Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛାତ୍ରୀ ମୃତ୍ୟୁ ନେଇ ଭୁବନେଶ୍ବରରେ ତୁମୁଳ କାଣ୍ଡ, ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ; ପାଣିମାଡ, ଲୁହବୁହା ବାଷ୍ପ ପ୍ରୟୋଗ
ବିଶେଷ ଖବର

ଛାତ୍ରୀ ମୃତ୍ୟୁ ନେଇ ଭୁବନେଶ୍ବରରେ ତୁମୁଳ କାଣ୍ଡ, ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ; ପାଣିମାଡ, ଲୁହବୁହା ବାଷ୍ପ ପ୍ରୟୋଗ

July 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RallyBJD
ଛାତ୍ରୀ ମୃତ୍ୟୁ ନେଇ ଭୁବନେଶ୍ବରରେ ତୁମୁଳ କାଣ୍ଡ, ବିଜେଡି ପୋଲିସ ମୁହାଁମୁହିଁ; ପାଣିମାଡ, ଲୁହବୁହା ବାଷ୍ପ ପ୍ରୟୋଗ

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଆଜି ଭୁବନେଶ୍ବରର ପିଏମଜି ଛକରେ ତୁମୁଳ କାଣ୍ଡ ଘଟିଛି। ପୋଲିସ ଏବଂ ବିଜେଡି କର୍ମିଙ୍କ ମଧ୍ୟରେ ଧସ୍ତଧସ୍ତି ଆରମ୍ଭ ହୋଇଯାଇଛି। ଫଳରେ ପୋଲିସ ପ୍ରଥମେ ପାଣି ମାଡ ଏବଂ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଫଳରେ ଆନ୍ଦୋଳନକାରୀମାନେ ସେହି ସ୍ଥାନରୁ ଛତ୍ରଭଙ୍ଗ ଦେଇଛନ୍ତି। ତେବେ ଏହି ଲୁହବୁହା ବାଷ୍ପ ପ୍ରୟୋଗରେ କେତେକ ଆହତ ହୋଇଥିବାର ଜଣାପଡିଛି। ପୋଲିସ ବହୁ ବିଜେଡି ନେତା ଓ କର୍ମିଙ୍କୁ ଗିରଫ କରିଛି।

ଲୋକସେବା ଭବନ ଘେରାଉ କରିବ ବୋଲି ଗତକାଲି ବିଜେଡି ଘୋଷଣା କରିଥିଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନେଇ ଏହି ଆନ୍ଦୋଳନ ହେବ ବୋଲି ଘୋଷଣା ହୋଇଥିଲା। ସେହି ଅନୁସାରେ ଆଜି ସକାଳୁ ବିଜେଡିର ବଡବଡ ନେତାଙ୍କ ସହିତ ହଜାରହଜାର କର୍ମି ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ ସ୍ଲୋଗାନ କରି ଲୋକସେବା ଭବନ ଆଡକୁ ମାଡି ଆସିଥିଲେ।

ତେବେ ପୋଲିସ ଏ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ବିଜେଡି କର୍ମିମାନେ ପ୍ରଥମ ବ୍ୟାରିକେଡ ଭାଙ୍ଗି ଆଗକୁ ମାଡି ଆସିଥିଲେ। ଏହାପରେ ପୋଲିସ ସଜାଗ ହୋଇଯାଇଥିଲା। ଏହାପରେ ଆନ୍ଦୋଳନକାରୀମାନେ ଆଗକୁ ଆଗକୁ ମାଡି ଆସି ଦ୍ବିତୀୟ ବ୍ୟାରିକେଡ ନିକଟରେ ପହଞ୍ଚିଥିଲେ। ତେବେ ପୋଲିସ ତାଙ୍କୁ ଛାଡି ନ ଥିଲା। ଫଳରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତଧସ୍ତି ହୋଇଥିଲା।

କିଛି ସମୟ ପରେ ପୋଲିସ ଉଗ୍ରରୂପ ଧାରଣ କରି ଆନ୍ଦୋଳନକାରୀଙ୍କ ଉପରକୁ ପାଣିମାଡ କରିଥିଲା। ଏଥିରେ କେତେକ କର୍ମୀ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ଅନ୍ୟମାନେ ଆଗକୁ ବଢିଥିଲେ। ଫଳରେ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଫଳରେ ବହୁ ବିଜେଡି କର୍ମି ଏଥିରେ ଆହତ ହୋଇଥିବାର ସୂଚନା ମିଳିଛି। ତଥାପି ଆନ୍ଦୋଳନକାରୀମାନେ ନଛୋଡବନ୍ଧ ହୋଇପଡିଥିଲେ।

ଏହାପରେ ପୋଲିସ ବିଜେଡି ନେତାମାନଙ୍କୁ ଉଠାଇ ନେବାର କାର୍ଯ୍ୟ ଆରମ୍ଭ କରିଥିଲା। ଏଥିରେ ପୋଲିସ ଦେବୀ ମିଶ୍ର, ଅରୁଣ ସାହୁ, ଇପସିତା ସାହୁ, ସଂଜୟ ଦାସବର୍ମା ପ୍ରମୁଖଙ୍କୁ ଗିରଫ କରିଛି। ତେବେ ଏ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗିରହିଛି।

ଛାତ୍ରୀ ଆତ୍ମହତ୍ୟା ବିଜେଡି ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026

ଗୋଟିଏ ଦିନରେ ୫୦.୫ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ କରାଯାଇଛି: କେନ୍ଦ୍ର ସରକାର

April 18, 2026

କୃଷିଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ

April 18, 2026
Latest News

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026

ରୁଷଠାରୁ ତେଲ କିଣିବା ଜାରି ରଖିବ ଭାରତ : ରିହାତି ବୃଦ୍ଧି କଲା ଆମେରିକା

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.