Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନୀ ରାଜନୀତିରୁ ବିଜୟ ମହାପାତ୍ର ସନ୍ୟାସ ନେଇଯିବା ଉଚିତ ନୁହଁ କି?
ବିଶେଷ ଖବର

ନିର୍ବାଚନୀ ରାଜନୀତିରୁ ବିଜୟ ମହାପାତ୍ର ସନ୍ୟାସ ନେଇଯିବା ଉଚିତ ନୁହଁ କି?

July 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

କ୍ରମାଗତ ଚତୁର୍ଥ ପରାଜୟ ପରେ ବିଜୟ ମହାପାତ୍ର ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେଇଯିବା ଉଚିତ କି- ଏ ପ୍ରଶ୍ନ ଆଜି ଯଦି ପଚରାଯାଏ ତାହେଲେ, ବିଶେଷ କିଛି ଅପ୍ରାସଙ୍ଗିକ ହେବନାହିଁ। ବରଂ ଏହାହିଁ ଏମିତି ଏକ ପ୍ରଶ୍ନ ପଚାରିବାର ସବୁଠୁ ଭଲ ସମୟ। ଗତ କୋଡିଏ ବର୍ଷ ଧରି ବିଜୟ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପ୍ରତିଯୋଗୀ ବୋଲି ଉପସ୍ଥାପିତ କରିଆସିଛନ୍ତି। ହେଲେ ୨୦୦୦ ମସିହାରେ ତାଙ୍କ ଟିକଟ କଟିବାର ୧୯ ବର୍ଷ ପରେ ମଧ୍ୟ ସେ ଥରେ ହେଲେ ବିଧାନସଭାକୁ ନିର୍ବାଚିତ ହୋଇପାରିନାହାନ୍ତି। ଯଦି ଜଣେ ରାଜନେତା ନିର୍ବାଚନୀ ରାଜନୀତିରେ ନିଜର ପ୍ରତିଷ୍ଠା ବଜାୟ ରଖିବାକୁ ଚାହାନ୍ତି , ତାହେଲେ ତାଙ୍କୁ ନିଜର ଏକ ସୁରକ୍ଷିତ ନିର୍ବାଚନ ମଣ୍ଡଳୀ ପ୍ରସ୍ତୁତ ରଖିବାକୁ ପଡିବ। ନିର୍ବାଚନ ନ ଜିତି, ନିଜ ବିରୋଧକୁ ପ୍ରକଟ କରିବା ସହଜ କଥାନୁହଁ। ଥରେ ବିଜୁ ଜନତା ଦଳରୁ ବିତାଡିତ ହେବାପରେ ବିଜୟ ବାବୁ ଆଉ ଜିତି ପାରିନାହାନ୍ତି। ୨୦୦୦ରେ ତାଙ୍କ ଟିକଟ କାଟିବା ପରେ ବିଜୟଙ୍କ ନିଜ ନିର୍ବାଚନ ମଣ୍ଡଳୀ ପାଟକୁରାରେ ତାଙ୍କ ପ୍ରତି ବିପୁଳ ସମର୍ଥନ ଥିଲା। ତାଙ୍କ ସମର୍ଥିତ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରା ସେତେବେଳେ ଚାଳିଶ ହଜାର ଭୋଟରୁ ଅଧିକ ବ୍ୟବଧାନରେ ଜିତିଥିଲେ।

୨୦୦୪ ପରଠୁ ଚିତ୍ର କିନ୍ତୁ ବଦଳି ଯାଇଥିଲା। ଏକଦା ଯେଉଁ ବିଜୟ ମହାପାତ୍ର କେନ୍ଦ୍ରାପଡାର ସ୍ଵାଭିମାନ ଥିଲେ, ସେ ବାରମ୍ବାର ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହେଲେ। ୨୪ ମଇ ର ପାଟକୁରା ନିର୍ବାଚନ ଫଳାଫଳ ଏ କ୍ଷେତ୍ରରେ ଶେଷ ଉତ୍ତର ବୋଲି କୁହାଯାଇପାରେ। ୨୦୦୪ ରୁ ୨୦୧୯ ଭିତରେ ସେ ଓଡିଶା ଗଣ ପରିଷଦ ଓ ବିଜେପି ଟିକଟରେ ଉଭୟ ପାଟକୁରା ଓ ମହାକାଳପଡା ରୁ ନିର୍ବାଚନ ଲଢି ହାରିଛନ୍ତି। କେବଳ ୨୦୦୪ ରେ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ତାଙ୍କର ପରାଜୟର ବ୍ୟବଧାନ କମ ରହିଥିଲା। ୨୦ ରୁ ୪୦ ହଜାର ଭୋଟରେ ହାରୁଥିବା ବିଜୟ ମହାପାତ୍ର ନିଜକୁ ଯେତେ ଟାଣୁଆଁ ନେତା ଭାବରେ ଉପସ୍ଥାପିତ କାଲେ ମଧ୍ୟ, ନିର୍ବାଚନୀ ଗଣିତରେ ସେ ଯେ ଜମାରୁ ପ୍ରାସଙ୍ଗିକ ନୁହନ୍ତି, ସେକଥା ଆଉ ପ୍ରମାଣ କରିବାର ଆବଶ୍ୟକତା ନାଇଁ।

ବିଜୟଙ୍କ ପରାଜୟ ହିଁ ଏକମାତ୍ର ସତ୍ୟ, ଏକଥା ପୁଣିଥରେ ପାଟକୁରାରେ ପ୍ରମାଣିତ ହୋଇଛି। ପାଟକୁରା ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୁଖ କ୍ଷେତ୍ର ଡେରାବିଶ, ମାର୍ଶାଘାଇ ଓ ଗରଦପୁର ଭିତରୁ କେବଳ ଶେଷ କ୍ଷେତ୍ରରେ ତାଙ୍କର କିଛିଟା ପ୍ରଭାବ ରହିଛି। ଅନେକ ସମୟରେ ଲୋକ ସମର୍ଥନ ଓ ସ୍ବାଭିମାନକୁ ବୁଝିବାରେ ବିଜୟ ନିର୍ଘାତ ଭାବରେ ବିଫଳ ହୋଇଛନ୍ତି। ୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେବା ଓ ୨୦୧୯ ରେ ପୁଣି ବିଜେପିକୁ ଫେରିବାର ଭୁଲ ନିଷ୍ପତ୍ତି ଯୋଗୁଁ ସେ ଅଧିକ ଅପଦସ୍ତ ହୋଇଛନ୍ତି।

ବାରମ୍ବାର ପରାଜୟ ସତ୍ତ୍ୱେ ଗୋଟେ କଥା ସ୍ଵୀକାର କରିବାକୁ ପଡିବ ଯେ, ଓଡିଶା ରାଜନୀତିରେ ବିଜୟ ମହାପାତ୍ରଙ୍କର ବିଶେଷ ଭୂମିକା ରହିଛି ଓ ରହିବ। ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେଇ ଓଡିଶାର ଦୁଇଜଣ ବିଶିଷ୍ଟ ରାଜନେତା ଆମର ସାମାଜିକ ଓ ରାଜନୈତିକ ଜୀବନରେ ବିଶେଷ ପ୍ରଭାବ ପକାଇ ପାରିଥିଲେ। ଜଣେ ହେଉଛନ୍ତି କିଶନ ପଟ୍ଟନାୟକ ଓ ଆର ଜଣକ ବାଙ୍କ ବିହାରୀ ଦାସ। କିଶନ ପଟ୍ଟନାୟକ ଜନ ଆଂଦୋଳନର ନୂଆ ପରିଭାଷା ତିଆରି କରିଥିବା ବେଳେ ବାଙ୍କ ବିହାରୀ ଦାସ ପରିବେଶ ପ୍ରସଙ୍ଗକୁ  ରାଜନୀତିର କେନ୍ଦ୍ର ଭାବରେ ଉପସ୍ଥାପନ କରିପାରିଥିଲେ। ବିଜୟ ମହାପାତ୍ର ଏ ଦୁଇ ମହାନ ନେତାଙ୍କ ପଦାଙ୍କ ଅନୁସରଣ କରିଥିଲେ, ଓଡିଶାର ରାଜନୀତିରେ ତାଙ୍କର ଅଧିକ ପ୍ରଭାବ ରହିଥାନ୍ତା।

ବିଜୟଙ୍କ ରାଜନୀତିରେ ଦୀର୍ଘକାଳୀନ ଅଭିଜ୍ଞତା ରହିଛି। ସ୍ଵାଧୀନ ଭାବରେ ସେ ଏକ ବିରୋଧୀ ରାଜନୈତିକ ମଞ୍ଚ ଗଠନ କରି ପାରିଥାନ୍ତେ। ଓଡିଶାରେ ବିରୋଧିଶୂନ୍ୟ ରାଜନୀତିକୁ ଏକ ସ୍ଵାଧୀନ ସ୍ଵରର ଆବଶ୍ୟକତା ରହିଛି। ଏକଦା ସେ ଏନସିପି ର ରାଜ୍ୟ ମୁଖିଆ ଥିବା ସମୟରେ ସେହି ଦଳର ଜାତୀୟ ମୁଖ୍ୟ ଶାରଦା ପାୱାର ନବୀନ ପଟ୍ଟନାୟକଙ୍କ ଦଳରେ ନିଜର ବିଧାୟକମାନଙ୍କୁ ସାମିଲ କରାଇଦେଲେ। ଆଜି ବିଜେପି ଓ ବିଜେଡି ଭିତରେ ସେହି ସମାନ ବୁଝାମଣା ରହିଛି। ସେହି ସ୍ଥିତିରେ ବିଜୟ ବିଜେପିରେ ରହି କରିବେ କଣ? ବିଜେପିରେ ଆଜି ମଧ୍ୟ ସେ ପୁରୁଣା ଆସବାବ ମାତ୍ର। ପୁନଶ୍ଚ ସଂଘ ବିଚାରରୁ ସେ ଯେହେତୁ ଆସିନାହାନ୍ତି, ତାଙ୍କୁ ବିଜେପି ସେମିତି କିଛି ବଡ ପଦ ପଦବୀ ଦେଇ ସନ୍ତୁଷ୍ଟ କରିବାକୁ ଚାହିଁବ ନାହିଁ। ତେଣୁ ବିଜେପିରେ ରହିବା ନ ରହିବା, ବିଜୟଙ୍କ ଲାଗି ଆଉ କିଛି ମାନେ ରଖେନାହିଁ।

ନିଜକୁ ଓଡିଶା ରାଜନୀତିରେ ପ୍ରାସଙ୍ଗିକ କରି ରଖିବାକୁ ହେଲେ, ବିଜୟ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେଇ ସ୍ଵାଧୀନ ରାଜନୀତିକୁ ଆସିବା ଉଚିତ ହେବ। ହେଲେ ଯେଉଁ ନେତା ନିର୍ବାଚନୀ ରାଜନୀତିରେ ଅଭ୍ୟସ୍ତ ହୋଇପଡନ୍ତି, ସେମାନେ ଯେତେ ହାରିଲେ ମଧ୍ୟ ସେହି ଅଭ୍ୟାସରୁ ମୁକୁଳି ପାରନ୍ତି ନାହିଁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026
Latest News

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.