Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛାତ୍ରୀ ମୃତ୍ୟୁ ନେଇ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତଳିକା ଦାହ
ବିଶେଷ ଖବର

ଛାତ୍ରୀ ମୃତ୍ୟୁ ନେଇ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତଳିକା ଦାହ

July 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
StudnetCongress
ଛାତ୍ରୀ ମୃତ୍ୟୁ ନେଇ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତଳିକା ଦାହ

ଭୁବନେଶ୍ବର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବଦାହ ପ୍ରତିକାମୂକ ଭାବରେ ବିଜେପି କାର୍ଯ୍ୟାଳୟ ନିକଟରେ ସମାପିତ ହୋଇଥିଲା। ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଏକ ରାଲିରେ “ରାମ ନାମ ସତ୍ୟହେ, ହରିନାମ ସତ୍ୟହେ” ଉଚ୍ଚାରଣ କରି ଦୁଇଟି କୋକେଇ କାନ୍ଧେଇଥିଲେ ସେହି କୋକେଇରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଦୁଇଟି ଫ୍ଲେକ୍ସ ନିର୍ମିତ ଶବ ରଖାଯାଇଥିଲା। ସେପଟେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଶବ ତାଙ୍କ ନିଜ ଗାଁରେ ଦାହ ହେଉଥ‌ିବା ବେଳେ ଭୁବନେଶ୍ଵରରେ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବକୁ ଯୁବ କଂଗ୍ରେସ ପ୍ରତିକାତ୍ମକ ଭାବେ ଦାହ କରାଯାଇଥିଲା। ଶବଦାହର ସମସ୍ତ ବିଧୂ ଏହି କାର୍ଯ୍ୟକ୍ରମରେ ଅନୁସରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ଆମେ ମୋହନ ସରକାରର ପ୍ରତିକାତ୍ମକ ଶବଦାହ କରିଛୁ। ଏହି ସରକାରରେ ନାରୀ ଅସୁରକ୍ଷିତ। ବାଲେଶ୍ଵର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିକୁ ମୁଖ୍ୟମନ୍ତ୍ରୀ କି ଶିକ୍ଷାମନ୍ତ୍ରୀ ବା ସମଗ୍ର ମୋହନ ସରକାରର ବ୍ୟବସ୍ଥା ନ୍ୟାୟ ଦେଇପାରିଲା ନାହିଁ । ଛାତ୍ରୀ ଜଣକ ୬ମାସ ଧରି ତାଙ୍କ ବିଭାଗର ମୁଖ୍ୟଙ୍କ ଦ୍ବାରା ଅତ୍ୟାଚାରିତ ହେଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଯୋଗ ପାଇଲା ପରେ ମଧ୍ଯ ନିଦକ ରହିଲେ।

ଛାତ୍ରୀ ନ୍ୟାୟ ପାଇବାପାଇଁ ବାଲେଶ୍ବର ସାଂସଦକଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଥାନା ସମସ୍ତଙ୍କୁ ନିଜର ଅଭିଯୋଗ ପ୍ରେରଣ କରିଛି। ବାଲେଶ୍ବର ସାଂସଦ ସ୍ୱୀକାର କରିଛନ୍ତି ଯେ ତାଙ୍କ ନିର୍ଦ୍ଦେଶ କେହି ମାନୁନାହାନ୍ତି। ଏହାର ଅର୍ଥ ଝିଅର ଆକୁଳ ନିବେଦନକୁ ଏ ସରକାର ବେଖାତିର କଲା । ତେଣୁ ଝିଅଟି ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଛି । ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହ ଏଥିରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡବିଧାନ ଓ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଝିଅର ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଦିଅନ୍ତୁ।

ଭୁବନେଶ୍ୱର କଂଗ୍ରେସ ସାଂସଦ ସୟଦ ୟାସିର ନଓ୍ୱାଜ କହିଥିଲେ ଯେ ଏହି ଘଟଣାରେ ବିଜେପି, ମୋହନ ସରକାର ଏବଂ ଏବିଭିପିର ଅସଲ ମୁଖା ଖୋଲିଯାଇଛି। ଉଭୟ ଅଧ୍ଯକ୍ଷ ଓ ଅଧ୍ୟାପକଙ୍କୁ କଲେଜ ବାହାରେ ଥ‌ିବା ହେଲୁଡେକ୍ସ ଠାରେ ଏବିଭିପି ପକ୍ଷରୁ ସମ୍ମାନୀତ କରାଯାଇଥିଲା । ସୁତରାଂ ଏହି ଅପରାଧ ଦୁଇଜଣ ଏବିଭିପି ସଂଗଠନ ସହିତ ସୁସମ୍ପର୍କ ରହିଥିଲା। ଛାତ୍ରୀଟି ଏବିଭିପି ସଂଗଠନର ଜଣେ ସଭ୍ୟା। ମାତ୍ର ଦୁଃଖର ବିଷୟ ଏହି ଯେ ଛାତ୍ରୀର ଗୁହାରୀ ନଶୁଣିଥିବା ସରକାର ବିରୋଧରେ ଏବିଭିପି ଏପର୍ଯ୍ୟନ୍ତ ଆନ୍ଦୋଳନ କରୁନାହିଁ କି ଶବ୍ଦଟିଏ କହୁନାହିଁ । ଛାତ୍ରୀର ହାତକୁ ଆମ୍ବଦାହ କରିବାପାଇଁ କିଏସେ ପେଟ୍ରୋଲ ଓ ଦିଆସିଲି ବଢ଼ାଇଦେଲା ଏବଂ ଆତ୍ମଦାହ କରିବାପାଇଁ ଉସୁକାଇଲା ତାହାର ଉପଯୁକ୍ତ ତଦନ୍ତ କରାଯାଉ। କଂଗ୍ରେସ ବାରମ୍ବାର ନାରୀ ସୁରକ୍ଷା କଥା କହୁଛି ।

ମାତ୍ର ମୋହନ ସରକାର ଏହାକୁ ଉପେକ୍ଷା କରୁଛି । କଂଗ୍ରେସ ଦଳପକ୍ଷରୁ ଲୋୟର ପିଏମଜି ଠାରେ ନାରୀ ସୁରକ୍ଷାକୁ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେଉଥ‌ିବା ବେଳେ ପୋଲିସ ପକ୍ଷରୁ ଲାଠିମାଡ଼, ପାଣିମାଡ ଓ ଟେକାମାଡ଼ କରି କଂଗ୍ରେସ କର୍ମୀଙ୍କୁ ଲହୁଲୁହାଣ କରାଗଲଶ। ୫୦୦୦ କଂଗ୍ରେସ କର୍ମୀଙ୍କ ନାମରେ ଏତଲା ଦରଜ ହେଲା । ନାରୀ ନ୍ୟାୟ ପାଇଁ ସ୍ମରଉତ୍ତୋଳନ କରୁଥିବା କଂଗ୍ରେସ ବିଧାୟକ ମାନଙ୍କୁ ବିଧାନସଭା ଭିତରେ ସାଶକ ଦଳର ବିଧାୟକମାନେ ଆକ୍ରମଣ କଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପୋଲିସ ଲଗାଇ କଂଗ୍ରେସ ବିଧାୟକମାନଙ୍କୁ ଅପମାନିତ କରାଯାଇଛି।

ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା କରିନି ବରଂ ବିଜେପି, ମୋହନ ସରାକର ଏବଂ ଏବିଭିପି ତାଙ୍କୁ ହତ୍ୟା କରିଛି ବୋଲି ସୟଦ ୟାସିର ନଓ୍ୱାଜ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ, ମନୋଜ ବିଶ୍ଵାଳ, କିରଣ ସାହୁ, ନିହାର ବେହେରା, ଗୋପନ ମାର୍ଥା, ଲିପିକା ପାତ୍ର, ଲିତ୍ସା ନାୟକ, ମହମ୍ମଦ ପରଭେଜ, ରଣଜିତ ସେନାପତି, ସୁରଜ ରାଉତ, ବୁବୁ ଜେନା, ତୁଷାରକାନ୍ତ ତପସ୍ୱୀ, ବିରଞ୍ଚ୍ ବାରିକ, ଆଶିଷ କୁମାର ମହାନ୍ତ, ପ୍ରଶାନ୍ତ ରାଉତ, ଜଗଦୀଶ ଗଜେନ୍ଦ୍ର, ପବିତ୍ର ସେଠୀ, ଜାଭେଦ ଅକତାର, ସୌମ୍ୟ ବରାଳା, ସୁଶାନ୍ତ ତ୍ରିପାଠୀ, ସୁଭାଷ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏଫଏମ କଲେଜ ଛାତ୍ରୀ ଛାତ୍ରୀ ଆତ୍ମହତ୍ୟା ଛାତ୍ରୀ ନିର୍ଯ୍ୟାତନା ଫକୀର ମୋହନ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୬ ଜଣଙ୍କର ମୃତ୍ୟୁ

April 21, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.