Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ
ବିଶେଷ ଖବର

ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

July 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସିଲା କିଟ୍ ବିଶ୍ବବିଦ୍ୟାଳୟ
ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

ଭୁବନେଶ୍ଵର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ଆସିଲା ୟୁଜିସି ତଦନ୍ତ ରିପୋର୍ଟ। ଏହି ଘଟଣା ନେଇ ଡ ନାଗେଶ୍ବର ରାଓଙ୍କ ନେତୃତ୍ବରେ ୟୁଜିସର ଏକ ଟିମ ତଦନ୍ତ କରିଥିଲେ। ସେମାନେ ଦେଇଥିବା ରିପୋର୍ଟକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି ରିପୋର୍ଟରେ ୟୁଜିସି ଟିମ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ ଏହି ତଦନ୍ତ ରିପୋର୍ଟରେ ଯେଉଁ ସାଂଘାତିକ ତଥ୍ୟ ରହିଛି ତାହା ହେଲା, ଛାତ୍ରୀ ମୃତ୍ୟୁ ପଛରେ ଅବୈଧ ଏବଂ ବେଆଇନି କାର୍ଯ୍ୟକଳାପ ରହିଛି। ଯେଉଁଥିପାଇଁ ଛାତ୍ରୀ ଜଣଙ୍କ ସହୟ କରି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କୁହାଯାଇଛି।

ଚଳିତ ବର୍ଷ ଫେବୃୟାରୀ ମାସରେ କିଟ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ଆସିବା ପରେ ସାରା ଦେଶରେ ଏହି ଅନୁଷ୍ଠାନକୁ ନିନ୍ଦା କରାଯାଇଥିଲା। ଏପରିକି ନେପାଳରେ ମଧ୍ୟ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ମଧ୍ୟ ନିନ୍ଦା କରାଯାଇଥିଲା। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ହସ୍ତକ୍ଷେପ କରି ତଦନ୍ତ କରିବା ପାଇଁ କେନ୍ଦ୍ର ସରକରାଙ୍କୁ କହିଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ଏକ ଟିମ ତଦନ୍ତ କରୁଥିବା ବେଳେ ୟୁଜିସିର ଏକ ଟିମ ମଧ୍ୟ ତଦନ୍ତ କରିଥିଲେ।

ବର୍ତ୍ତମାନ ୟୁଜିସି ରିପୋର୍ଟ ଦେବା ପରେ ପରବର୍ତ୍ତି ପଦକ୍ଷେପ କଣ ହେବ ତାହା ଉପରେ ନଜର। କାରଣ ୟୁଜିସି କିଟ୍ କର୍ତ୍ତୁପକ୍ଷଙ୍କୁ ଦାୟୀ କରି ସାଂଘାତିକ ରିପୋର୍ଟ ଦେବା ପରେ ଏହି ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ହେଲେ ସେହି କାର୍ଯ୍ୟାନୁଷ୍ଠାନ କଣ ହେବ ସେ ନେଇ ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା।

କିଟ୍ ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025

ବନ୍ଧୁତାର ହାତ ବଢାଇ ଭାରତକୁ ଝଟକା ଦେଲା ଚୀନ୍: ଏହି ମାମଲାରେ WTO କୁ କଲା ଅଭିଯୋଗ

October 21, 2025

ବିହାର ପରି ଝାଡ଼ଖଣ୍ଡରେ ମଧ୍ୟ ଭାଙ୍ଗିଯିବ କି ଇଣ୍ଡିଆ ମେଣ୍ଟ?: ଜେଏମ୍ଏମ୍ ର ଅସନ୍ତୋଷ ପରେ ଚର୍ଚ୍ଚା ଆରମ୍ଭ

October 21, 2025

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ‘ଲୌହ ମହିଳା’: ଅଭିନନ୍ଦନ ଜଣାଇଲେ ମୋଦୀ

October 21, 2025
Latest News

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025

ଜନ ସୂରାଜ ପ୍ରାର୍ଥୀଙ୍କୁ ଉଠେଇନେଲା କି ବିଜେପି?: ସାଂଘାତିକ ଅଭିଯୋଗ ଆଣିଲେ ପ୍ରଶାନ୍ତ କିଶୋର

October 21, 2025

ବନ୍ଧୁତାର ହାତ ବଢାଇ ଭାରତକୁ ଝଟକା ଦେଲା ଚୀନ୍: ଏହି ମାମଲାରେ WTO କୁ କଲା ଅଭିଯୋଗ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.