Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବନ୍ୟା ଆଶଙ୍କା: ଲଗାତର ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀ, ଜାଣନ୍ତୁ କେଉଁ ନଦୀର ସ୍ଥିତି ବର୍ତ୍ତମାନ କଣ ରହିଛି
ବିଶେଷ ଖବର

ବନ୍ୟା ଆଶଙ୍କା: ଲଗାତର ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀ, ଜାଣନ୍ତୁ କେଉଁ ନଦୀର ସ୍ଥିତି ବର୍ତ୍ତମାନ କଣ ରହିଛି

July 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟା ଆଶଙ୍କା
ବନ୍ୟା ଆଶଙ୍କା: ଲଗାତର ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀ, ଜାଣନ୍ତୁ କେଉଁ ନଦୀର ସ୍ଥିତି ବର୍ତ୍ତମାନ କଣ ରହିଛି

ଭୁବନେଶ୍ବର: ଓଡିଶାରେ ଲଗାତର ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହି ବର୍ଷା ଆହୁରି କିଛିଦିନ ରହିଥିବାରୁ କେତେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଆଜି ଦିନ ଗୋଟାଏ ସୁଦ୍ଧା ବିଭିନ୍ନ ନଦୀର ଜଳ ସ୍ତର ଯାହା ରହିଛି ତାହା ହେଲା…

୧ . ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ  ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି  ପାଉଛି।

୨ . ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୮. ୮ ୨  ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମାଗତ  ବୃଦ୍ଧି ପାଉଛି, ଏହାର  ବିପଦ ସଂକେତ  ସ୍ତର ୩୮. ୩୬  ମିଟର  । ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୭. ୯୮  ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ  ଅଛି । ଏହାର  ବିପଦ ସଂକେତ ସ୍ତର ୧୮. ୩୩  ମିଟର । କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି)ର ଅନୁମାନ ଅନୁଯାୟୀ, ଏହି ସ୍ତର ଆଜି ରାତି ୧୦  ଟା ସୁଦ୍ଧା ୧୮ . ୬୫  ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

୩ . ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର  ୭. ୨୦ ମିଟର (ସ୍ଥିର ରହିଛି ), ଯାହାକି  ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର ୬ . ୫୦ ମିଟର ।

୪ . ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର ୪୭ . ୯୨  ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ସ୍ଥିତିରେ ଅଛି । ଏହାର ବିପଦ ସଂକେତ ୪୯ . ୧୬  ମିଟର । ସେହିପରି ରାଜଘାଟ ଠାରେ  ଏହି ସ୍ତର ୭.୨୬  ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏହାର, ବିପଦ ସଂକେତ ସ୍ତର ୧୦.  ୩ ୬  ମିଟର । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ୨୭  ତାରିଖ ସକାଳ ୧୦.୦୦ ଟା ସୁଦ୍ଧା  ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହିତ ହୋଇପାରେ ଏବଂ ଜଳ ସ୍ତର ୧୧ . ୭  ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

୫ . ଏଥିପାଇଁ ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ( ୨ ୪ X୭ ) କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ  ନିରୀକ୍ଷଣ କରାଯାଉଛି ।

୬ . ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ  ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି  ତଳିଆ ଅଂଚଳର ଲୋକମାନଙ୍କୁ  ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ  କାର୍ଯ୍ୟ ପରିଚାଳନା କରିବାକୁ  ସତର୍କ  କରାଯାଇଛି  ।

୭ . ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ( ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)-  ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର, ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ  ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି ।

୮ . ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବୃଦ୍ଧିପାଉଥିବାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର  ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ବେସିନ୍ ଓ ବୈତରଣୀ ବେସିନକୁ ଯାଇଛନ୍ତି । ସେମାନେ ସେହି ସଂପୃକ୍ତ ବେସିନ୍ ଗୁଡ଼ିକରେ ବନ୍ୟା ପରିଚାଳନା କରିବେ ।

Read More News – Reliance Foundation Marks Mangrove Day with Plantation in Odisha

Odisha Flood ଜଳକା ବନ୍ୟା ବନ୍ୟା ଆଶଙ୍କା ବୈତରଣୀ ନଦୀ ଲଗାଣ ବର୍ଷା ସୁବର୍ଣ୍ଣରେଖା
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.