Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ
ବିଶେଷ ଖବର

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଳଙ୍ଗା ମୃତ ଛାତ୍ରୀ
ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନ୍ୟାୟ ଯାତ୍ରା କରିବ ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର :– ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସପ୍ତାହବ୍ୟାପି ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି। ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁବୃର୍ତ୍ତଙ୍କ ଗିରଫ ଦାବିରେ କଟକ ସ୍ଥିତ ପୋଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ କଂଗ୍ରେସ କର୍ମୀ ଘେରାଉ କରିବେ। ସେଦିନ ସକାଳ ୧୦ ଟାରେ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହେବ।

ମହିଳାଙ୍କ ସୁରକ୍ଷା ଦିଗରେ ସଚେତନ ମହିଳା ଓ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସଂଗଠନ ବହୁ ସଂଖ୍ୟାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ଵାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପକ୍ଷରୁ ଶ୍ରୀ ଦାସ ସରକାରଙ୍କୁ ସାତ ଦିନର ମହଲତ ଦେଇଥିଲେ।

ସେହିପରି ଆସନ୍ତା ୧୦ ଅଗଷ୍ଟ, ରବିବାର ପୂର୍ବାହ୍ନ ଆଠଟା ତିରିଶରେ ଦିବଂଗତ ବଳଙ୍ଗା ନା ବାଳିକାଙ୍କ ପାଇଁ ‘ନାରୀ ନ୍ୟାୟ ପଦଯାତ୍ରା’ ବାୟାବରରୁ ବାହାରି ନିମାପଡ଼ାରେ ପହଞ୍ଚିବ। ଏଥିରେ ଯୋଗଦେଇ ବଳଙ୍ଗା ପୀଡ଼ିତାଙ୍କ ପାଇଁ ନ୍ୟାୟ ନିମନ୍ତେ ଲଢେଇରେ ସାମିଲ ହେବାକୁ ଶ୍ରୀ ଦାସ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟ ପକ୍ଷରେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୪ ତାରିଖରେ ବାଲେଶ୍ଵରରେ ହେବାକୁ ଥିବା ନାରୀ ନ୍ୟାୟ ପଦଯାତ୍ରାର କାର୍ଯ୍ୟସୂଚୀ ମଧ୍ୟ ଶ୍ରୀ ଦାସ ଘୋଷଣା କରିଛନ୍ତି। ୧୪ ତାରିଖ ଗୁରୁବାର ପୂର୍ବାହ୍ନ ୯ ଟାରେ ଫକୀରମୋହନ କଲେଜ ପାଖରୁ ନାରୀ ନ୍ୟାୟ ପଦଯାତ୍ରାରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଅନ୍ୟ ସମସ୍ତଙ୍କୁ ନେଇ ଦଳ ପକ୍ଷରୁ ନଗର ପରିକ୍ରମା କରାଯିବ। ଏହାର ବିସ୍ତୃତ କାର୍ଯ୍ୟସୂଚୀ ଶୀଘ୍ର ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଯେଉଁମାନଙ୍କ ଚାପରେ ବାଲେଶ୍ଵର ପୀଡ଼ିତାଙ୍କ ପାଇଁ ଏଫ୍ଆଇଆର୍ (FIR) ସୁଦ୍ଧା ରୁଜୁ କରାଗଲା ନାହିଁ,ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସର ଭୁକ୍ତ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ଉପରୋକ୍ତ ସମସ୍ତ ଦାବି ପୂରଣ ନ ହେଲେ ସପ୍ତାହବ୍ୟାପୀ ରାଜ୍ୟର ସମସ୍ତ ଥାନାର ଘେରାଉ କାର୍ଯ୍ୟକ୍ରମ କଂଗ୍ରେସ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।

Congress କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025
Latest News

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.