Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଲେଶ୍ବରରେ ବନ୍ୟା: ତଳିଆ ଅଞ୍ଚଳ ଉପରେ ସତର୍କ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ
ବିଶେଷ ଖବର

ବାଲେଶ୍ବରରେ ବନ୍ୟା: ତଳିଆ ଅଞ୍ଚଳ ଉପରେ ସତର୍କ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ

July 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲେଶ୍ବରରେ ବନ୍ୟା
ବାଲେଶ୍ବରରେ ବନ୍ୟା: ତଳିଆ ଅଞ୍ଚଳ ଉପରେ ସତର୍କ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ

ଭୁବନେଶ୍ବର: ବାଲେଶ୍ବରରେ ବନ୍ୟା ପରିସ୍ଥିତି। ସେଠାରେ ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ। ଫଳରେ ସେଠାରେ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବାଲେଶ୍ୱର ଜିଲ୍ଲାପାଳଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି  ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର  ଓ ରିଲିଫ କାର‌୍ୟ୍ୟ ପରିଚାଳନା କରିବା ସହିତ ବନ୍ୟା ପରିଚାଳନା ପାଇଁ ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ନେବାକୁ ସତର୍କ କରାଯାଇଛି ଏବଂ ପରାମର୍ଶ ଦିଆଯାଇଛି ।

ତେବେ ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ବିଭିନ୍ନ ନଦୀର ଜଳ ପତନ ନେଇ ଏକ ସୂଚନା ପ୍ରଦାନ କରାଯାଇଛି। ତାହା ହେଲା..

୧- ଆଜି ସଂଧ୍ୟା ୬.୦୦ ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୬.୨୪  ମିଟର ରହିଛି            ଏବଂ ଏହା ହ୍ରାସ ପାଉଥିବା ଜଣାଯାଇଛି । ଏଠାରେ ବିପଦ ସଂକେତ  ସ୍ତର ୩୮.୩୬ ମିଟର। ସେହିପରି ଆଖୁଆପଦା ଠାରେ ଜଳସ୍ତର ୧୭.୬୬   ମିଟର ରହିଛି ଓ ଏହା ହ୍ରାସ ପାଉଛି । ଏଠାରେ ବିପଦ ସଂକେତ ସ୍ତର ୧୮. ୩୩  ମିଟର।

୨- ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର  ୬.୫୨  ମିଟର ରହିଛି  ଓ ଏଠାରେ ଜଳପ୍ରବାହ କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର।

୩-ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର ୪୮.୮୬  ମିଟର ରହିଛି ଓ ଏଠାରେ ମଧ୍ୟ ଜଳପ୍ରବାହ ହ୍ରାସ ପାଉଥିବା ଜଣାଯାଉଛି। ଏଠାରେ  ବିପଦ ସଂକେତ ସ୍ତର ୪୯.୧୬ ମିଟର । ରାଜଘାଟ ଠାରେ ଜଳ ସ୍ତର ୧୧.୧୭  ମିଟର ଥିବା ବେଳେ ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହାର,ବିପଦ ସଂକେତ ସ୍ତର ୧୦.୩୬  ମିଟର। ଆଜି ୨୭.୦୭.୨୦୨୫ ରାତି ୯ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ଜଳସ୍ତର ୧୧. ୪୦ ମିଟର ପର‌୍ୟ୍ୟନ୍ତ ବୃଦ୍ଧି ପାଇପାର ଆକଳନ କରାଯାଇଛି।

୪- ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ( ୨୪*୭ ) କାର‌୍ୟ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ ନିରୀକ୍ଷଣ କରାଯାଉଛି ।

୫- ବାଲେଶ୍ୱର ଜିଲ୍ଲାପାଳଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି  ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର  ଓ ରିଲିଫ କାର‌୍ୟ୍ୟ ପରିଚାଳନା କରିବା ସହିତ ବନ୍ୟା ପରିଚାଳନା ପାଇଁ ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ନେବାକୁ ସତର୍କ କରାଯାଇଛି ଏବଂପରାମର୍ଶ ଦିଆଯାଇଛି ।

୬-ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ( ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)-ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), କ୍ଷେତ୍ରସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି ।

୭-ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ବାଲେଶ୍ୱରରେ ଏକ ଶିବିର(କ୍ୟାମ୍ପ)ରେ ଉପସ୍ଥିତ ରହି  ବନ୍ୟା ପରିଚାଳନାକୁ ତଦାରଖ କରୁଛନ୍ତି ।

୮- ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ,ତଦାରଖ(ମନିଟରିଂ), ବାଲିଆପାଳ ବ୍ଲକର ପୁରୁଲିଆ ସେତୁଠାରେ     ସୁବର୍ଣ୍ଣରେଖା ନଦୀରେ ବନ୍ୟାସ୍ଥିତି ନିରୀକ୍ଷଣ କରିଛନ୍ତି। ସେହିପରି ସେ ମଧ୍ୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଜଳକା ନଦୀ ଓ ଜମ୍ଭିରା ନଦୀର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି।

୯-ଜଳ ସଂପଦ ବିଭାଗର  ଅଧିକାରୀ, ଯନ୍ତ୍ରୀ  ଓ କର୍ମଚାରୀମାନେ  ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନ         ସହିତ ସମନ୍ୱୟ ରଖି ବନ୍ୟା ପରିଚାଳନା କାର‌୍ୟ୍ୟ ଜାରି ରଖିଛନ୍ତି।

flood ପ୍ରବଳ ବର୍ଷା ବନ୍ୟା ବାଲେଶ୍ବର ବନ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026
Latest News

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.