Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଘଟଗାଁ ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ଅଢେଇ ବର୍ଷ ମଧ୍ୟରେ ଏହି ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଘଟଗାଁ ମା’ ତାରିଣୀଙ୍କ ପୀଠରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ନିବାସ, ୩୦୦ ସିଟ୍ ବିଶିଷ୍ଟ ବ୍ୟାଖ୍ୟାନ କେନ୍ଦ୍ର, ନଡିଆ ଗୋଦାମ, ୫୦୦ ସିଟ୍ ବିଶିଷ୍ଟ ପ୍ରସାଦ ସେବନ ଗୃହ, ଫୁଡ ପ୍ଲାଜା, ପାର୍କିଂ ସୁବିଧା, ମାର୍କେଟ କମ୍ପ୍ଲେକ୍ସ, ଡ୍ରେନେଜ୍ ସିଷ୍ଟମ, ପୁଷ୍କରିଣୀ ଏବଂ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଇତ୍ୟାଦି ରହିଛି।

ମନ୍ଦିର କମିଟି ସହିତ ଆଲୋଚନା କରି ଏ ସବୁ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଘଟଗାଁ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଦୋକାନ ଗୁଡିକୁ ମାର୍କେଟ କମ୍ପ୍ଲେକ୍ସରେ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ପ୍ରସିଦ୍ଧ ଶକ୍ତି ପୀଠ ଯାଜପୁର’ର ମା’ ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୪ଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏଥିରେ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ମନ୍ଦିର ଚତୁଃପାର୍ଶ୍ୱ ବିକାଶ, ବିରଜା ହାଟ ସ୍ଥାପନ, ବ୍ରହ୍ମକୁଣ୍ଡର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ବ୍ୟାଖ୍ୟାନ କେନ୍ଦ୍ର, ଧର୍ମଶାଳା, ହାତୀ ପୋଖରୀ ପୁନରୁଦ୍ଧାର ଏବଂ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା ପାଇଁ କାର୍ଯ୍ୟ ଅନ୍ତର୍ଭୁକ୍ତ ଅଛି।

ଆହୁରି ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏକାମ୍ର କ୍ଷେତ୍ର ହେଉଛି ଭାରତ ବର୍ଷର ଏକ ପ୍ରାଚୀନ ଶୈବ ପୀଠ।

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ଛୋଟ ବଡ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା କରି ଏ ସବୁ ମନ୍ଦିର ଗୁଡିକର ଉନ୍ନତିକରଣ କରାଗଲେ, ଏକାମ୍ର କ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବଜାୟ ରହିବ ବୋଲି ସେ କହିଥିଲେ।

ଏହି ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂହ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ଘଟଗାଁ ମା ତାରିଣୀ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.