୟକ, ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ବିଶିଷ୍ଠ ସମାଜସେବୀ ଭାରତ ଭୂଷଣ ଠାକୁର, ବିଜୟ ପ୍ରଧାନ, ଡ. ମାନସୀ ଦାସ ପଟ୍ଟନାୟକ, ରୂପକ ତୁରକ, ପ୍ରତାପ ପ୍ରଧାନ, ପ୍ରଦ୍ୟୁମ୍ନ ଦାସ, ଦେବଦତ ଦାସ, ନିମାଇ ସରକାର, ମନୋରଞ୍ଜନ ତ୍ରିପାଠୀ, ସୁଭାଷ ପ୍ରଧାନ, ନିରଞ୍ଜନ ଲେଙ୍କା, ପାଣ୍ଡବ କର୍ଣ୍ଣ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଆଜିର ଶିବିରର ଶୁଭାରମ୍ଭରେ ପତାକା ଉତ୍ତୋଳନ ଓ ବନ୍ଦେ ମାତରମ ସଂଗୀତ ଗାନ ପରେ ତିନୋଟି ବିଷୟରେ ଅଧିବେଶନରେ ଆଲୋଚନା ହୋଇଥିଲା । ସେଗୁଡ଼ିକ ହେଲା ଭାରତର ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକା, ନୂତନ ଭାରତ ନିର୍ମାଣରେ କଂଗ୍ରେସର ଅବଦାନ ଓ ଗ୍ରାମ ସ୍ୱରାଜ୍ୟର ପ୍ରୟୋଗ।

ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସରୋଜ ବାଗଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଶିବିରର ଅଧିବେଶନ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ସମ୍ବିଧାନର ସୁରକ୍ଷା,ସାମାଜିକ ନ୍ୟାୟ ଓ କଳାହାଣ୍ଡିର ସାମ୍ପ୍ରତିକ ପରିବେଶ ସମ୍ପର୍କରେ ଦ୍ୱିତୀୟ ଦିନରେ ସଂକଳ୍ପ ଶିବିରରେ ଆଲୋଚନା ହେବ ବୋଲି ଆରଜିପିଆରଏସର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରିଛନ୍ତି।

BhaktaDas କଳାହାଣ୍ଡି ପଞ୍ଚାୟତ ନିର୍ବାଚନ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.