Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ
ବିଶେଷ ଖବର

ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

July 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସିଲା କିଟ୍ ବିଶ୍ବବିଦ୍ୟାଳୟ
ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

ଭୁବନେଶ୍ଵର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ଆସିଲା ୟୁଜିସି ତଦନ୍ତ ରିପୋର୍ଟ। ଏହି ଘଟଣା ନେଇ ଡ ନାଗେଶ୍ବର ରାଓଙ୍କ ନେତୃତ୍ବରେ ୟୁଜିସର ଏକ ଟିମ ତଦନ୍ତ କରିଥିଲେ। ସେମାନେ ଦେଇଥିବା ରିପୋର୍ଟକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି ରିପୋର୍ଟରେ ୟୁଜିସି ଟିମ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ ଏହି ତଦନ୍ତ ରିପୋର୍ଟରେ ଯେଉଁ ସାଂଘାତିକ ତଥ୍ୟ ରହିଛି ତାହା ହେଲା, ଛାତ୍ରୀ ମୃତ୍ୟୁ ପଛରେ ଅବୈଧ ଏବଂ ବେଆଇନି କାର୍ଯ୍ୟକଳାପ ରହିଛି। ଯେଉଁଥିପାଇଁ ଛାତ୍ରୀ ଜଣଙ୍କ ସହୟ କରି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କୁହାଯାଇଛି।

ଚଳିତ ବର୍ଷ ଫେବୃୟାରୀ ମାସରେ କିଟ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ଆସିବା ପରେ ସାରା ଦେଶରେ ଏହି ଅନୁଷ୍ଠାନକୁ ନିନ୍ଦା କରାଯାଇଥିଲା। ଏପରିକି ନେପାଳରେ ମଧ୍ୟ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ମଧ୍ୟ ନିନ୍ଦା କରାଯାଇଥିଲା। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ହସ୍ତକ୍ଷେପ କରି ତଦନ୍ତ କରିବା ପାଇଁ କେନ୍ଦ୍ର ସରକରାଙ୍କୁ କହିଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ଏକ ଟିମ ତଦନ୍ତ କରୁଥିବା ବେଳେ ୟୁଜିସିର ଏକ ଟିମ ମଧ୍ୟ ତଦନ୍ତ କରିଥିଲେ।

ବର୍ତ୍ତମାନ ୟୁଜିସି ରିପୋର୍ଟ ଦେବା ପରେ ପରବର୍ତ୍ତି ପଦକ୍ଷେପ କଣ ହେବ ତାହା ଉପରେ ନଜର। କାରଣ ୟୁଜିସି କିଟ୍ କର୍ତ୍ତୁପକ୍ଷଙ୍କୁ ଦାୟୀ କରି ସାଂଘାତିକ ରିପୋର୍ଟ ଦେବା ପରେ ଏହି ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ହେଲେ ସେହି କାର୍ଯ୍ୟାନୁଷ୍ଠାନ କଣ ହେବ ସେ ନେଇ ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା।

କିଟ୍ ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.