Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
ବିଶେଷ ଖବର

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ, ଦୁଇ ନେତାଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ। ତେବେ କଣ ଆଲୋଚନା ହେଲା ସେ ବିଷୟରେ ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ।

ରବିବାର ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଏକ ଫଟୋ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଉଭୟ ଆଲୋଚନା କରୁଥିବାର ଦେଖାଯାଇଛି।

ରାଷ୍ଟ୍ରପତିଙ୍କ ସରକାରୀ ଏକ୍ସ ହ୍ୟାଣ୍ଡେଲରୁ ଫଟୋ ପୋଷ୍ଟ କରି ଲେଖାଯାଇଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।” ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ସାକ୍ଷାତ ଏପରି ସମୟରେ ହେଉଛି ଯେତେବେଳେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି।

ନିର୍ବାଚନ କମିଶନ ଅଗଷ୍ଟ ୧ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ଅଗଷ୍ଟ ୭ ତାରିଖରେ ଜାରି କରାଯିବ। ଏହା ପରେ, ଆଗ୍ରହୀ ପ୍ରାର୍ଥୀମାନେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ। ୨୨ ଅଗଷ୍ଟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ।

ପୂର୍ବରୁ, ଜୁଲାଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ବୈଠକ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଫଟୋ ସେୟାର କରିଛି। ଏହା ବ୍ୟତୀତ, ମେ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ‘ଅପରେସନ୍ ସିନ୍ଦୂର’ ବିଷୟରେ ଅବଗତ କରାଇଥିଲେ।  ଏହି ଅପରେସନରେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଥିଲା ବୋଲି ଅବଗତ କରାଇଥିଲେ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଗୋଟିଏ ଦିନରେ ଭିନ୍ନ ଭିନ୍ନ ସମୟରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ନେଇ ଚର୍ଚ୍ଚା ଚାଲିଛି।

ଉପରାଷ୍ଟ୍ରପତି ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026
Latest News

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.