Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

August 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବା
ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୁବନେଶ୍ବର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନସେବାର ଶୁଭାରମ୍ଭ କରିଛନ୍ତି। ୭୬ ସିଟ୍‌ ବିଶିଷ୍ଟ Star Airର ଏହି ବିମାନଟି Odisha New Destination Policy ଅଧିନରେ ବିମାନ ଯୋଜନାରେ Viability Gap Funding (VGF) ସହଯୋଗରେ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିମାନ ବନ୍ଦର ଠାରେ ପ୍ରଥମ ଯାତ୍ରୀଙ୍କୁ ବୋଡିଂ ପାସ୍‌ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିମାନଟି ସପ୍ତାହରେ ୫ ଦିନ – ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ। ମାତ୍ର ୪୫ ମିନିଟ ମଧ୍ୟରେ ଏହି ବିମାନଟି ଭୁବନେଶ୍ବରରୁ ଝାରସୁଗୁଡା ପହଞ୍ଚିବ। ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ମଧ୍ୟ ପରିଣତ କରାଯିବ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ କେବଳ ପଶ୍ଚିମ ଓଡିଶାକୁ ରାଜ୍ୟର ରାଜଧାନୀ ସହିତ ନିକଟତର କରିବନି, ବରଂ ଶିଳ୍ପୋନ୍ନତି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ଦ୍ରୁତ ଗତି ଦେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବରରୁ ଏବେ ୪ଟି ଇଣ୍ଟରନେସ୍‌ନାଲ ଫ୍ଲାଇଟ୍ – ସିଙ୍ଗାପୁର, ବ୍ୟାଙ୍କକ, ଦୁବାଇ ଓ ଆବୁଧାବୀକୁ ଚଳାଚଳ କରୁଛି ଏବଂ ଭୁବନେଶ୍ବର ଓ ଝାରସୁଗୁଡାରୁ ଉଭୟ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲକୁ ମିଶାଇ ୩୯ଟି ରୁଟ୍‌ରେ ବିମାନ ଚଳାଚଳ କରୁଛି । ଓଡିଶା ଭିତରେ ଭୁବନେଶ୍ବରରୁ ଜୟପୁର, ରାଉରକେଲା ଓ ଉତ୍କେଲାକୁ ବିମାନ ଚଳାଚଳ କରୁଥିଲା ।

ଆଜି ଝାରସୁଗୁଡା ସହିତ ଭୁବନେଶ୍ବର ଆକାଶପଥରେ ଯୋଡି ହେଲା । ଆଗାମୀ ଦିନରେ ଆହୁରି ଅଧିକ ଡୋମେଷ୍ଟିକ୍‌ ଓ ଇଣ୍ଟରନେସ୍‌ନାଲ ଫ୍ଲାଇଟ ଚଳାଚଳ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭୁବନେଶ୍ବର ବିମାନ ବନ୍ଦରରେ Maintenance, Repairing and Operation(MRO) ବ୍ୟବସ୍ଥା ବିକଶିତ କରାଯିବା ପାଇଁ ଯୋଜନା ରହିଛି । ରାଜ୍ୟରେ ବିଶ୍ବସ୍ତରୀୟ ବିମାନ ଚଳାଚଳ ବ୍ୟବସ୍ଥା ପାଇଁ ଆମର ସମସ୍ତ ପଦକ୍ଷେପ ଜାରି ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ ।

ଏହି ବିମାନ ଶୁଭାରମ୍ଭ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ବଡଚଣା ବିଧାୟକ ଶ୍ରୀ ଅମର ନାୟକ, ନିଆଳୀ ବିଧାୟକ ଶ୍ରୀ ଛବି ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବର ବିମାନ ବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026

୪, ୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

April 23, 2026
Latest News

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.