ଭୁବନେଶ୍ବର: ଆଜି ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ସମ ଅଲଟିମେଟ ରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦେହ ବର୍ତ୍ତମାନ ସ୍ଥିର ରହିଛି। ସେ ଡାକ୍ତରମାନଙ୍କ ସହିତ କଥା ହେଉଥିବାର ପରିଲକ୍ଷିତ ହୋଇଛି। ହସପିଟାଲ ବେଡରୁ ଏ ନେଇ ଏକ ଭିଡିଓ ଜାରୀ କରାଯାଇଛି।
ଏହି ଖବର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶର ସମ ଅଲଟିମେଟ ଯାଇ ନବୀନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଙ୍କ ସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ମଧ୍ୟ ହସପିଟାଲ ଯାଇ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି।