Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାରେ ଓଡିଶା ସାହିତ୍ୟ ଏକାଡେମୀ ଚିନ୍ତା, ମୁଣ୍ଡ ନଥାଇ ବିଚିତ୍ର ମୁଣ୍ଡବିନ୍ଧା
ବିଶେଷ ଖବର

ବିଧାନସଭାରେ ଓଡିଶା ସାହିତ୍ୟ ଏକାଡେମୀ ଚିନ୍ତା, ମୁଣ୍ଡ ନଥାଇ ବିଚିତ୍ର ମୁଣ୍ଡବିନ୍ଧା

July 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଷ୍ଣୁ ସେଠୀ, ବିଧାନସଭାରେ ଭାରତୀୟ ଜନତା ପାର୍ଟିର ଉପ ନେତା ଓ ଜଣେ ପୁରୁଣା ବିଧାୟକ। ଗତ ଶନିବାର ବିଧାନସଭାରେ ହଠାତ ସେ ରାଜ୍ୟର ସାହିତ୍ୟ ଏକାଡେମୀ ପ୍ରସଙ୍ଗ ଉଠାଇଲେ। ଭଲକଥା। କୃଷି, ଗ୍ରାମ୍ୟ ଉନ୍ନୟନ କିମ୍ବା ଅନ୍ୟାନ୍ୟ ଦୁଧିଆଳି ବିଭାଗ କଥା ଛାଡି ହଠାତ ଓଡିଶା ସାହିତ୍ୟ ଏକାଡେମୀ ବାବଦରେ ବିଧାୟକ ମହାଶୟ ଆଲୋଚନା କରିବା, ବେଶ ଖୁସିର କଥା। ଅନ୍ତତଃ ଆମର ବିଧାୟକମାନେ ରାଜ୍ୟର ସାହିତ୍ୟ ଓ ସଂସ୍କୃତି ବିଷୟରେ ସଚେତନ ଅଛନ୍ତି, ଏକଥା ଭାବିଲା ବେଳକୁ ବଡ ଆନନ୍ଦ ଲାଗୁଛି। ବିଭିନ୍ନ ଖବର କାଗଜରୁ ଆମେ ଯାହା ପଢିଲୁ, ସେଥିରୁ ଜାଣିଲୁ ଯେ ବିଷ୍ଣୁ ବାବୁ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ସେସବୁ ଅସତ୍ୟ କିମ୍ବା ଅପତଥ୍ୟ। ଓଡିଶା ସାହିତ୍ୟ ଏକାଡ଼େମୀର କୌଣସି ମୌଳିକ ସମସ୍ୟା ବା ସଙ୍କଟ କଥା ନ ଉଠାଇ ବିଧାୟକ ମହାଶୟ ଗୁଡାଏ ଅନାବଶ୍ୟକ ପ୍ରସଙ୍ଗ ଉଠାଇଛନ୍ତି।

ଓଡିଶା ସାହିତ୍ୟ ଏକାଡ଼େମୀର ସବୁଠୁ ବଡ ସମସ୍ୟା ହେଉଛି, ଏହା ବର୍ତ୍ତମାନ ଏକପ୍ରକାର ଆଡହକ ବ୍ୟବସ୍ଥାରେ ଚାଲିଛି। ସଭାପତି ହରିହର ମିଶ୍ରଙ୍କ କାର୍ୟକାଳ ୬ ମାସ ଆଗରୁ ସାରିଥିଲେ ମଧ୍ୟ ନୂଆ ସଭାପତି ନିଯୁକ୍ତି ପର୍ୟନ୍ତ ଦାୟିତ୍ବରେ ତାଙ୍କୁ ରଖା ଯାଇଛି। ଉପ ସଭାପତି ପଦବୀ ବର୍ଷାଧିକ କାଳ ଖାଲି ପଡିଛି। ସେହିପରି ସଚିବ ଦାୟିତ୍ବରେ ଓଡିଶା ରାଜ୍ୟ ସଂଗ୍ରହାଳୟ ର ନିର୍ଦ୍ଦେଶିକା ଜୟନ୍ତୀ ରଥ ଅତିରିକ୍ତ ଭାବରେ ଦାୟିତ୍ଵ ତୁଲାଊଛନ୍ତି। ଅର୍ଥାତ ଏକାଡେମୀରେ କେହି କର୍ମକର୍ତ୍ତା ନାହାନ୍ତି। ଏ ପ୍ରସଙ୍ଗ ଯଦି ବିଷ୍ଣୁ ବାବୁ ଉଠାଇଥାନ୍ତେ, ହୁଏତ ରାଜ୍ୟ ସରକାର କର୍ମକର୍ତ୍ତା ନିଯୁକ୍ତି ପାଇଁ ତତ୍ପର ହୋଇଥାନ୍ତେ। ଅସଲ ପ୍ରସଙ୍ଗ ନ ଉଠାଇ ସେ କିଛି ଅବାନ୍ତର ଅଭିଯୋଗ ଆଣିଛନ୍ତି। ସାହିତ୍ୟ ଏକାଡେମୀ ନିର୍ବାଚନ ରାଜ୍ୟ ନିର୍ବାଚନକୁ ବଳି ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ ପଚାରିବାକୁ ଚାହୁଁଛୁ, କେଉଁ ନିର୍ବାଚନ ଓ କାହାପାଇଁ ନିର୍ବାଚନ? ବିଷ୍ଣୁ ବାବୁ ଏକାଡ଼େମୀର ସଂରଚନା ଓ ସମ୍ବିଧାନ ବିଷୟରେ ବୋଧେ ଅବଗତ ନାହାନ୍ତି।

କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ଓଡିଶା ସାହିତ୍ୟ ଏକାଡେମିରେ ସଭାପତି ଓ ଉପ ସଭାପତି ନିର୍ବାଚନ ହୁଏନାହିଁ। ଉଭୟ ସଭାପତି ଓ ଉପ ସଭାପତିଙ୍କୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ନିଯୁକ୍ତି ଦିଅନ୍ତି। ତେଣୁ ସଭାପତି ନିର୍ବାଚନରେ ହୋଟେଲ ବୁକ ହେଉଛି ଓ ରାଜ୍ୟ ନିର୍ବାଚନ ଭଳି ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ। ଏକାଡେମି ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଓ ବିଭିନ୍ନ ବିଶ୍ଵ ବିଦ୍ୟାଳୟରୁ ସଭ୍ୟ ମନୋନୀତ କରିଥାନ୍ତି। ଏହି ସଭ୍ୟମାନଙ୍କୁ ନେଇ ଏକାଡ଼େମୀର ସାଧାରଣ ପରିଷଦ ଗଠିତ ହୋଇଥାଏ। ସାଧାରଣ ପରିଷଦ ଗଠିତ ହେବା ପରେ ଏହି ସଦସ୍ୟମାନେ ଆଉ ୮ ଜଣ ସଦସ୍ୟଙ୍କୁ ନିର୍ବାଚିତ କରନ୍ତି। ଏହି ନିର୍ବାଚନ ସମୟରେ କେହି କେହି ଉଚ୍ଚାଭିଳାଷୀ ବା ପଇସାବାଲା ସଦସ୍ୟ ଭୋଟ ଲାଗି କିଛି ସଦସ୍ୟଙ୍କୁ ଆପ୍ୟାୟିତ କରିବାକୁ ଚେଷ୍ଟା କରିଥାନ୍ତି। ତେବେ ସେ ଏମିତି ଏକ ପ୍ରସଙ୍ଗ ନୁହଁ ଯେ ତାକୁ ନେଇ ବିଧାନସଭାରେ ଚର୍ଚ୍ଚା ହେବ। ସଭାପତି ଓ ଉପ ସଭାପତି ନିର୍ବାଚନ ହେଉ ନଥିବାରୁ ସେମାନଙ୍କୁ ଏ ପ୍ରସଙ୍ଗରେ ଟାଣିବା ବିଧାୟକଙ୍କ ପକ୍ଷେ ଉଚିତ ହୋଇନାହିଁ।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏକାଡେମୀ ସଭାପତି ଅଫିସ ନ ଆସି “ଗୀତ” ଲେଖୁଛନ୍ତି ବୋଲି କହିବା। ହରିହର ମିଶ୍ର ଓଡିଶାର ଅତ୍ୟନ୍ତ ଖ୍ୟାତନାମା କବି ଓ ନାଟ୍ୟକାର।  ସେ ସାହିତ୍ୟ ଏକାଡ଼େମୀର ସଭାପତି ହେଲେ ବୋଲି କବିତା ଲେଖା ଛାଡିଦେବେ ନା କଣ? ଇଏ କି ପ୍ରକାର ମାନସିକତା ଓ ବିଧାନସଭାରେ ଏହାର ପ୍ରାସଙ୍ଗିକତା କଣ? ସଭାପତି ଏକ ସମ୍ମାନଜନକ ପଦବୀ। କୌଣସି ସଭାପତି ଏକାଡେମୀ କାର୍ୟାଳୟରେ ନିୟମିତ ବସନ୍ତି ନାହିଁ। ଏକାଡ଼େମୀର କାର୍ଯନିର୍ବାହୀ ଭାବରେ ଅଫିସ ପରିଚାଳନା ଦାୟିତ୍ଵ ସଚିବଙ୍କର। ସେଥିରେ ସଭାପତି ବା ଉପ ସଭାପତି ମୁଣ୍ଡ ଖେଳାନ୍ତି ନାହିଁ। ଜଣେ ବରିଷ୍ଠ ବିଧାୟକ ବିଧାନସଭା ଭିତରେ ଏକାଡେମିକୁ ନେଇ ଭିତ୍ତିହୀନ ମନ୍ତବ୍ୟ ରଖିବା ଅତ୍ୟନ୍ତ ଦୁଃଖଦାୟକ କଥା।

ତେବେ ଏକଥା ମଧ୍ୟ ସତ୍ୟ ଯେ, ସମ୍ପ୍ରତି ଏକାଡେମୀ ଗୋଟେ ପ୍ରକାର ଅଚଳ ଅବସ୍ଥାକୁ ଚାଲି ଆସିଛି। କିଛି ଲେଖକ ଏହାକୁ ନିଜର ଜାଗିରି  ଭଳି ବ୍ୟବହାର କରୁଛନ୍ତି। ବର୍ଷ ବର୍ଷ ଧରି କିଛି ଲୋକ ଏକାଡ଼େମୀର ସାଧାରଣ ପରିଷଦ ଓ କାର୍ୟକାରୀ ପରିଷଦକୁ କବଜା କରି ରଖିଛନ୍ତି। ବର୍ତ୍ତମାନ ସମୟରେ ଓଡିଶା ସାହିତ୍ୟ ଏକାଡେମୀକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଢାଞ୍ଚାରେ ସ୍ଵୟଂଶାସିତ କରିବା ପାଇଁ ଦାବି ହେବା ଉଚିତ। ବିଷ୍ଣୁ ସେଠୀ ଯଦି ସତରେ ସାହିତ୍ୟ ଏକାଡ଼େମୀର ସଂସ୍କାର ଚାହାନ୍ତି ତାହେଲେ ସେ ଏକାଡେମୀକୁ ସ୍ଵୟଂଶାସିତ ଓ ଆର୍ଥିକ ଭାବରେ ଅଧିକ ସ୍ଵଚ୍ଛଳ କରିବା ଲାଗି ପ୍ରସ୍ତାବ ଦିଅନ୍ତୁ। ସାହିତ୍ୟିକଙ୍କ କଥା ଏଠି ସରକାର ଶୁଣନ୍ତି ନାହିଁ। ଭବିଷ୍ୟତରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବରେ ବିଷ୍ଣୁ ବାବୁ ଅଧିକ ଦାୟିତ୍ଵବାନ ଭାବରେ ଏ ପ୍ରସଙ୍ଗ ଉଠାଇବା ଉଚିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ତୃତୀୟ ଆଶେସ୍ ଟେଷ୍ଟ ପରେ ବହୁତ ବଦଳିଲା WTC ପଏଣ୍ଟ ଟେବୁଲ: ବିପଦପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ

December 21, 2025
Latest News

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.