Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ
ବିଶେଷ ଖବର

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାବଧାନ....ଏଣିକି ବିନା କାଗଜପତ୍ରରେ
ସାବଧାନ....ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

ଭୁବନେଶ୍ବର: ବାରମ୍ବାର ନୋଟିସ ପରେ ଯଦି ବିନା କାଗଜ ପତ୍ରରେ ଗାଡି ରାସ୍ତାରେ ଗଡିବ ତେବେ ଗାଡି ରେଜିଷ୍ଟ୍ରେସନ ବାତିଲ ହେବ। ଏହିପରି ଏକ କଡା ନିଷ୍ପତି ଗ୍ରହଣ କରିଛି ରାଜ୍ୟ ପରିବହନ ଅଥରିଟି ବା ଏସଟିଏ। ଏ ନେଇ ଏସଟିଏ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାସ୍ତାରେ ବିନା କାଗଜ ପତ୍ରରେ ବହୁ ଗାଡି ଚାଲୁଛି। ସେମାନଙ୍କୁ ଧରାଯାଉଛି। ହେଲେ ଜରମାନା ନ ଦେଇ ପୁଣି ରାସ୍ତାରେ ଗାଡି ଚଳାଉଛନ୍ତି। ଯାହାକୁ ନେଇ ଏସଟିଏ ବିରକ୍ତି ପ୍ରକାଶ କରିଛି।

ସୂଚନା ଅନୁସାରେ ବିନା କାଗଜପତ୍ରରେ ଗାଡି ଧରାଯିବା ପରେ ଯଦି ମାଲିକ କୌଣସି ଉତ୍ତର ନ ଦିଅନ୍ତି ତେବେ ସେମାନଙ୍କୁ ପୁଣି ନୋଟିସ କରାଯିବ। ଏହିପରି ପାଞ୍ଚ ଥର ଗାଡି ମାଲିକଙ୍କୁ ନୋଟିସ କରାଯିବ। ପାଞ୍ଚଥରରେ ଯଦି ଗାଡିମାଲିକ କୌଣସି ଉତ୍ତର ରଖିଲେ ନାହିଁ କିମ୍ବା ଜରିମାନା ଦେଲେ ନାହିଁ ତେବେ ତାଙ୍କ ଗାଡି ରେଜିଷ୍ଟ୍ରେସନ ବାତିଲ କରାଯିବ। ଫଳରେ ରାସ୍ତାରେ ସେହି ଗାଡି ଆଉ ଗଡିପାରିବ ନାହିଁ। ଏସଟିଏ ର ସୂଚନା ଅନୁସାରେ ଜଣେ ଗାଡି ମାଲିକଙ୍କୁ ବାରମ୍ବାର କହିବା ସତ୍ବେ ସେ କିଛି ନ ଶୁଣିଲେ ଏହି କଡା ପଦକ୍ଷେପ ଗ୍ରହଣ କରାଯିବ।

ଏସଟିଏ ତଥ୍ୟ ଅନୁସାରେ ବର୍ତ୍ତମାନ ଏହିପରି 10 ହଜାର ଗାଡି ରାସ୍ତାରେ ଗଡୁଛି। ଏହି ଗାଡି ଗୁଡିକର ଇନସ୍ୟୁରାନ୍ସ ନାହିଁ, ପରମିଟ ନାହିଁ କି ଫିଟନେସ ସାର୍ଟିଫିକେଟ ନାହିଁ। ଏହିସବୁ ଗାଡିର ମାଲିକଙ୍କ ପାଖକୁ ଭେଇକେଲ ଚାଲଣ ରିପୋର୍ଟ ପଠାଗଲାଣି। ପାଞ୍ଚ ଥର ଲେଖାଏ ରିପୋର୍ଟ ପଠାଯିବା ସତ୍ବେ ମାଲିକମାନେ କିଛି ଶୁଣୁ ନାହିଁନ୍ତି। ଫଳରେ ଏହିସବୁ ଗାଡିର ରେଜିଷ୍ଟ୍ରେସନ ବା ପଂଜିକରଣ ବାତିଲ କରିବା ପାଇଁ ନୋଟିସ ପ୍ରଦାନ କରାଯିବ।

ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏସଟିଏ 170 ଟି ଗାଡି ମାଲିକଙ୍କ ପାଖକୁ ପଂଜିକରଣ ବାତିଲ ପାଇଁ ନୋଟିସ ଜାରୀ କରାଯାଇଛି। ଏହାପରେ ପର୍ଯ୍ୟାୟ କ୍ରମେ ସମସ୍ତ 10 ହଜାର ଗାଡି ମାଲିକଙ୍କ ପାଖକୁ ଏହି ନୋଟିସ ଜାରୀ କରାଯିବ। ଗାଡି ରେଜିଷ୍ଟ୍ରେସନ ବାତିଲ ହୋଇଗଲେ ସେହି ଗାଡି ରାସ୍ତାରେ ଆଉ ଚାଲିପାରିବ ନାହିଁ। କୌଣସି ଟୋଲ ଗେଟରେ ଏହି ଗାଡିକୁ ଛଡା ଯିବ ନାହିଁ ବୋଲି ଜଣାପଡିଛି।

ମୋଟର ଭେଇକଲ ଆକ୍ଟ ଅନୁସାରେ କୌଣସି ଗାଡିର ପରିମିଟ, ଫିଟନେସ ଓ ଇନିସ୍ୟୁରାନସ ନ ଥିଲେ ମାଲିକଙ୍କୁ ଜରିମାନା କରାଯାଇଥାଏ। ସାଧାରଣତଃ ଗାଡିଗୁଡିକ ଟୋଲ ଗେଟ ଦେଇ ଯିବା ବେଳେ ଇ-ଡିଟେକ୍ସନ ଦ୍ବାରା ଗାଡିର ସଂପୂର୍ଣ୍ଣ ଜାତକ ଜଣାପଡିଯାଇଥାଏ। ଏହି ଗାଡିର ଇନ୍ୟୁରାନ୍ସ ଅଛି କି ନାହିଁ, ଫିଟନେସ ଅଛି କି ନାହିଁ ତାହା ବାହନ ପୋର୍ଟଲରୁ ତଥ୍ୟ ମିଳିଯାଏ। ଫଳରେ ସେହି ତଥ୍ୟକୁ ଆଧାର କରି ବେଆଇନି ଭାବେ ଚାଲୁଥିବା ଗାଡି ମାଲିକଙ୍କୁ ମେସେଜ ମାଧ୍ୟମରେ ନୋଟିସ ଜାରୀ କରାଯାଇଥାଏ।

ରାଜ୍ୟର ସମସ୍ତ ଟୋଲ ଗେଟରେ 2022 ମସିହା ଜୁନ ମାସରୁ ଇ ଡିଟେକକ୍ସନ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ବାରା ଗାଡି ଟୋଲ ଗେଟ ଯିବା ପରେ ସମସ୍ତ ତଥ୍ୟ ବାହାନ ପୋର୍ଟାଲରୁ ମିଳିଯାଉଛି। ହିସାବ ଅନୁସାରେ ଏହି ଇ ଡିଟେକ୍ସନ ଲାଗୁ ହେବାର ଦିନଠାରୁ ଗତ ଜୁନ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ପ୍ରାୟ 2 ଲକ୍ଷ 91 ହଜା 477 ଟି ଗାଡି ଆଇନ ଉଲ୍ଲଘନ କରିଥିବାର ଜଣାପଡିଛି। ଏହାସବୁ ଗାଡି ମାଲିକଙ୍କ ପାଖକୁ ମେସଜ ମାଧ୍ୟମରେ ନୋଟିସ ଜାରୀ କରାଯାଇଛି।

ଏମାନଙ୍କ ମଧ୍ୟରୁ ଅନେକ ଜରିମାନ ଦେବା ସହିତ କାଗଜ ପତ୍ର ଠିକ କରିଛନ୍ତି। ହେଲେ 10 ହଜାର ଗାଡି ମାଲିକ କିଛି ଉତ୍ତର ଦେଉ ନାହାଁନ୍ତି। ସେମାନଙ୍କୁ 5 ଥର ଲେଖାଏଁ ନୋଟିସ ଜାରୀ କରିବା ପରେ ମଧ୍ୟ ସେମାନେ କିଛି ଉତ୍ତର ଦେଉ ନାହାଁନ୍ତି। ଫଳରେ ସେମାନଙ୍କ ଗାଡି ରେଜିଷ୍ଟ୍ରେସନ ବାତିଲ କରିଦେବାକୁ ବର୍ତ୍ତମାନ ଏସଟିଏ ନିଷ୍ପତି କରିଛି।

STA ଗାଡି ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନରେ ପୁଣି ଅସୁସ୍ଥ ହେଲା ଓରାଙ୍ଗଉଟାନ୍

September 14, 2026

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026
Latest News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ୍

September 14, 2026

ନନ୍ଦନକାନନରେ ପୁଣି ଅସୁସ୍ଥ ହେଲା ଓରାଙ୍ଗଉଟାନ୍

September 14, 2026

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.