Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାଲ ଗାଁକୁ ଫେରିଯିବା
ବିଶେଷ ଖବର

ଚାଲ ଗାଁକୁ ଫେରିଯିବା

April 29, 2025No Comments7 Mins Read
Share Facebook Twitter LinkedIn Email WhatsApp Copy Link

ସୁବାସ କୁମାର ତାରଣିଆଁ

ପାଣିପାଗ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ମଣିଷର ନିୟନ୍ତ୍ରଣ ବାହାରେ। ଏବେ ଋୁତୁଚକ୍ରରେ ଖରା, ବର୍ଷା ଓ ଶୀତ ଆଦି ନିର୍ଦ୍ଧାରିତ ସମୟରେ ଆସିବାରେ ବ୍ୟତିକ୍ରମ ଘଟୁଛି। ମନୁଷ୍ୟକୃତ କାର୍ଯ୍ୟ ଯୋଗୁଁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହ ଏହାର ପ୍ରଭାବ ପାଣିପାଗ ଉପରେ ପଡୁଛି, ଫଳରେ ଋତୁଚକ୍ରରେ ବ୍ୟତିକ୍ରମ ଘଟୁଥିବା ପରିଲକ୍ଷିତ ହେଉଛି। ଗତ କିଛିବର୍ଷ ହେବ ଓଡ଼ିଶା ସମେତ ସମଗ୍ର ଦେଶରେ ନିର୍ଦ୍ଧାରିତ ସମୟ ଆଗରୁ ଖରାଦିନ ଆସିବାରୁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ଯେଉଁଥିପାଇଁ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଯେଉଁ ସହରକୁ ଦେଖିଲେ ଉଡୁଛି ଧୂଳିକଣା। ନିଃଶ୍ୱାସ ପ୍ରଶ୍ୱାସ ନେଲେ ଶରୀରକୁ ଯାଉଛି ଏହି ଧୂଳିକଣା। ଫଳରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଛୋଟ ଛୋଟ ଶିଶୁମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଏକ ତଥ୍ୟ ଅନୁସାରେ କଟକ, ଭୁବନେଶ୍ୱର, କଳିଙ୍ଗ ନଗର, ବାଲେଶ୍ୱର, ଅନୁଗୋଳ, ତାଳଚେର, ଦାମନଯୋଡ଼ି ଏବଂ ରାଜଗାଙ୍ଗପୁର ଆଦି ୮ଟି ସହର ବିଷାକ୍ତ ବାୟୁ ବଳୟରେ ରହିଛି।

ସେହିପରି ବିଶ୍ୱର ୧୦୦ ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୩୯ଟି ସହର ସ୍ଥାନ ପାଇଛି । ଭାରତର ରାଜଧାନୀ ଦିଲ୍ଲୀର ପ୍ରଦୂଷଣସ୍ତର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି । କଟକ ଓ ଭୁବନେଶ୍ୱରରେ ବିଶେଷ କଳ କାରଖାନା ନଥାଇ ବି ବାୟୁ ପ୍ରଦୂଷଣ ହାର ଅଧିକ ରହିଛି । ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ଡିଜେଲ ଓ ପେଟ୍ରୋଲ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ଓ ଅଳିଆ ଆବର୍ଜନାରେ ନିଆଁ ଲଗାଇବା ଏହାର ପ୍ରମୁଖ କାରଣ । ଯେଉଁ ଅଞ୍ଚଳରେ ଅଧିକ ଗାଡ଼ି ମୋଟର ଯାତାୟତ କରୁଛି, ସେହି ଅଞ୍ଚଳରେ ବାୟୁ ପ୍ରଦୂଷଣ ହାର ସର୍ବାଧିକ ରହୁଛି । ଯେଉଁଥିପାଇଁ ରାଜଧାନୀ ଭୁବନେଶ୍ୱରେ ୬ଟି ସ୍ଥାନରେ ବାୟୁ ପ୍ରଦୂଷଣ ମାନକ ମାପ କରାଯାଉଛି । କ୍ୟାପିଟାଲ ଥାନା, ଖଣ୍ଡଗିରି ଥାନା, ଏସ୍‌ପିସିବି କାର୍ଯ୍ୟାଳୟ, ପଟିଆସ୍ଥିତ କେନ୍ଦ୍ରୀୟ ପରୀକ୍ଷାଗାର ଏବଂ ଆଇଆରସି ଭିଲେଜରେ ବାୟୁ ପ୍ରଦୂଷଣ ମାପ ମେସିନ ଖଞ୍ଜାଯାଇଛି । ମାତ୍ର ସଚେତନତାର ଅଭାବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ପରିବେଶ୍‌ବିତ୍‌ମାନେ ମତ ଦେଇଛନ୍ତି ।

ରାଜଧାନୀରେ ଜନସଂଖ୍ୟା ବୃଦ୍ଧି ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ । ଶିକ୍ଷା ସମାପ୍ତ ପରେ ଗ୍ରାମୀଣ ଯୁବକମାନଙ୍କର କୃଷିପ୍ରତି ବିତୃଷ୍ଣା ଭାବ, ଅଧିକ ରୋଜଗାର ଆଶା ନେଇ ନିଯୁକ୍ତି ଅନ୍ୱେଷଣରେ ସହରକୁ ଆସୁଥିବା ଯୁବକମାନେ କିଛିଦିନ ସହରରେ ରହିବା ପରେ ସହରର ଆଭିଜାତ୍ୟକୁ ଅପଣାଇ ବାସସ୍ଥାନଟିଏ ଯୋଗାଡ଼ କରିଦେଲା ପରେ ଆଉ ଗାଁକୁ ଫେରିବାକୁ ମନ ବଳାଉ ନାହାଁନ୍ତି । ସ୍ୱାଧୀନତା ସମୟରେ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୮୫ ଭାଗ ଲୋକ ଗାଁରେ ରହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ପାଖାପାଖି ୬୦କୁ ଖସିଆସିଲାଣି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଭୁବନେଶ୍ୱର ଲୋକସଂଖ୍ୟା ଥିଲା ମାତ୍ର ୧୭ ହଜାର । ପରବର୍ତ୍ତୀ ସମୟରେ ୨୦୨୧ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୧ ଲକ୍ଷ ୯୪ ହଜାରରେ ପହଞ୍ôଚଥିଲା ବେଳେ ୨୦୨୨ ମସିହାରେ ୧୨ ଲକ୍ଷ ୨୬ ହଜାର, ୨୦୨୩ରେ ୧୨ ଲକ୍ଷ ୫୮ ହଜାର, ୨୦୨୪ରେ ୧୨ ଲକ୍ଷ ୮୯ ହଜାର ଏବଂ ୨୦୨୫ ଏପ୍ରିଲ ମାସ ସୁଦ୍ଧା ୧୩ ଲକ୍ଷ ୨୧ ହଜାରରେ ପହଞ୍ôଚଛି । ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ ।

ଦୀର୍ଘବର୍ଷର ବ୍ୟବଧାନ ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉତ୍ତପ୍ତ ସହର ଭାବରେ ଏକ ଭିନ୍ନ ରେକର୍ଡ଼ ସୃଷ୍ଟି କରିଥିଲା । ଗତବର୍ଷ ଏପ୍ରିଲ ମାସ ୫ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ଅତିକ୍ରମ କରି ସମଗ୍ର ଏସିଆ ମହାଦେଶରେ ଷଷ୍ଠ ଉତ୍ତପ୍ତ ସହର ଓ ଭାରତବର୍ଷରେ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ପ୍ରମାଣିତ କରିଥିଲା । ମିଆଁମାରର ଚୌକ ସହ ୪୫.୭ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ପାଇ ଏସିଆର ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ମାଗୱେ ଓ ନାୟୁଙ୍ଗ-ୟୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତର ନନ୍ଦ୍ୟାଲ ସହର ଚତୁର୍ଥ ଓ ମିଆଁମାରର ମିନବୁ ପଞ୍ଚମ ସ୍ଥାନରେ ଥିବାବେଳେ ଭୁବନେଶ୍ୱର ଷଷ୍ଠ ସ୍ଥାନରେ ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ୧୯୮୫ ମସିହା ଠାରୁ ଏଯାବତ ଭୁବନେଶ୍ୱରର ତାପମାତ୍ର ୬ ଥର ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଦୁଇଥର ୪୪ ଡିଗ୍ରୀ ଏବଂ ତିନିଥର ୪୫ ଡିଗ୍ରୀ ସେଲସିୟସ ହୋଇଥିଲା । ଗତବର୍ଷ ଏପ୍ରିଲ ମାସ ୫ ତାରିଖ ଶୁକ୍ରବାର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ରାଜଧାନୀ ଭୁବନେଶ୍ୱର ବ୍ୟତୀତ ପାରଳାଖେମୁଣ୍ଡି ୪୨.୬, ତାଳଚେର ୪୨.୪, ମାଲକାନଗିରି ଓ ବୌଦ୍ଧ ୪୨.୨, ଅନୁଗୁଳ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼ ଓ ଝାରସୁଗୁଡ଼ା ୪୨, ଜଗତସିଂହପୁର ୪୧.୫, ସମ୍ବଲପୁର ୪୧.୩, ଚାନ୍ଦବାଲି, ଭବାନୀପାଟଣା ଓ ଭଦ୍ରକ ୪୧.୨, ବାରିପଦା, ସୁନ୍ଦରଗଡ଼, ହୀରାକୁଦ ଓ କେନ୍ଦ୍ରପଡ଼ା ୪୧, କଟକ ଓ ଢେଙ୍କାନାଳ ୪୦.୬, ବରଗଡ଼ ୪୦.୪, କେନ୍ଦୁଝର ୪୦.୫, ଯାଜପୁର ଓ ରାଉରକେଲା ୪୦, ସୋନପୁର ୩୯.୮, ବାଲେଶ୍ୱର ୩୯.୬, ଖୋର୍ଦ୍ଧା ୩୯.୫, ନୂଆପଡ଼ା ୩୯.୪, ନବରଙ୍ଗପୁର ୩୯.୨ ଏବଂ ରାୟଗଡ଼ାରେ ୩୯ ଡିଗ୍ରୀ ତାପପାତ୍ରା ରେକର୍ଡ଼ କରାଯାଇଥିଲା । ମାତ୍ରାଧିକ ବୃକ୍ଷ ଛେଦନ ଓ ଉତ୍ତର ପଶ୍ଚିମ ଓ ପଶ୍ଚିମ ପଟରୁ ରାଜ୍ୟକୁ କ୍ରମାଗତ ଭାବେ ଶୁଷ୍କ ବାୟୁ ପ୍ରବାହ ସକ୍ରିୟ ରହିଥିବାରୁ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଥିଲା । ଏପ୍ରିଲ୧୭ ତାରିଖ ଦିନ ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଚଳିତବର୍ଷ ପ୍ରଥମ ଥର ପାଇଁ ୧୮ ତାରିଖ ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୪ଡିଗ୍ରୀ ଅତିକ୍ରମ କରିଥିଲା । ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ତାମପାତ୍ରା ୪୪.୩ ଡିଗ୍ରୀ ରେକର୍ଡ଼ ସୃଷ୍ଟି କରିଥିଲା ।

ତାପମାତ୍ରା ବୃଦ୍ଧି ଯୋଗୁ କେବଳ ମାନବ ସମାଜ ଯେ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ନୁହେଁ ସମଗ୍ର ଜୀବଜଗତ ପ୍ରଭାବିତ ହେଉଛନ୍ତି । ଭୁବନେଶ୍ୱରରେ ବୁଲା ଗୋରୁଗାଈ, ପଶୁ, ପକ୍ଷୀ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ପାଣି ମୁନ୍ଦିଏ ପିଇବା ପାଇଁ ଏହି ପଶୁପକ୍ଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁ ବହୁ ପଶୁପକ୍ଷୀ ମୃତ୍ୟୁମୁଖରେ ପଡୁଛନ୍ତି ଓ ଅଂଶୁଘାତ ଜନିତ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହ ଜନିତ ଅସୁସ୍ଥତା ଯୋଗୁ ୭୧ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସବୁ ଡାକ୍ତରଖାନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପ୍ରତିଜିଲ୍ଲା ଡାକ୍ତରଖାନାରେ ୬ଟି ଶଯ୍ୟା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଶଯ୍ୟା ସଂରକ୍ଷିତ ରଖାଯାଇଛି । ଏଥିସହିତ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ୨୪ ଘଣ୍ଟିଆ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ବ୍ୟାପକ ବୃକ୍ଷ ଛେଦନ ଫଳରେ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଆବଶ୍ୟକ ଅନୁସାରେ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି ।

ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି । ତେଣୁ ଆଗାମୀ ଦିନରେ ବାହାରକୁ ଗଲେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି । ଆଉ କିଛିବର୍ଷ ପରେ ଦିଲ୍ଲୀ ମୁମ୍ବାଇ ଭଳି ଭୁବନେଶ୍ୱରରେ ମଧ୍ୟ ଅକ୍ସିଜେନ ପାର୍ଲରମାନ ଖୋଲଇ ଅମ୍ଲଜାନ ବିକ୍ରି ହେବ, ଏହାକୁ ଏଡ଼ାଇ ଦିଆଯାଇ ନପାରେ? ସମୟ ଆସିବ ଦିନେ ଭୁବନେଶ୍ୱର ଏକ ଉତ୍ତପ୍ତ ସହରର ମାନ୍ୟତା ପାଇବାକୁ ପଛଘୁଞ୍ଚା ଦେବନାହିଁ।

ତାପମାତ୍ରା ବୃଦ୍ଧି ଯୋଗୁ କେବଳ ମାନବ ସମାଜ ଯେ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ନୁହେଁ ସମଗ୍ର ଜୀବଜଗତ ପ୍ରଭାବିତ ହେଉଛନ୍ତି । ଭୁବନେଶ୍ୱରରେ ବୁଲା ଗୋରୁଗାଈ, ପଶୁ, ପକ୍ଷୀ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ପାଣି ମୁନ୍ଦିଏ ପିଇବା ପାଇଁ ଏହି ପଶୁପକ୍ଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁ ବହୁ ପଶୁପକ୍ଷୀ ମୃତ୍ୟୁମୁଖରେ ପଡୁଛନ୍ତି ଓ ଅଂଶୁଘାତ ଜନିତ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହ ଜନିତ ଅସୁସ୍ଥତା ଯୋଗୁ ୭୧ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସବୁ ଡାକ୍ତରଖାନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତିଜିଲ୍ଲା ଡାକ୍ତରଖାନାରେ ୬ଟି ଶଯ୍ୟା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଶଯ୍ୟା ସଂରକ୍ଷିତ ରଖାଯାଇଛି ।

ଏଥିସହିତ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ୨୪ ଘଣ୍ଟିଆ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ବ୍ୟାପକ ବୃକ୍ଷ ଛେଦନ ଫଳରେ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଆବଶ୍ୟକ ଅନୁସାରେ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି । ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି । ତେଣୁ ଆଗାମୀ ଦିନରେ ବାହାରକୁ ଗଲେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି । ଆଉ କିଛିବର୍ଷ ପରେ ଦିଲ୍ଲୀ ମୁମ୍ବାଇ ଭଳି ଭୁବନେଶ୍ୱରରେ ମଧ୍ୟ ଅକ୍ସିଜେନ ପାର୍ଲରମାନ ଖୋଲଇ ଅମ୍ଲଜାନ ବିକ୍ରି ହେବ, ଏହାକୁ ଏଡ଼ାଇ ଦିଆଯାଇ ନପାରେ? ସମୟ ଆସିବ ଦିନେ ଭୁବନେଶ୍ୱର ଏକ ଉତ୍ତପ୍ତ ସହରର ମାନ୍ୟତା ପାଇବାକୁ ପଛଘୁଞ୍ଚା ଦେବନାହିଁ ।

କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି । ମାଟିର ସେହି ସରଗ ମୋର, ସେଇଟି ଅଛି ମୋ ସଠି ଘର, ଜଳିବ ପୁଣି ସେଇଟି ଶେଷେ ମୋହରି ଚିତା ନିଆଁଟି’ କବିତାଟି ଆଜି ମନକୁ ଆନ୍ଦୋଳିତ କରୁଛି । ମଣିଷ ସୃଷ୍ଟି ହେବା ଦିନଠାରୁ ପ୍ରକୃତି ଓ ପରିବେଶ ଯୋଗୁଁ ଆଜି ପର୍ଯ୍ୟନ୍ତ ବଞ୍ôଚରହିଛି । ମାତ୍ର ସାମ୍ପ୍ରତିକ ସମୟରେ ବାୟୁ ଓ ପରିବେଶ ପ୍ରଦୂଷଣ ମାନବ ସଭ୍ୟତା ଓ ଜୀବଜଗତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଫଳରେ ଛଅ ଋତୁ ଆଜି ସାତ ସପନ ଏବଂ ଗ୍ରୀଷ୍ମୠତୁରେ ଭୁବନେଶ୍ୱରରେ ମାତ୍ରାଧିକ ତାପମାତ୍ରା ବୃଦ୍ଧି ପାଉଛି । ଜନସଂଖ୍ୟା ବୃଦ୍ଧି, ଅଧିକ ସଂଖ୍ୟାରେ ଗାଡ଼ିମୋଟର ଚଳାଚଳ, ଖଣି ଖନନ, ଶିଳ୍ପ ଓ କୋଠାବାଡ଼ି ନିର୍ମାଣ ଯୋଗୁଁ ବାୟୁ ପ୍ରଦୂଷଣ ଓ ତାପମାତ୍ରା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ମଣିଷ ପ୍ରକୃତିକୁ ଧ୍ୱଂସ କରିବାକୁ ଲାଗିଥିବାରୁ ଜଳବାୟୁ ପରିବର୍ତ୍ତନ ପରି ଭୟଙ୍କର ସ୍ଥିତିକୁ ସାମନା କରୁଛି । ଖରା, ବର୍ଷା, ଭୁସ୍ଖଳନ, ମରୁଡ଼ି, ବାତ୍ୟା ଆଦି ବୃଦ୍ଧି ପାଉଛି । ଓଡ଼ିଶାକୁ ପ୍ରକୃତି ଖଣି, ନଦୀ, ସମୁଦ୍ର, ଜଙ୍ଗଲ ଓ ଉର୍ବର ଜମି ଆଦି ବରଦାନ ଦେଇଛି । ତେବେ ଏହା ସହିତ ବନ୍ୟା, ମରୁଡ଼ି, ବାତ୍ୟା ପ୍ରାକୃତିକ ବିପତ୍ତି ମଧ୍ୟଦେଇଛି । ପ୍ରାକୃତିକ ସମ୍ପଦର ସଦ୍‌ବ୍ୟବହାର କରି ଭଲ ଭାବେ ବଞ୍ôଚ ରହିବା ପାଇଁ ପ୍ରାକୃତିକ ବିିପର୍ଯ୍ୟୟକୁ କିପରି ମୁକାବିଲା କରିହେବ ତାହା ସାଧାରଣ ଜନତାଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ।

ପ୍ରକୃତି ଓ ପରିବେଶକୁ ବଞ୍ଚାଇ ରଖିବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ କର୍ତ୍ତବ୍ୟ । ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇଥାଏ । ତେଣୁ ଏହିସବୁ ପ୍ରଦୂଷଣରୁ ରକ୍ଷା ପାଇବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରି ତାର ଯତ୍ନ ନେବା ସହିତ ସଠିକ୍ ଭାବେ ବର୍ଜ୍ୟବସ୍ତୁ ପରିଚାଳନା କରିବା ଦରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସାଧାରଣ ଜନତାଙ୍କ ସମର୍ଥନ ରହିବା ଜରୁରୀ । ମାତ୍ର ପ୍ରଶାସନ ଓ ସାଧାରଣ ଜନତାଙ୍କ ଆନ୍ତରିକ ସହଯୋଗ ଓ ସହମତି ଅଭାବରୁ ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି।

ବିଶ୍ୱର ସର୍ବାଧିକ ଜନବସତି ସହର ଜାପାନର ରାଜଧାନୀ ଟୋକିଓରୁ ଫେରିଯାଇ ଗ୍ରାମାଞ୍ଚଳରେ ସ୍ଥାୟୀ ଭାବରେ ବସବାସ କରିବାକୁ ଜାପାନ ସରକାର ସେଠାକାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଯେଉଁମାନେ ଏହି ନିମୟକୁ ପାଳନ କରି ଟୋକିଓରୁ ଯାଇ ଗ୍ରାମାଞ୍ଚଳରେସ୍ଥାୟୀ ଭାବରେ ବସତି ସ୍ଥାପନ କରିବେ ସେମାନଙ୍କୁ ମୁଣ୍ଡପିଛା ଆର୍ଥିକ ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ତେଣୁ ବାୟୁ ପ୍ରଦୂଷଣ ଯୋଗୁଁ ସମୟ ଆସିବ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି’ କବିତାକୁ ମନେ ପକାଇ, ଆମ ଦେଶର ବଡ ବଡ଼ ସହରମାନଙ୍କରେ ବସବାସ କରୁଥିବା ସାଧାରଣ ଜନତା ଦିନେ ସ୍ୱତଃପ୍ରବୃତ୍ତ ଭାବେ ଜନ୍ମମାଟିକୁ ଫେରିଯାଇ ଗାଁରେ ସ୍ଥାୟୀ ଭାବରେ ବସତି ସ୍ଥାପନ କରିବେ ସେ ସମୟ ଏବେ ଉପନୀତ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

ପାଣିପାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.