Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱର ମହାନଗରୀ ସାଇକଲ୍ ଟ୍ରାକରେ ନୂଆ ସମୟର ଚକ
ବିଶେଷ ଖବର

ଭୁବନେଶ୍ୱର ମହାନଗରୀ ସାଇକଲ୍ ଟ୍ରାକରେ ନୂଆ ସମୟର ଚକ

December 15, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରିୟ ରଞ୍ଜନ ସାହୁ

 

୧୯୮୦ର କଥା  । ଆମେ ଯେତେବେଳେ କଲେଜରେ ପଢୁଥିଲୁ । ସେ ବର୍ଷ ଓଡିଶାରେ ଗୋଟିଏ ବଡ ଧରଣର ଛାତ୍ର ଆନ୍ଦୋଳନ ହୋଇଥିଲା । ଆମେ ସମସ୍ତେ ଆନ୍ଦୋଳନର ସକ୍ରିୟ କର୍ମୀ । ୧୯୮୫ ଓଡିଶା ବିଧାନସଭା ନିର୍ବାନରେ ଆମର ଛାତ୍ର ନେତା ସ୍ୱାଧୀନ ପ୍ରାର୍ଥୀ ଭାବରେ  ଛିଡା ହେଲେ । ତାଙ୍କର ଚିହ୍ନ ଥିଲା ସାଇକେଲ ।

ଆମେ ସବୁ ଛାତ୍ରମାନେ ସାଇକେଲରେ ମାଇଲ ମାଇଲ ବୁଲିକରି ପ୍ରଚାରରେ ମାତିଲୁ । ଆମେ ନିର୍ବାଚନ ହାରିଗଲୁ । କିନ୍ତୁ ସାଇକେଲରେ ବୁଲି ନିର୍ବାଚନର ପରିବେଶ ନିର୍ମାଣ କରିବା ସ୍ମୃତି ହୋଇ ଗଲା ସବୁଦିନ ପାଇଁ ।  ଓଡିଶାର ବିଶ୍ୱକପ୍ ହକି  ସମୟରେ ରାଜରାସ୍ତାରେ ସାଇକେଲ ଟ୍ରାକ ସେଦିନର ସ୍ମୃତିକୁ ତାଜା କରିଦେଇଛି । ମୁଁ ଭାବଛି ବିଭିନ୍ନ ନିର୍ଦ୍ଧାରିତ ସ୍ଥାନରେ ସାଇକେଲ ଭଡା ସୁତ୍ରରେ ମିଳିବା ବ୍ୟବସ୍ଥା ଗୋଟିଏ ଅଭିନବ ପଦକ୍ଷେପ ।

ଭାରତର ହାରାହାରି ବାର୍ଷିକ ସାଇକେଲ ଉତ୍ପାଦନ ୧.୨୦ କୋଟି । ଚୀନ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ୨୦୧୭ ରେ ଭାରତ ପାଖାପାଖି ୧.୭୦ କୋଟି ସାଇକେଲ ଉତ୍ପାଦନ ସହିତ  ବିଶ୍ୱର ସବୁଠୁ ବଡ ବାଇସାଇକେଲ ଉତ୍ପାଦନକାରୀ ରାଷ୍ଟ୍ର ଭାବରେ ଛିଡା ହୋଇଛି । କିନ୍ତୁ ଆମର ମୁଣ୍ଡପିଛା ସାଇକେଲ ବ୍ୟବହାର ଅନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍ ।

ଏଇଟା ଏଥିପାଇଁ ଯେ ଆମେ ବାଇସାଇକେଲ ବିପ୍ଲବକୁ ପଛରେ ଛାଡି ସିଧା ଅଟୋମୋବାଇଲ ବିପ୍ଲବକୁ ଲମ୍ଫ ମାରିଛୁ । ଦେଶର ପ୍ରମୁଖ ସହର ମାନଙ୍କରେ ରୋଡର ଡିଜାଇନ୍ ଅଟୋମୋବାଇଲ ହିସାବରେ ତିଆରି ହୋଇଛି । ଆମର ରୋଡ ଡିଜାଇନ୍ କୌଣସି ମତେ ବାଇସାଇକେଲ ଚଳେଇବାକୁ ଉତ୍ସାହିତ କରୁନାହିଁ ।

କିନ୍ତୁ ବର୍ତ୍ତମାନ ପୃଥିବୀସାରା ବାଇସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ବିଶେଷକରି ୟୁରୋପର ସହର ମାନଙ୍କରେ ଅଧିକରୁ ଅଧିକ ଲୋକ ବାଇସାଇକେଲକୁ ଯାତାୟତ  ର ମାଧ୍ୟମ ଭାବରେ ବ୍ୟବହାର କରୁଛନ୍ତି । ଟପ୍ ୧୦ ବାଇସାଇକେଲ ବ୍ୟବହାରକାରୀ ଦେଶ ମଧ୍ୟରେ ନେଦରଲାଣ୍ଡ, ଡେନମାର୍କ, ଜର୍ମାନୀ ପ୍ରଥମ ତିନି ରାଷ୍ଟ୍ର ।  ନେଦରଲାଣ୍ଡରେ ୯୯ ପ୍ରତିଶତ ଲୋକ ସାଇକେଲରେ ଯାତାୟାତ କରୁଛନ୍ତି ।

ଏହି ଦୃଷ୍ଟିରୁ ବିଶ୍ୱକପ୍ ହକି ସମୟରେ ଭୁବନେଶ୍ୱରରେ ସାଇକେଲ ଟ୍ରାକ୍ ପାଇଁ ଜାଗା ଚିହ୍ନଟ କରିବା ଓ ଲୋକଙ୍କ ପାଇଁ ସାଇକେଲ ସେୟାରଙ୍ଗି(ଭଡାସୁତ୍ର)ର ବ୍ୟବସ୍ଥା କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୁଁ ଭାବୁଛି ଏହି ବ୍ୟବସ୍ଥାକୁ ଓଡିଶା ସରକାର ଆଗକୁ ବ୍ୟାପକ  କରିବା ପାଇଁ ଉଦ୍ୟମ କରିବା ଦରକାର । ଏବଂ ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଦରକାର ।

ଏହାର  ସକାରାତ୍ମକ ପ୍ରଭାବ ଜଣେ ବ୍ୟକ୍ତିର ଶରୀର ଉପରେ କେବଳ ପଡିବ ନାହିଁ । ପ୍ରଦୂଷଣର ମାତ୍ରାକୁ କମ୍ କରିବାରେ ଏବଂ ଦେଶର ପେଟ୍ରୋଲ/ଡିଜେଲ ବାବଦରେ ଆମଦାନୀ ଜନିତ ଖର୍ଚ୍ଚକୁ ମଧ୍ୟ ବହୁ ପରିମାଣରେ କମ୍ କରି ପାରିବ । ମୁଁ ଭାବୁଛି ଓଡିଶାର ଉଦାହରଣକୁ ଦେଶର ଅନ୍ୟ ରାଜ୍ୟ ଅନୁକରଣ କରିବେ । ଟିକେ ଭାବନ୍ତୁ, କି ପ୍ରକାର ପରିବର୍ତ୍ତନ ବାଇସାଇକେଲ ବିପ୍ଲବ ଆଣିପାରିବ ।

 

Share. Facebook Twitter LinkedIn Email WhatsApp Copy Link

Related Posts

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026
Latest News

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.