Mahindra Offers GST Benefits: ଜିଏସଟି ହ୍ରାସ ପରେ ଭାରତର ଅଗ୍ରଣୀ SUV ନିର୍ମାତା ମହିନ୍ଦ୍ରା ଓ ମହିନ୍ଦ୍ରା (M&M) କଲା ବଡ ଘୋଷଣା। ଏଣିକି ଗ୍ରହାକମାନେ ଗୋଟିଏ ଗୋଟିଏ ଗାଡିରେ ପ୍ରାୟ 1.65 ଲକ୍ଷ ଟଙ୍କାର ଛାଡ ପାଇବେ। ଏହି ଘୋଷଣାରେ କୁହାଯାଇଛି ଯେ, ଭାରତ ସରକାର ଜିଏସଟି ହ୍ରାସ ପରେ ମହିନ୍ଦ୍ରାର ICE SUV ପୋର୍ଟଫୋଲିଓର ଗ୍ରାହକମାନେ ବଡ ରିହାତି ପାଇବେ। ଏହି ରିହାତି ଆଜିଠାରୁ ଅର୍ଥାତ ସେପ୍ଟେମ୍ବର 6, 2025 ରୁ ଲାଗୁ ହେଲା ବୋଲି ଘୋଷଣା କରାଯାଇଛି।
ତେବେ କେଉଁ ଗାଡିର ମୂଲ୍ୟ ପୂର୍ବରୁ କେତେ ଥିଲା ବର୍ତ୍ତମାନ କେତେ ଛାଡ ହେବ ସେ ତଥ୍ୟ କଂପାନୀ ତରଫରୁ ପ୍ରଦାନ କରାଯାଇଛି। ତାହା ହେଲା
ଉଲ୍ଲେଖ କରାଯାଇଥିବା ଅଫରଟି ଏକ ନିର୍ଦ୍ଦିଷ୍ଟ ମଡେଲ ଏବଂ ପ୍ରକାରର ଗାଡି ପାଇଁ ଉଦ୍ଧିଷ୍ଠ। ମନୋନୀତ ମଡେଲ ଏବଂ ପ୍ରକାର ଉପରେ ନିର୍ଭର କରି ଏହି ଛାଡ ଭିନ୍ନ ଭିନ୍ନ ଭିନ୍ନ ହେବ।
୧୯୪୫ ମସିହାରେ ପ୍ରତିଷ୍ଠିତ, ମହିନ୍ଦ୍ରା ଗ୍ରୁପ୍ ୧୦୦ ରୁ ଅଧିକ ଦେଶରେ ୨୬୦,୦୦୦ କର୍ମଚାରୀଙ୍କ ସହିତ ସବୁଠାରୁ ବଡ଼ ଏବଂ ପ୍ରଶଂସିତ ବହୁରାଷ୍ଟ୍ରୀୟ କମ୍ପାନୀ ଫେଡେରେସନ ମଧ୍ୟରୁ ଗୋଟିଏ। ଏହା ଭାରତରେ କୃଷି ଉପକରଣ, SUV, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସେବାରେ ଏକ ନେତୃତ୍ୱର ସ୍ଥାନ ହାସଲ କରିଛି। ବର୍ତ୍ତମାନ ଏହି କଂପାନୀ ବିଶ୍ୱର ସର୍ବବୃହତ ଟ୍ରାକ୍ଟର କମ୍ପାନୀ। ନବୀକରଣୀୟ ଶକ୍ତି, କୃଷି, ଲଜିଷ୍ଟିକ୍ସ, ଆତିଥ୍ୟ ଏବଂ ରିଅଲ ଇଷ୍ଟେଟରେ ଏହାର ସଶକ୍ତ ବ୍ୟବସାୟ ରହିଛି।
Read In English-Mahindra Offers GST Benefits Up to ₹1.56 Lakh, Know Price Details Here
Mahindra & Mahindra Ltd. (M&M), India’s leading SUV manufacturer, today announced that it will pass on the full GST benefits to customers across its entire ICE SUV portfolio. This follows the announcement of GST 2.0 at the 56th GST Council meeting held on September 3, 2025, headed by Nirmala Sitharaman, Minister of Finance, Government of India.