Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

August 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ବାସଭବନ
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ରାଜ୍ୟ ରାଜନୀତିରେ ଏକ ଭିନ୍ନ ପ୍ରକାରର ପରିବେଶ ଦେଖିବାକୁ ମିଳିଛି। ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଠାତ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ଏବଂ ତାଙ୍କୁ ସାକ୍ଷାତ କରିବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଉଭୟ ବିପରିତ ଦିଗରେ ଗତି କରୁଥିବା ବେଳେ ହଠାତ ଏକାଠି ହେବା ନିଶ୍ଚିତ ଭାବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏହି ବୈଠକକୁ ଆହୁରି ରୋଚକ କରିଛି ତାଙ୍କ ସହିତ ଆଉ ତିନି ତାଙ୍କ ଖାସ ତିନି ମନ୍ତ୍ରୀ ଏଥିରେ ସାମିଲ ଥିଲେ। ସେମାନେ ହେଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥିସହିତ କିଛି ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ଟିମ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ତେବେ ଏହି ଭେଟଘାଟକୁ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ସେମାନଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେମାନେ ଲେଖିଛନ୍ତି ଯେ, ଏହା ସୌଜନ୍ୟମୂଳକ ସାକ୍ଷାତ ଥିବା ସହିତ ଓଡ଼ିଶାର ସ୍କୁଲ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ସହିତ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲୁ।

ହେଲେ ଶିକ୍ଷା ବିକାଶ ଯେ ଯେ ମୁଖ୍ୟ ପ୍ରସଂଗ ତାହାକୁ ନେଇ କେହି ଏହି ଲେଖାକୁ ବିଶ୍ବାସ କରୁ ନାହାଁନ୍ତି। ଏହାପଛରେ ଏକ ବଡ କାରଣ ରହିଛି ବୋଲି ସମସ୍ତେ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ଅନେକାଂଶରେ ସତ ବୋଲି ଖୋରାକ ଯୋଗାଉଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ବୈଠକ ପରେ ଉଭୟ ରାଜଭବନ ଯାଇଥିଲେ। ସେଠାରେ ସେ ରାଜ୍ୟପାଳଙ୍କ ସହ କିଛି ସମୟ ମଧ୍ୟ ଆଲୋଚନା କରିଛନ୍ତି।

ତେବେ ରାଜଭବନ ଯିବାର ଉଦ୍ଦେଶ୍ୟ ଥିଲା ସେଠାରେ ଅଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟମାନେ। ଭୁବନେଶ୍ବରରେ ଚାଲିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତ ବୈଠକରେ ଏମାନେ ଯୋଗଦେବାକୁ ଆସିଥିଲେ। ସେମାନଙ୍କୁ ସାକ୍ଷାତ କରିବାକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ ବୋଲି ସେ ନିଜେ କହିଛନ୍ତି। ହେଲେ ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ଏକାନ୍ତ ଆଲୋଚନା ନେଇ କେହି କିଛି କହି ନାହାଁନ୍ତି।

ତେବେ ଚର୍ଚ୍ଚା ଅନୁସାରେ କୁଆଡେ ଓଡିଶା ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ ନେଇ ଉଭୟ ଆଲୋଚନା କରିଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ଓ ବିଜେପି ସଭାପତି ମନ୍ତ୍ରୀ ଅଦଳବଦଳ ନେଇ ଯାହା ନିଷ୍ପିତ ଗ୍ରହଣ କରୁଛନ୍ତି ସେଥିରେ କୁଆଡେ ଧର୍ମେନ୍ଦ୍ର କେଁ ପୁରାଇ ଦେଉଛନ୍ତି। ଫଳରେ ଦୀର୍ଘ ମାସ ଧରି ଏହି ତାଲିକା ପ୍ରସ୍ତୁତ ସରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ନିଗମ ଅଧ୍ୟକ୍ଷ ପଦବୀରେ କେଉଁମାନେ ରହିବେ ତାହା ମଧ୍ୟ ନିଷ୍ପତି ହୋଇପାରୁ ନାହିଁ।

କେନ୍ଦ୍ର ସରକାର ଓଡିଶାର ଏପରି ବିଚିତ୍ର ପରିସ୍ଥିତି ଜାଣିବା ପରେ ସେମାନେ କୁଆଡେ ବିବ୍ରତ ହୋଇପଡିଛନ୍ତି।  ଓଡିଶାର ବିଜେପି ସରକାର ମନ୍ତ୍ରୀ ଅଦଳବଦଳ କରିପାରୁ ନାହାଁନ୍ତି ବୋଲି ସାଧାରଣରେ ନିନ୍ଦା କରାଯାଉଛି। ଫଳରେ କେନ୍ଦ୍ର ନେତୃତ୍ବ ଧର୍ମେନ୍ଦ୍ରଙ୍କୁ ଏହାର ସମାଧାନ କରିବା ପାଇଁ କୁଆଡେ କଡା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦିଗରେ ଆଲୋଚନା କରି ସମାଧାନ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଜଣାଇ ଦେଇଛନ୍ତି। ଫଳରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇ ଏହାର ଏକ ସମାଧାନର ସୁତ୍ର ବାହାର କରିଥିବାର ଜଣାପଡିଛି।

ଧର୍ମେନ୍ଦ୍ର ମୋହନ ମାଝୀ ଧର୍ମେନ୍ଦ୍ର ମୋହନ ମାଝୀ ସାକ୍ଷାତ ମୁଖ୍ୟମନ୍ତ୍ରୀ ବାସଭବନରେ ଧର୍ମେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Latest News

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.