Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Jio PC: ଆସିଲା ରିଲାଏନ୍ସର ‘ଜିଓ-ପିସି’: ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍
ବିଶେଷ ଖବର

Jio PC: ଆସିଲା ରିଲାଏନ୍ସର ‘ଜିଓ-ପିସି’: ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍

July 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio PC
Jio PC: ଆସିଲା ରିଲାଏନ୍ସର 'ଜିଓ-ପିସି': ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍

Jio PC: କମ୍ପ୍ୟୁଟର ବ୍ୟବହାର କରିବାକୁ ଇଛା ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର ନେଇଆସିଛି ରିଲାଏନ୍ସ ଜିଓ। ଜିଓ ପକ୍ଷରୁ ଆଜି ‘ଜିଓ-ପିସି’ ଶୁଭାରମ୍ଭ ଘୋଷଣା କରାଯାଇଛି। ଜିଓ-ପିସି ଏକ ଅଭିନବ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ପ୍ଲାଟଫର୍ମ ଯାହା ପ୍ରତ୍ୟେକ ଭାରତୀୟ ପରିବାର ପାଖକୁ ନେଇଆସିଛି ଏଆଇ-ରେଡି ଏବଂ ସୁରକ୍ଷିତ କମ୍ପ୍ୟୁଟିଂ।

ଏହା ଆପଣଙ୍କ ଘର କିମ୍ବା ଅଫିସରେ ଥିବା ଟିଭି ସ୍କ୍ରିନକୁ ଏକ ମୁହୂର୍ତ୍ତରେ ଏକ ଉଚ୍ଚ-ସ୍ତରୀୟ ବ୍ୟକ୍ତିଗତ କମ୍ପ୍ୟୁଟରରେ ପରିଣତ କରିପାରିବ। ଯେଉଁ ଗ୍ରାହକମାନଙ୍କ ପାଖରେ ଜିଓଫାଇବର କିମ୍ବା ଜିଓଏୟାରଫାଇବର ସଂଯୋଗ ଅଛି ସେମାନଙ୍କୁ ଜିଓ-ପିସି ବ୍ୟବହାର କରିବା ପାଇଁ ଏକ ମାସିକ ପ୍ଲାନ ନେବାକୁ ପଡିବ। ନୂତନ ଉପଭୋକ୍ତାମାନେ ଏହି ସେବାକୁ ଗୋଟିଏ ମାସ ପାଇଁ ମାଗଣାରେ ବ୍ୟବହାର କରିପାରିବେ।

ଜିଓ-ପିସି ଭାରତର ଡିଜିଟାଲ୍ ଯାତ୍ରାରେ ଏକ ଯୁଗାନ୍ତକାରୀ ମାଇଲ୍ଖୁଣ୍ଟ ହୋଇଛି। ଏହା କ୍ଲାଉଡ୍ କମ୍ପ୍ୟୁଟିଂରେ ଦେଶର ପ୍ରଥମ ‘ପେ-ଆଜ୍-ୟୁ-ଗୋ ମଡେଲ୍’, ଅର୍ଥାତ୍ ଆପଣ ଯେତେ ବ୍ୟବହାର କରନ୍ତି ସେତିକି ପାଇଁ ଦେୟ ଦିଅନ୍ତୁ। ଏହି ସେବା ପାଇଁ କମ୍ପାନୀ କୌଣସି ଲକ୍-ଇନ୍ ଅବଧି ରଖିନାହିଁ। ଗ୍ରାହକଙ୍କୁ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡ଼ିବ ନାହିଁ। କୌଣସି ମହଙ୍ଗା ହାର୍ଡୱେର୍ କିମ୍ବା ସଫ୍ଟୱେରର ଅପଗ୍ରେଡ୍ ମଧ୍ୟ ଆବଶ୍ୟକ ହେବ ନାହିଁ। କେବଳ ପ୍ଲଗ୍ ଇନ୍ କରନ୍ତୁ, ସାଇନ୍ ଅପ୍ କରନ୍ତୁ ଏବଂ କମ୍ପ୍ୟୁଟିଂ ଆରମ୍ଭ କରନ୍ତୁ।

କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ କ୍ଲାଉଡ୍ ଆଧାରିତ ଜିଓ-ପିସି ବହୁତ ଶକ୍ତିଶାଳୀ। ଏହାର ପ୍ରସେସିଙ୍ଗ କ୍ଷମତା ମଧ୍ୟ ବେଶ ଉତ୍କୃଷ୍ଟ ଏବଂ ଏହା ଦୈନନ୍ଦିନ କାର୍ଯ୍ୟ ସହିତ ଗେମିଂ ଏବଂ ଗ୍ରାଫିକ୍ ରେଣ୍ଡରିଂ ଭଳି ଉଚ୍ଚ-ସ୍ତରୀୟ କାର୍ଯ୍ୟଗୁଡ଼ିକୁ ସହଜରେ ପରିଚାଳନା କରିପାରିବ। ଜିଓ-ପିସି ଭଳି କ୍ଷମତା ବିଶିଷ୍ଟ ଏକ କମ୍ପ୍ୟୁଟର ବଜାରରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ଉପଲବ୍ଧ। ଅନ୍ୟପକ୍ଷରେ, ଜିଓ-ପିସିର ପ୍ଲାନ ଗୁଡିକ ମାସିକ ମାତ୍ର ୪୦୦ ଟଙ୍କାରୁ ଆରମ୍ଭ ହେଉଛି।

ଅର୍ଥାତ୍, ପ୍ରତି ମାସରେ ୪୦୦ ଟଙ୍କା ଦେଇ, ଗ୍ରାହକ ୫୦ ହଜାର ପର୍ଯ୍ୟନ୍ତ ଏକକାଳୀନ ଖର୍ଚ୍ଚ ସଞ୍ଚୟ କରିପାରିବେ। ସବସ୍କ୍ରିପସନ୍ ସହିତ, ବ୍ୟବହାରକାରୀମାନଙ୍କୁ ସମସ୍ତ ପ୍ରମୁଖ ଏଆଇ ଟୁଲ, ଆପ୍ଲିକେସନ୍ ଏବଂ ୫୧୨ ଜିବି କ୍ଲାଉଡ୍ ଷ୍ଟୋରେଜ୍ ମଧ୍ୟ ମିଳିବ। ଛାତ୍ରଛାତ୍ରୀ, ପ୍ରଫେସନାଲ, କ୍ଷୁଦ୍ର ବ୍ୟବସାୟ, ଏବଂ ପରିବାରଗୁଡିକର ପରିବର୍ତ୍ତନଶୀଳ ଆବଶ୍ୟକତା ପୁରଣ କରିବା ଦିଗରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ।

ବିଶ୍ୱବ୍ୟାପୀ ବ୍ୟବହାରକାରୀଙ୍କ ମଧ୍ୟରେ ପ୍ରସିଦ୍ଧ ‘ଆଡୋବ ଏକ୍ସପ୍ରେସ’କୁ ଜିଓ-ପିସି ଗ୍ରାହକମାନେ ମାଗଣାରେ ବ୍ୟବହାର କରିପାରିବେ। ‘ଆଡୋବ ଏକ୍ସପ୍ରେସ’ ବାସ୍ତବରେ ଏକ ଡିଜାଇନ୍ ଏବଂ ଏଡିଟିଂ ଉପକରଣ। ଏଥିପାଇଁ, ଜିଓ-ପିସି ଆଡୋବ କମ୍ପାନୀ ସହିତ ସହଭାଗିତା କରିଛି।

ଜିଓ-ପିସି ବ୍ୟବହାର କରିବାକୁ ମଧ୍ୟ ବହୁତ ସହଜ। ଅଧିକାଂଶ ଘରେ, ଜିଓଫାଇବର ଏବଂ ଜିଓଏୟାରଫାଇବରର ସେଟ୍-ଟପ୍ ବକ୍ସ ଟିଭି ସହିତ ସଂଯୁକ୍ତ ହୋଇଛି। ଆପଣଙ୍କୁ କେବଳ କି-ବୋର୍ଡ ଏବଂ କମ୍ପ୍ୟୁଟର ମାଉସ୍ ତାରକୁ ସିଧାସଳଖ ଜିଓ ସେଟ୍-ଟପ୍ ବକ୍ସ ସହିତ ସଂଯୋଗ କରିବାକୁ ପଡିବ। ମୁଖ୍ୟ ସ୍କ୍ରିନରେ ଜିଓ-ପିସି ଆପ୍ ଲଞ୍ଚ କରନ୍ତୁ, ଲଗ୍ ଇନ୍ କରନ୍ତୁ ଏବଂ ଜିଓ-ପିସି ଆପଣଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ।

ଜିଓ-ପିସି ସୁଲଭ ଏବଂ ସୁରକ୍ଷିତ କମ୍ପ୍ୟୁଟିଂ ସୁବିଧା ପ୍ରଦାନ କରେ। ଜିଓ-ପିସି ନେଟୱାର୍କ-ସ୍ତରୀୟ ସୁରକ୍ଷା ପ୍ରଦାନ କରିଥାଏ ଏବଂ ଏହା ଭାଇରସ୍, ମାଲୱେର୍ ଓ ହ୍ୟାକିଂ-ପ୍ରୁଫ୍ ଅଟେ। ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଯେପରିକି ସପିଂ, ବ୍ୟାଙ୍କିଂ, ଅନଲାଇନ୍ କ୍ଲାସ୍, ୱାର୍କ ଫ୍ରମ ହୋମ (ଘରୁ କାମ), ଫଟୋ, ଭିଡିଓ ଇତ୍ୟାଦି କ୍ଲାଉଡ୍‌ରେ ସୁରକ୍ଷିତ ଭାବରେ ଷ୍ଟୋର ହୋଇଥାଏ। ଯାହାକୁ ଗୋଟିଏ କ୍ଲିକ୍‌ରେ ଆକ୍ସେସ୍ କରାଯାଇପାରିବ। ବ୍ୟବହାରକାରୀ ତାଙ୍କ ଆବଶ୍ୟକତା ଏବଂ ପ୍ଲାନ ଅନୁସାରେ ଜିଓ-ପିସିର କ୍ଲାଉଡ୍ ଷ୍ଟୋରେଜକୁ ବୃଦ୍ଧି କରିପାରିବେ।

Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.