Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଅର୍ଥ ପରାମର୍ଶଦାତାଙ୍କୁ ଦିଆଗଲା ଜିଏସଟି ପରାମର୍ଶ, ବହୁ ଦ୍ବନ୍ଦର ହେଲା ସମାଧାନ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ କର, ଦ୍ରବ୍ୟ ଓ ସେବାକର କମିଶନ(ସିଟି ଓ ଜିଏସଟି କମିଶନରେଟ୍) କାର୍ଯ୍ୟାଳୟ, ଅର୍ଥ ବିଭାଗର ତରଫରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କର୍ପୋରେସନ ଆଦିମାନଙ୍କରେ କାର‌୍ୟ୍ୟ କରୁଥିବା ଅର୍ଥ ପରାମର୍ଶଦାତା (ଏଫଏ) ଏବଂ ସହକାରୀ ଅର୍ଥ ପରାମର୍ଶଦାତା ( ଏଏଫଏ )ମାନଙ୍କ ନିମନ୍ତେ ଏକ ଦିବସୀୟ ଦ୍ରବ୍ୟ ଓ ସେବାକର ଆଇନ (ଜିଏସଟି) ସଂପର୍କିତ କର୍ମଶାଳା ଆଜି ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏଫ୍ଏ, ଏଏଫ୍ଏ ଏବଂ ବିଭିନ୍ନ ସରକାରୀ ଟ୍ରେଜେରୀରେ କାର୍ଯ୍ୟରତ ଓଡ଼ିଶା ଅର୍ଥସେବା ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ରାଜ୍ୟ ପ୍ରତି ଅନୁରକ୍ତ ରହି ରାଜ୍ୟର ସ୍ୱାର୍ଥକୁ ସୁନିଶ୍ଚିତ କରିବାକୁ ସେମାନେ କାର୍ଯ୍ୟ କରୁଛନ୍ତି।ରାଜ୍ୟର ରାଜସ୍ୱ ଆଦାୟ ଓ ଜିଏସଟି ସଂଗ୍ରହରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନଙ୍କର ଯୋଗଦାନ ରହିଛି । ଜିଏସି ଆଦାୟ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ଅଭିଜ୍ଞ ଅଧିକାରୀ ଅଛନ୍ତି। ଜିଏସଟି ନିୟମ ସଂପର୍କରେ ସବୁ ବିଭାଗ ଜାଣିବା ଆବଶ୍ୟକ।

କେଉଁ କ୍ଷେତ୍ରରେ ଜିଏସଟି ଲାଗୁ ହେବ ବା ଲାଗୁ ହେବ ନାହିଁ, ସେଥିରେ ଦ୍ୱନ୍ଦଉପୁଜିଲେ ବିନା ଦ୍ୱିଧାରେ ସେମାନେ ଏହିସବୁ ଅଧିକାରୀମାନଙ୍କ ପରାମର୍ଶ ନେବାକୁ ମୁଖ୍ୟ ଶାସନ ସଚିବ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।

ଅର୍ଥତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଯୋଗ ଦେଇ ଓଡ଼ିଶାର ବିତ୍ତୀୟ ପରିଚାଳନା ସଂପର୍କରେ ବକ୍ତବ୍ୟ ରଖି ଦ୍ରବ୍ୟ ଓ ସେବା ଆଇନର କାର‌୍ୟ୍ୟକାରିତାରେ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ଆଲୋକପାତ କରିଥିଲେ । ବାଣିଜ୍ୟକର , ଦ୍ରବ୍ୟ ଓ ସେବାକର ମୁଖ୍ୟ ଆୟୁକ୍ତ ତଥା ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ଶ୍ରୀ ସଂଜୟ କୁମାର ସିଂ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଉଦାହରଣ ଦେଇ ଜିଏସଟି ଲାଗୁଥିବା ବିଭିନ୍ନ କ୍ଷେତ୍ରରେ ରହିଥିବା ବିଭିନ୍ନ ଦ୍ୱନ୍ଦ ଏହାର ସମାଧାନ ସଂପର୍କରେ ସବିଶେଷ ଜ୍ଞାନ ଆହରଣ ସଂପର୍କରେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଏସଟି ସଂପର୍କିତ ବହୁ ଡିଜିଟାଲ ଡାଟା ବା ତଥ୍ୟ ରହିଛି।ସେସବୁ କାର୍ଯ୍ୟ କ୍ଷେତ୍ରରେ ଏବଂ ଅଟିଟ୍ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ। ନକଲି ଚାଲାଣ କାଟିବା ରୋକିବା ଦିଗରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଭିନ୍ନ ବିଭାଗ ସହିତ କର୍ପୋରେସନଗୁଡିକ ମଧ୍ୟ ଜିଏସଟି ନିୟମ ମାନିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ।

ଅର୍ଥ ପରାମର୍ଶଦାତାମାନେ ସେମାନଙ୍କ ଅଧିନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ କରିବାକୁ ଓ ବୁଝାଇବାକୁ ସେ ମଧ୍ୟ କହିଥିଲେ। କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆୟୋଜିତ ଏହି କର୍ମଶାଳାରେ ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର କମିଶନ (ସିଟି ଓ ଜିଏସଟି କମିଶନରେଟ୍) କାର୍ଯ୍ୟାଳୟର ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ। ପାରସ୍ପରିକ ଆଲୋଚନା ମାଧ୍ୟମରେ ଜିଏସଟି ସଂପର୍କିତ ବହୁ ସନ୍ଦେହ ଦୂର କରାଯାଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କଣ କଲେ ଦାବୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ। ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି।

ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ। ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ। ଏହି ପଦକ୍ଷେପ ଦ୍ୱାରା ଅଧିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ।

ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ। ଓଡ଼ିଶାରେ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ।

କେବଳ ସେତିକି ନୁହେଁ, ଜିଏସଟି ହାର ହ୍ରାସ ଦ୍ୱାରା ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସୁନିଶ୍ଚିତ ହୋଇପାରିବ।
ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏହି ଜିଏସଟି ହାର ହ୍ରାସ ପାଇଁ ଜିଏସଟି ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

ଡିଏମ୍‌ଏଫ୍‌ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ସେବା ଉପରେ ଜିଏସଟି ଛାଡ଼ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଫିଟମେଣ୍ଟ କମିଟି ଓଡ଼ିଶାର ପ୍ରସ୍ତାବକୁ ଅନୁଧ୍ୟାନ କରିଥିଲା ଏବଂ ଏହା ସ୍ପଷ୍ଟ କରିବାକୁ ସୁପାରିଶ କରିଥିଲା ଯେ ଡି.ଏମ୍‌.ଏଫ୍‌.ଟି ଏକ ସରକାରୀ କର୍ତ୍ତୃପକ୍ଷ ଏବଂ ତେଣୁ ବର୍ତ୍ତମାନର ଯୋଜନାରେ ଯେକୌଣସି ସରକାରୀ କର୍ତ୍ତୃପକ୍ଷ ସମାନ ରିହାତି ପାଇବାକୁ ଯୋଗ୍ୟ ।

ଏହି ପରିପ୍ରେକ୍ଷୀରେ ପରିଷଦର ବିଚାର ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିମ୍ନ ବିଷୟଗୁଡ଼ିକୁ ଉପସ୍ଥାପନ କରିଥିଲେ।

1- ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମାବଳୀର ନିୟମ ୧୦ରେ ଉଲ୍ଲେଖ ରହିଛି, ଡିଏମଏଫ ଟ୍ରଷ୍ଟର ଉପଯୋଗ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରମୁଖ କାର୍ଯ୍ୟକଳାପର କାର୍ଯ୍ୟାନ୍ୱୟନ ପାଇଁ କରାଯାଇଥାଏ । ଡିଏମ୍‌ଏଫ୍‌ ପାଣ୍ଠି ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକଳାପଗୁଡିକ ମୁଖ୍ୟତଃ ଭାରତୀୟ ସମ୍ବିଧାନର ଏକାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩ ଜି) ଏବଂ ଦ୍ୱାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩)ରେ ତାଲିକାଭୁକ୍ତ କାର୍ଯ୍ୟକଳାପ ସହିତ ଜଡିତ ଅଟେ।

2- ଡିଏମଏଫ ଟ୍ରଷ୍ଟରେ ସ୍ଥାନୀୟ ସଂସ୍ଥାର ସଦସ୍ୟମାନଙ୍କୁ ସାମିଲ କରି ସ୍ଥାନୀୟ ସ୍ୱୟଂଶାସିତ ସଂସ୍ଥା ସହିତ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ଏହି ନିୟମରେ ବ୍ୟବସ୍ଥା କରାଯାଇଛି।
ଓଡିଏମ୍‌ଏଫ୍‌ ନିୟମାବଳୀର ନିୟମ ୧୩ ଅନୁଯାୟୀ ଟ୍ରଷ୍ଟ ଦ୍ୱାରା କରାଯାଇଥିବା କାର୍ଯ୍ୟ ସରକାରୀ ବିଭାଗ, ଏଜେନ୍ସି ଓ ରାଷ୍ଟ୍ରାୟତ ସଂସ୍ଥା ମାଧ୍ୟମରେ କିମ୍ବା ଖଣି ପ୍ରଭାବିତ ଅଞ୍ଚଳରେ ସେ୍ୱଚ୍ଛାସେବୀ ସଂସ୍ଥା ମାଧ୍ୟମରେ ସମ୍ପାଦିତ ହୋଇଥାଏ। ଏହାର ବ୍ୟବହାରକାରୀ ହେଉଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ବ୍ୟକ୍ତି, ମହିଳା, ଶିଶୁ ଏବଂ ପରିବାର ଯେଉଁମାନେ ବିନା ଶୁଳ୍କରେ ଏହି ସେବା ପାଇପାରିବେ।

3-ଗତ ଦୁଇ ବର୍ଷ ମଧ୍ୟରେ ଡିଏମଏଫଟି କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସାମାଜିକ-ଆର୍ଥିକ ବିକାଶ ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିବା ଡିଏମଏଫ ପାଣ୍ଠିରୁ ୭୭୬ କୋଟି ଟଙ୍କା ଜିଏସଟି ପ୍ରଦାନ କରିଛି।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଓଡ଼ିଶାର ପ୍ରସ୍ତାବକୁ ନିମ୍ନୋକ୍ତ ଦୁଇଟି ଉପାୟରୁ କୌଣସି ଗୋଟିଏ ଉପାୟରେ ବିଚାର କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ କରିଥିଲେ ।

ବର୍ତ୍ତମାନ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଶୁଦ୍ଧ ସେବା/ ସାମଗ୍ରୀ ଏବଂ ସେବାର ସାମଗ୍ରିକ ଯୋଗାଣ ଉପରେ ଖର୍ଚ୍ଚ ପାଇଁ ଅନୁମତି ଦିଆଯାଇଛି, ଯେଉଁଥିରେ ସାମଗ୍ରୀର ମୂଲ୍ୟ ୨୫% ରୁ ଅଧିକ ନୁହେଁ । ୩ ଓ ୩ଏ ରିହାତି ବିଜ୍ଞପ୍ତି ନଂ- ୧୨/୨୦୧୭-ସିଟି(ଆର) ତାରିଖ ୨୮.୦୬.୨୦୧୭, ଡିଏମଏଫ ଟ୍ରଷ୍ଟକୁ ସମ୍ପ୍ରସାରିତ କରାଯାଇପାରେ କିମ୍ବା ଅନୁଲଗ୍ନକ-୪ରେ ଏଜେଣ୍ଡା ନୋଟର କ୍ରମ ୫ରେ ଉଲ୍ଲେଖ କରାଯାଇଥିବା ଫିଟମେଣ୍ଟ କମିଟିର ସୁପାରିସ ଅନୁଯାୟୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ୫ଟି ସେବାକୁ ଛାଡ଼ କରିବା ପାଇଁ ଏକ ନୂତନ ପ୍ରବେଶ ସୃଷ୍ଟି କରିବା ପରିବର୍ତ୍ତେ, ସ୍ୱଚ୍ଛ ସେବା ଯୋଗାଣ ଏବଂ ମିଶ୍ରିତ ଯୋଗାଣ କ୍ଷେତ୍ରରେ ପୂର୍ବରୁ ଅନୁମତି ଦିଆଯାଇଥିବା ରିହାତିକୁ ପୁନଃସ୍ଥାପିତ କରିବା ଲାଗି ପରାମର୍ଶ ଦିଆଯାଇଛି, ଯେଉଁଠାରେ ସାମଗ୍ରୀର ମୂଲ୍ୟ ସରକାରୀ ପ୍ରାଧିକରଣକୁ ଯୋଗାଣର ମୋଟ ମୂଲ୍ୟର ୨୫ ପ୍ରତିଶତରୁ ଅଧିକ ନୁହେଁ ।

ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶା ଡିଏମ୍‌ଏଫ୍‌ ଟ୍ରଷ୍ଟ ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକୁ ସଂପୂର୍ଣ୍ଣ ରୂପେ କରମୁକ୍ତ କରିବାକୁ ଜିଏସ୍‌ଟି ପରିଷଦକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ ଜଣାଇଛନ୍ତି।

ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଓ ଜିଏସ୍‌ଟି କମିଶନର ଶ୍ରୀ ସଂଜୟ କୁମାର ସିଂ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇରେ 1,65,105 କୋଟିର ଜିଏସଟି ଆଦାୟ: ଓଡ଼ିଶାରେ 4245 କୋଟି ସଂଗ୍ରହ

ନୂଆଦିଲ୍ଲୀ: 2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 41,239 କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ 11,779 କୋଟି ଟଙ୍କା (ବସ୍ତୁ ଆମଦାନୀରୁ 840 କୋଟି ଟଙ୍କା ସମେତ) ରହିଛି।

ସରକାର ସିଜିଏସଟି ବାବଦରେ  39,785 କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ  33,188 ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ଜୁଲାଇ 2023ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍‌ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ 69,558 କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ 70,811 କୋଟି ଟଙ୍କା ରହିଛି।

ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ 4245 କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଛି। ଏହା 2022 ଜୁଲାଇ ମାସରେ ସଂଗୃହିତ 3652 କୋଟି ଟଙ୍କାର ଜିଏସଟି ରାଜସ୍ୱ ତୁଳନାରେ 16 ପ୍ରତିଶତ ଅଧିକ।

ଜୁଲାଇ 2023ରେ ସଂଗୃହିତ ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ 11% ଅଧିକ ରହିଥିବା ଜଣାଯାଇଛି । ଚଳିତ ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ଗତ ବର୍ଷର ସମାନ ମାସରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ 15% ଅଧିକ ରହିଛି।  ଜିଏସଟି ପ୍ରଚଳନ ହେବା ପରେ ପଞ୍ଚମ ଥର ପାଇଁ ସକଳ ଜିଏସଟି ରାଜସ୍ୱ ସଂଗ୍ରହ 1 ଲକ୍ଷ 60 ହଜାର ଟଙ୍କା ଅତିକ୍ରମ କରିଛି।

ନିମ୍ନରେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷ ମାସିକ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି। ପ୍ରଥମ ଟେବୁଲରେ ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ସଂଗ୍ରହ ପରିମାଣ ଉଲ୍ଲେଖ କରାଯାଇଥିବା ବେଳେ ଦ୍ୱିତୀୟ ଟେବୁଲରେ  ଜୁଲାଇ 2023 ମାସ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରାପ୍ତ/ପରିଶୋଧ ହୋଇଥିବା ଆଇଜିଏସଟିର ଏସଜିଏସଟି ଓ ଏସଜିଏସଟି ଭାଗ ଦର୍ଶାଯାଇଛି।

ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ଆଦାୟ ପରିମାଣ (କୋଟି ଟଙ୍କାରେ)

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଜୁଲାଇ  22 ଜୁଲାଇ 23 ବୃଦ୍ଧି(%)
ଜାମ୍ମୁ କାଶ୍ମୀର 431 549 27
ହିମାଚଳ ପ୍ରଦେଶ 746 917 23
ପଞ୍ଜାବ 1733 2000 15
ଚଣ୍ଡିଗଡ଼ 176 217 23
ଉତ୍ତରାଖଣ୍ଡ 1390 1607 16
ହରିୟାଣା 6791 7953 17
ଦିଲ୍ଲୀ 4327 5405 25
ରାଜସ୍ଥାନ 3671 3988 9
ଉତ୍ତରପ୍ରଦେଶ 7074 8802 24
ବିହାର 1264 1488 18
ସିକ୍କିମ୍ 249 314 26
ଅରୁଣାଚଳ ପ୍ରଦେଶ 65 74 13
ନାଗାଲାଣ୍ଡ 42 43 3
ମଣିପୁର 45 42 -7
ମିଜୋରାମ 27 39 47
ତ୍ରିପୁରା 63 78 23
ମେଘାଳୟ 138 175 27
ଆସାମ 1040 1183 14
ପଶ୍ଚିମବଙ୍ଗ 4441 5128 15
ଝାଡଖଣ୍ଡ 2514 2859 14
ଓଡ଼ିଶା 3652 4245 16
ଛତିଶଗଡ 2695 2805 4
ମଧ୍ୟପ୍ରଦେଶ 2966 3325 12
ଗୁଜରାଟ 9183 9787 7
ଡାମନ୍ ଏବଂ ଡିୟୁ 313 354 13
ଦାଦ୍ରା ଏବଂ ନାଗର ହାଭେଳୀ
ମହାରାଷ୍ଟ୍ର 22129 26064 18
କର୍ଣ୍ଣାଟକ 9795 11505 17
ଗୋଆ 433 528 22
ଲକ୍ଷାଦୀପ 2 2 45
କେରଳ 2161 2381 10
ତାମିଲନାଡୁ 8449 10022 19
ପଣ୍ଡିଚେରୀ 198 216 9
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ 23 31 32
ତେଲଙ୍ଗାନା 4547 4849 7
ଆନ୍ଧ୍ରପ୍ରଦେଶ 3409 3593 5
ଲଦାଖ 20 23 13
ଅନ୍ୟାନ୍ୟ କ୍ଷେତ୍ର 216 226 4
କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ର 162 209 29
ସର୍ବମୋଟ 106580 123026 15

[1] ବସ୍ତୁ ଆମଦାନୀ ଉପରେ ଲାଗୁ ଜିଏସଟି ସାମିଲ ନାହିଁ

ଜୁଲାଇ 2023 ମାସ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରାପ୍ତ/ପରିଶୋଧ ହୋଇଥିବା ଆଇଜିଏସଟିର ଏସଜିଏସଟି ଓ ଏସଜିଏସଟି ଭାଗ (କୋଟି ଟଙ୍କାରେ)

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏସଜିଏସଟି ସଂଗ୍ରହ ଆଇଜିଏସଟିର ଏସଜିଏସଟି ଭାଗ ମୋଟ୍‌
ଜାମ୍ମୁ କାଶ୍ମୀର 234 429 663
ହିମାଚଳ ପ୍ରଦେଶ 233 285 518
ପଞ୍ଜାବ 727 1138 1865
ଚଣ୍ଡିଗଡ଼ 57 133 190
ଉତ୍ତରାଖଣ୍ଡ 415 210 625
ହରିୟାଣା 1610 1256 2866
ଦିଲ୍ଲୀ 1221 1606 2827
ରାଜସ୍ଥାନ 1380 1819 3199
ଉତ୍ତରପ୍ରଦେଶ 2751 3426 6176
ବିହାର 718 1469 2187
ସିକ୍କିମ୍ 30 53 83
ଅରୁଣାଚଳ ପ୍ରଦେଶ 37 113 150
ନାଗାଲାଣ୍ଡ 18 70 88
ମଣିପୁର 23 58 80
ମିଜୋରାମ | 22 57 79
ତ୍ରିପୁରା 40 86 125
ମେଘାଳୟ 50 99 149
ଆସାମ 451 696 1146
ପଶ୍ଚିମବଙ୍ଗ 1953 1531 3483
ଝାଡଖଣ୍ଡ 721 330 1051
ଓଡ଼ିଶା 1300 416 1716
ଛତିଶଗଡ 627 382 1009
ମଧ୍ୟପ୍ରଦେଶ 1045 1581 2626
ଗୁଜରାଟ 3293 1917 5210
ଦାଦ୍ରା ଏବଂ ନାଗର ହାଭେଳୀ ଏବଂ ଦାମନ ଏବଂ ଡିୟୁ 56 29 85
ମହାରାଷ୍ଟ୍ର 7958 4167 12124
କର୍ଣ୍ଣାଟକ 3181 2650 5831
ଗୋଆ 173 146 320
ଲାକ୍ଷାଦୀପ 2 13 14
କେରଳ 1093 1441 2534
ତାମିଲନାଡୁ 3300 2119 5419
ପଣ୍ଡିଚେରୀ 41 57 99
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ 11 25 37
ତେଲଙ୍ଗାନା 1623 1722 3345
ଆନ୍ଧ୍ରପ୍ରଦେଶ 1199 1556 2755
ଲଦାଖ 11 47 58
ଅନ୍ୟାନ୍ୟ କ୍ଷେତ୍ର 19 55 75
ସର୍ବମୋଟ 37623 33188 70811

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍‌ ରେ ୧,୬୧,୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ; ପୂର୍ବ ବର୍ଷ ତୁଳନାରେ ୧୨% ବୃଦ୍ଧି

ନୂଆଦିଲ୍ଲୀ: ଜୁନ୍‌ ୨୦୨୩ରେ ୧ ଲକ୍ଷ ୬୧ ହଜାର ୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୩୧,୦୧୩ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୮,୨୯୨ କୋଟି ଟଙ୍କା, ଆଇଜିଏସଟି ପରିମାଣ ୮୦,୨୯୨ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୩୯,୨୯୨ କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ ୧୧,୯୦୦ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୧,୦୯୨ କୋଟି ଟଙ୍କାର ରାଜସ୍ୱ ସମେତ) ରହିଛି।

ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଜୁନ୍‌ ୨୦୨୩ରେ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଜୁନ୍‌ ୨୦୨୨ରେ ୩,୯୬୫.୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା।

ସରକାର ସିଜିଏସଟି ବାବଦରେ ୩୬,୨୨୪ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୦,୨୬୯ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ହେବା ପରେ ଜୁନ୍‌ ୨୦୨୩ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ୱ ସିଜିଏସଟି ପାଇଁ ୬୭,୨୩୭ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୬୮,୫୬୧ କୋଟି ଟଙ୍କା ରହିଛି।

ଜୁନ୍‌୨୦୨୩ରେ ରାଜସ୍ୱ ସଂଗ୍ରହ ଗତ ବର୍ଷ ସମାନ ମାସରେ ସଂଗୃହିତ ଜିଏସଟି ରାଜସ୍ୱ ତୁଳନାରେ ୧୨% ଅଧିକ ରହିଛି। ଏହି ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ପରିମାଣ ପୂର୍ବ ବର୍ଷର ସମାନ ମାସରେ ସମାନ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ ୧୮% ଅଧିକ ରହିଛି।

ଜିଏସଟି ଆରମ୍ଭ ପରଠାରୁ ଚତୁର୍ଥ ଥର ପାଇଁ ସକଳ ଜିଏସଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଟପିଛି। ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ଯଥାକ୍ରମେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧.୧୦ ଲକ୍ଷ କୋଟି ଟଙ୍କା; ୨୦୨୨-୨୩ ଆର୍ଥିକ ବର୍ଷରେ ୧.୫୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୬୯ ଲକ୍ଷ କୋଟି ଟଙ୍କା ରହିଛି।

କ୍ରମାଗତ ୧୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ସପ୍ତମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି।

ତଳେ ଦିଆଯାଇଥିବା ଚାର୍ଟରେ ମାସିକ ସକଳ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ସୂଚାଇ ଦିଆଯାଇଛି । ପ୍ରଥମ ସାରଣୀରେ ୨୦୨୨ ଜୁନ୍‌ ତୁଳନାରେ ୨୦୨୩ ଜୁନ୍‌ରେ ସଂଗୃହିତ ଜିଏସଟିର ରାଜ୍ୟୱାରୀ ବିବରଣୀ ପ୍ରଦାନ କରାଯାଇଛି ଏବଂ ଦ୍ୱିତୀୟ ସାରଣୀରେ ଜୁନ୍‌ ୨୦୨୩ରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରିଶୋଧ କରାଯାଇଥିବା ଆଇଜିଏସଟିର ଏସଜିଏସଟି ଭାଗ ସମ୍ପର୍କରେ ତଥ୍ୟ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲଗାତାର ୧୪ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ ୧.୪ ଲକ୍ଷ କୋଟିରୁ ଅଧିକ,

ନୂଆଦିଲ୍ଲୀ: ୨୦୨୩ ମସିହା ମଇ ମାସରେ ସଂଗୃହିତ ମୋଟ ଦ୍ରବ୍ୟ ଓ ସେବା କର (ଜିଏସଟି) ରାଜସ୍ୱ ହେଉଛି ୧,୫୭,୦୯୦ କୋଟି ଯେଉଁଥିରୁ ସିଜିଏସ୍‍ଟି ହେଉଛି ୨୮,୪୧୧ କୋଟି, ଏସଜିଏସଟି ହେଉଛି ୩୫,୮୨୮ କୋଟି, ଆଇଜିଏସ୍‍ଟି ହେଉଛି ୮୧,୩୬୩ କୋଟି (ସାମଗ୍ରୀ ଆମଦାନୀରୁ ସଂଗ୍ରହ ହୋଇଥିବା ୪୧,୭୭୨ କୋଟି ସହିତ) ଏବଂ ସେସ୍ ହେଉଛି ୧୧,୪୮୯ କୋଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୧୦୫୭ କୋଟି ଅନ୍ତର୍ଭୂକ୍ତ)।

ସରକାର ସିଜିଏସଟିରୁ ୩୫,୩୬୯ କୋଟି ଏବଂ ଆଇଜିଏସଟି ରୁ ଏସଜିଏସଟିକୁ ୨୯,୭୬୯ କୋଟି ଟଙ୍କା ଚୂଡାନ୍ତ କରିଛନ୍ତି। ଚୂଡାନ୍ତ ପରେ ମଇ ୨୦୨୩ ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୬୩,୭୮୦ କୋଟି ଏବଂ ଏସଜିଏସଟି ପାଇଁ ୬୫,୫୯୭ କୋଟି।

ମଇ ୨୦୨୩ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍‍ଟି ରାଜସ୍ୱ ପରିମାଣ ଗତ ବର୍ଷ ସମାନ ସମୟ ତୁଳନାରେ ୧୨% ଅଧିକ ରହିଛି। ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ମଇ ମାସରେ ସାମଗ୍ରୀ ଆମଦାନୀରୁ ଆୟ ୧୨% ଅଧିକ ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୧% ଅଧିକ ଥିଲା।

ନିମ୍ନରେ ଥିବା ଗ୍ରାଫରେ ଚଳିତ ବର୍ଷର ମୋଟ ଜିଏସଟି ରାଜସ୍ୱର ମାସୱାରୀ ସୂଚନା ଦର୍ଶାଯାଇଛି । ମଇ ୨୦୨୨ ତୁଳନାରେ ମଇ ୨୦୨୩ ମାସରେ ପ୍ରତ୍ୟେକ ରାଜ୍ୟରେ ସଂଗୃହିତ ଜିଏସଟିର ରାଜ୍ୟ ୱାରୀ ଆକଳନଗୁଡିକ ସାରଣୀରେ ଦର୍ଶାଯାଇଛି।

ମଇ ୨୦୨୩ରେ ରାଜ୍ୟ ୱାରୀ ଜିଏସଟି ରାଜସ୍ୱ ଆଦାୟରେ ଅଭିବୃଦ୍ଧି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଇ-୨୨ ମଇ-୨୩ ଅଭିବୃଦ୍ଧି (%)
ଜାମୁ  ଏବଂ କାଶ୍ମୀର ୩୭୨ ୪୨୨ ୧୪
ହିମାଚଳ ପ୍ରଦେଶ ୭୪୧ ୮୨୮ ୧୨
ପଞ୍ଜାବ ୧୮୩୩ ୧୭୪୪ -୫
ଚଣ୍ଡିଗଡ ୧୬୭ ୨୫୯ ୫୫
ଉତ୍ତରାଖଣ୍ଡ ୧୩୦୯ ୧୪୩୧
ହରିଆନା ୬୬୬୩ ୭୨୫୦
ଦିଲ୍ଲୀ ୪୧୧୩ ୫୧୪୭ ୨୫
ରାଜସ୍ଥାନ ୩୭୮୯ ୩୯୨୪
ଉତ୍ତରପ୍ରଦେଶ ୬୬୭୦ ୭୪୬୮ ୧୨
ବିହାର ୧୧୭୮ ୧୩୬୬ ୧୬
ସିକିମ୍‍ ୨୭୯ ୩୩୪ ୨୦
ଅରୁଣାଚଳପ୍ରଦେଶ ୮୨ ୧୨୦ ୪୭
ନାଗାଲ୍ୟାଣ୍ଡ ୪୯ ୫୨
ମଣିପୁର ୪୭ ୩୯ -୧୭
ମିଜୋରାମ ୨୫ ୩୮ ୫୨
ତ୍ରିପୁରା ୬୫ ୭୫ ୧୪
ମେଘାଳୟ ୧୭୪ ୨୧୪ ୨୩
ଆସାମ ୧୦୬୨ ୧୨୧୭ ୧୫
ପଶ୍ଚିମବଙ୍ଗ ୪୮୯୬ ୫୧୬୨
ଝାଡଖଣ୍ଡ ୨୪୬୮ ୨୫୮୪
ଓଡିଶା ୩୯୫୬ ୪୩୯୮ ୧୧
ଛତିଶଗଡ ୨୬୨୭ ୨୫୨୫ -୪
ମଧ୍ୟ ପ୍ରଦେଶ ୨୭୪୬ ୩୩୮୧ ୨୩
ଗୁଜୁରାଟ ୯୩୨୧ ୯୮୦୦
ଦାଦର ଏବଂ ନଗର ହାବେଳି ଏବଂ ଡାମନ ଏବଂ ଡିଉ ୩୦୦ ୩୨୪
ମହାରାଷ୍ଟ ୨୦୩୧୩ ୨୩୫୩୬ ୧୬
କର୍ଣ୍ଣାଟକ ୯୨୩୨ ୧୦୩୧୭ ୧୨
ଗୋଆ ୪୬୧ ୫୨୩ ୧୩
ଲକ୍ଷାଦ୍ୱୀପ ୨୧୦
କେରଳ ୨୦୬୪ ୨୨୯୭ ୧୧
ତାମିଲନାଡୁ ୭୯୧୦ ୮୯୫୩ ୧୩
ପୁଡୁଚେରୀ ୧୮୧ ୨୦୨ ୧୨
ଆଣ୍ଡାମାନ ଏବଂ ନିକୋବର ୨୪ ୩୧ ୨୭
ତେଲେଙ୍ଗାନା ୩୯୮୨ ୪୫୦୭ ୧୩
ଆନ୍ଧ୍ରପ୍ରଦେଶ ୩୦୪୭ ୩୩୭୩ ୧୧
ଲଦାଖ ୧୨ ୨୬ ୧୧୩
ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ ୧୮୫ ୨୦୧
କେନ୍ଦ୍ରୀୟ ନିୟନ୍ତ୍ରଣ ଅଞ୍ଚଳ ୧୪୦ ୧୮୭ ୩୪
ମୋଟାମୋଟି ୧,୦୨,୪୮୫ ୧,୧୪,୨୬୧ ୧୧

 

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଥର ଓଡ଼ିଶାର ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ବାବଦକୁ ମିଳିଲା ୧୬୭୫ କୋଟି ଟଙ୍କା

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ’ ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା।

ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା।

ପୁନଶ୍ଚ, ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ୨୦୨୩ ମସିହା ମେ’ ମାସରେ ମିଳିଥିବା ଅର୍ଥରାଶିରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏ କ୍ଷେତ୍ରରେ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୨୮୬.୨୯ କୋଟି ଟଙ୍କା।

୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ପରିମାଣ ୪୦୩୪.୯୪ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ଥିଲା ୨୯୬୬.୨୯ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୬.୦୩ ପ୍ରତିଶତ।

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗ ଆଦାୟ କରୁଥିବା ସମସ୍ତ ଟିକସ ଯଥା: ଜିଏସ୍‌ଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିଗତ କର ଅଧୀନରେ ଚଳିତ ବର୍ଷ ମେ’ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୧୧.୭୮ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୭.୨୭ ପ୍ରତିଶତ।

ଚଳିତ ବର୍ଷ ମେ’ ମାସରେ ୨୦.୪୦ ଲକ୍ଷ ଇ-ୱେବିଲ୍‌ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ମେ’ ମାସରେ ୧୭.୨୬ ଲକ୍ଷ ସଂଖ୍ୟକ ଇ-ୱେବିଲ୍‌ ନିର୍ଗମନ କରାଯାଇ ଥିଲା। ଏ କ୍ଷେତ୍ରରେ ୧୮.୧୯ ପ୍ରତିଶତ ହୋଇଛି।

Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ସାତଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ ସହଯୋଗିତା କାର୍ଯ୍ୟକ୍ରମ ଅଧିନରେ ଯୁକ୍ତରାଜ୍ୟ ସରକାରଙ୍କ ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ ଅଫିସ୍‌ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ଏଫ୍‌ସିଡିଓର ଅର୍ଥନୀତି ଓ ବିତ୍ତ ବିଭାଗ ମୁଖ୍ୟ ଆଦମ ଟେଲର, ବିତ୍ତୀୟ ଅପରାଧ ଯୋଗସୂତ୍ର ଅଧିକାରୀ ଜୁଲିଆନ୍‌ ସଲଦାନହା, ରାଜସ୍ୱ ଓ କଷ୍ଟମ ବିଭାଗର ଶ୍ରୀମତୀ ହିରାବତୀ ଗୋଖେଲ ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ୬୫ ଜଣ ଅଧିକାରୀଙ୍କୁ ଚୟନ କରାଯାଇଛି । ବିଶେଷ କରି ସୂଚନା ପ୍ରଯୁକ୍ତି (ଆଇଟି), ଇ-କମର୍ସ, ଅର୍ଥ, ବ୍ୟାଙ୍କିଙ୍ଗ୍‌ ଓ ବୀମା, ଅଡିଟ୍‌ ଏବଂ ସଫଫ ସ୍କିଲ ବିକାଶ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ଦିଆଯିବ ।

ନିଜର ଉଦ୍‌ଘାଟନୀ ଅଭିଭାଷଣରେ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ଶ୍ରୀଯୁକ୍ତ ସିଂହ କହିଲେ ଯେ ଉଭୟ ଜିଏସ୍‌ଟି ଆଇନ ଓ ବ୍ୟବସାୟର କାର୍ଯ୍ୟଧାରାରେ ପରିବର୍ତ୍ତନ ହୋଇଚାଲିଛି । ବ୍ୟବସାୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଯୋଗୁଁ ଘଟିଥିବା ପରିବର୍ତ୍ତନ ଏକ ବଡ଼ ଆହ୍ୱାନ ରୂପେ ଉଭା ହୋଇଛି । ବ୍ୟବସାୟଗୁଡ଼ିକ ସଂପୂର୍ଣ୍ଣ ରୂପେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ହେଉଥିବାରୁ ଏଗୁଡ଼ିକ ଅଧିକରୁ ଅଧିକ ଜଟିଳ ଅନୁଭୂତ ହେଉଛନ୍ତି । ତେଣୁ ଦୈନନ୍ଦିନ ଟିକସ ପ୍ରଶାସନ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ହେଲେ ଟିକସ ଅଧିକାରୀମାନେ ନିଜର ଦକ୍ଷତା ଅଭିବୃଦ୍ଧି କରିବା ଦରକାର ।

ପ୍ରଶିକ୍ଷଣ ଗ୍ରହଣ କରୁଥିବା ଏହି ଅଧିକାରୀମାନେ ସମୟକ୍ରମେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥାର ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିବେ । ପିଡବ୍ଲୁସିର କର୍ମକର୍ତ୍ତାଙ୍କ ସହଯୋଗରେ ଏଫ୍‌ସିଡିଓ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଭିନ୍ନ କେସ୍‌ ଷ୍ଟଡି ମାଧ୍ୟମରେ ଅଧିକାରୀମାନଙ୍କୁ ବାସ୍ତବ କ୍ଷେତ୍ରରେ ଘଟୁଥିବା କିଛି ଘଟଣାବଳୀ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାର୍ଚ୍ଚ ୨୦୨୩ ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ହେଲା ବଡ ଅଭିବୃଦ୍ଧି

କଟକ: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ୧୦,୩୫୫ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ୯୬୦ କୋଟି ଟଙ୍କା ଅନ୍ତର୍ଭୁକ୍ତ)।

ଚତୁର୍ଥ ଥର ପାଇଁ, ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ଯାହା ଜିଏସ୍‌ଟି ଲାଗୁ ହେବା ପରେ ଦ୍ୱିତୀୟ ସବୁଠାରୁ ବଡ ସଂଗ୍ରହ।  ଏହି ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଆଇଜିଏସ୍‌ଟି ସଂଗ୍ରହ ହୋଇଛି।

ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍‌ଟିରୁ ସିଜିଏସ୍‌ଟିକୁ ୩୩,୪୦୫ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୨୮,୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨୦୨୩ରେ ଆଇଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ମୋଟ ରାଜସ୍ୱ ସିଜିଏସ୍‌ଟି ପାଇଁ  ୬୨,୯୫୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ନିମନ୍ତେ  ୬୫,୫୦୧ କୋଟି ଟଙ୍କା ରହିଛି।

ମାର୍ଚ୍ଚ ୨୦୨୩ ପାଇଁ ଆୟ ରାଜସ୍ୱ ଗତ ବର୍ଷ ସମାନ ସମୟରେ ଜିଏସ୍‌ଟି ଆୟ ତୁଳନାରେ ୧୩% ଅଧିକ। ଏହି ମାସରେ ଗତ ବର୍ଷ ସମାନ ସମୟ ତୁଳନାରେ ମାଲ୍ ଆମଦାନୀରୁ ଆୟ ୮% ଅଧିକ ରହିଛି ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୪% ଅଧିକ ରହିଛି।

୨୦୨୩ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି। ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ଫେବୃଆରୀ ମାସର ୯୩.୨% ଷ୍ଟେଟ୍‌ମେଂଟ ଅଫ୍ ଇନ୍‌ଭଏସ୍ (ଜିଏସ୍‌ଟିଆର – ୧ରେ) ଏବଂ ୯୧.୪% ରିଟର୍ଣ୍ଣ (ଜିଏସ୍‌ଟି ୩ ଖ ରେ) ତୁଳନାରେ  ଗତ ବର୍ଷ ସମାନ ସମୟରେ ଯଥାକ୍ରମେ ୮୩.୧% ଏବଂ ୮୪.୭% ଥିଲା।

୨୦୨୨- ୨୩ ପାଇଁ ମୋଟ ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ଏବଂ ସାରା ବର୍ଷ ପାଇଁ ହାରାହାରି  ମୋଟ ମାସିକ ସଂଗ୍ରହ ହେଉଛି ୧.୫୧ ଲକ୍ଷ କୋଟି ଟଙ୍କା। ୨୦୨୨- ୨୩ରେ ମୋଟ ରାଜସ୍ୱ ଆୟ ଗତ ବର୍ଷ ତୁଳନାରେ ୨୨% ଅଧିକ ଥିଲା।

୨୦୨୨- ୨୩ର ଶେଷ ତ୍ରୈମାସିକ ପାଇଁ ହାରାହାରି ମାସିକ ମୋଟ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯେତେବେଳେ କି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସିକରେ ହାରାହାରି ମାସିକ ସଂଗ୍ରହ ଯଥାକ୍ରମେ ୧.୫୧ ଲକ୍ଷ କୋଟି, ୧.୪୬ ଲକ୍ଷ କୋଟି ଏବଂ ୧.୪୯ ଲକ୍ଷ କୋଟି ଟଙ୍କା ଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି- ଏକ ବିଶ୍ଳେଷଣ

ନାଗେଶ୍ଵର ପଟ୍ଟନାୟକ

କଥାରେ ଅଛି ମୃତ୍ୟୁ ଓ କର ଛଡ଼ା ଆଉ କିଛି ଚିରନ୍ତନ ନୁହେଁ। ଆଧୁନିକ ଦୁନିଆରେ କର ହିଁ ଆମ ଜୀବନର ଏକ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ କର ପୁଣି ବିଭିନ୍ନ ପ୍ରକାରର ଯଥା ଆୟ କର, ବିକ୍ରୟ କର, ସେବା କର, କର୍ପୋରେଟ କର- ଏମିତି ଅନେକ। ତେବେ ମୋଟ ଉପରେ ଦେଖିବାକୁ ଗଲେ ଆମ ଦେଶ‍ରେ ଦୁଇ ପ୍ରକାରର କର ଆଦାୟ ହୁଏ, ତାହା ହେଲା ପ୍ରତ୍ୟକ୍ଷ ଓ ପରୋକ୍ଷ କର।

ସର୍ବମୋଟ ରାଜସ୍ଵ ଆଦାୟରେ ପରୋକ୍ଷ କରର ଭାଗ ବୃଦ୍ଧି ପାଉଥିବାରୁ ଏହା ସମଗ୍ର ଦେଶରେ କରଦାତାଙ୍କୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର କର ପ୍ରଶାସନରେ ସଂସ୍କାର ଆଣିବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଅନୁପାତକୁ ସନ୍ତୁଳିତ କରିବା ପାଇଁ ପ୍ରଚେଷ୍ଟା କରିଛନ୍ତି ।

ମୋଦୀ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଜୁଲାଇ ୧, ୨୦୧୭ରେ (Goods & Service Tax  GST ) ଦ୍ରବ୍ୟ ଓ ସେବା କର ଲାଗୁ କଲେ । ଏହି କର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଏକକ କାରବାର (Single Transaction) ମାଧ୍ୟମରେ ଆଦାୟ କରାଯାଉଛି ଏବଂ ଏହା ଦେଶରେ ଆର୍ଥକ ସଂହତି ଆଣିପାରିଛି। ଜିଏସଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟମାନଙ୍କ ମଧ୍ୟରେ ବିତ୍ତୀୟ ପ୍ରତିବନ୍ଧକକୁ ଦୂର କରିବା ସହ ଏକ ସମାନ ବଜାର ପ୍ରତିଷ୍ଠା କରିବା। ଜିଏସଟି ଦେଶର ସମସ୍ତ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ସମାନ କର ଲାଗୁ କରିବାରେ ସହାୟକ ହୋଇଛି ।

ନିକଟରେ ଜିଏସଟି ପରିଷଦ ଏହାର ୪୭ତମ ବୈଠକରେ ଡାଲି, ଶସ୍ୟ, ମଇଦା ଇତ୍ୟାଦି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ଉପରେ ପୁନର୍ବିଚାର କରିବାକୁ ପରାମର୍ଶ ଦେଇଛି। ଖୋଲାରେ ବିକ୍ରି ହେଉଥବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଛାଡ଼ କରାଯାଇଛି । କିନ୍ତୁ ପ୍ରି-ପ୍ୟାକ୍ କିମ୍ବା ପ୍ରି-ଲେବଲଡ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରିବା ନିଷ୍ପତ୍ତିକୁ ନେଇ ଏକ ବିବାଦ ଦେଖାଦେଇଛି।

ତେବେ ଏହା ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଏପରି ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲଗାଯାଉନାହିଁ। ଜିଏସଟି ଲାଗୁ ହେବା ପୂର୍ବରୁ ଅନେକ ରାଜ୍ୟ ଖାଦ୍ୟଶସ୍ୟରୁ ଯଥେଷ୍ଟ ରାଜସ୍ଵ ସଂଗ୍ରହ କରୁଥିଲେ । କେବଳ ପଞ୍ଜାବ ରାଜ୍ୟ ଟିକସ ମାଧ୍ୟମରେ ଖାଦ୍ୟଶସ୍ୟ ଉପରୁ ୨୦୦୦ କୋଟିରୁ ଅଧକ ଟଙ୍କା ସଂଗ୍ରହ କରିଥଲା। ସେଭଳି ଉତ୍ତର ପ୍ରଦେଶ ୭୦୦ କୋଟି ଟଙ୍କା ସଂଗ୍ରହ କରିଥଲା।

ଏହାକୁ ଧ୍ୟାନରେ ରଖି ଜିଏସଟି ଲାଗୁ ହେବା ସମୟରେ ବ୍ରାଣ୍ଡେଡ୍ ଶସ୍ୟ, ଡାଲି, ମଇଦା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଥଲା। ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରାଯାଇ କେବଳ ପଞ୍ଜୀକୃତ ବ୍ରାଣ୍ଡମାନଙ୍କରେ ଲାଗୁ କରାଯାଇଥିଲା।

ତେବେ କିଛିଦିନ ମଧ୍ୟରେ ଖ୍ୟାତିସମ୍ପନ୍ନ ଏବଂ ବ୍ରାଣ୍ଡ୍ ମାଲିକମାନେ ଏହି ବ୍ୟବସ୍ଥାର ଖୋଲା ଖୋଲି ଅପବ୍ୟବହାର କଲେ ଏବଂ ଏହି ଦ୍ରବ୍ୟଗୁଡ଼ିକରୁ ରାଜସ୍ଵ ଆଦାୟ ଯଥେଷ୍ଟ ହ୍ରାସ ପାଇଲା। ଏହାକୁ ନେଇ ଇଣ୍ଡଷ୍ଟ୍ରି ଆସୋସିଏସନ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀ ଉପରେ ଟିକସ ଦେଉଥବା ଯୋଗାଣକାରୀ ଏହି ଅପବ୍ୟବହାର ବନ୍ଦ କରିବା ପାଇଁ ସମସ୍ତ ପ୍ୟାକେଜ ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ପାଇଁ ଦାବି କଲେ। ଅନେକ ରାଜ୍ୟ ଅଭିଯୋଗ କଲେ ଯେ ସେମାନେ ଜିଏସଟି ଲାଗୁ ହେବା ପୂର୍ବରୁ ଏ ବାବଦରେ ଯଥେଷ୍ଟ ରାଜସ୍ଵ ଆଦାୟ କରୁଥିଲେ। ଏହି ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଜିଏସଟି କାଉନସିଲକୁ ଅନୁରୋଧ କରିଥଲେ।

ଏହାପରେ ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡୁ, ବିହାର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା ଏବଂ ଗୁଜରାଟର ଅଧକାରୀଙ୍କୁ ନେଇ ଗଠିତ ଫିଟମେଣ୍ଟ କମିଟି ଏହି ବ୍ୟବସ୍ଥାର ତର୍ଜମା କରିଥିଲେ ଏବଂ ଏହାର ଅପବ୍ୟବହାରକୁ ରୋକିବା ପାଇଁ ସୁପାରିସ କରିଥିଲେ। ଜିଏସଟି ପରିଷଦ ଏହାର ୪୭ତମ ବୈଠକରେ ଏହି ସୁପାରିସକୁ ଗ୍ରହଣ କଲା ଏବଂ ଜୁଲାଇ ୧୮ ଠାରୁ ଡାଲି, ଶସ୍ୟ, ମଇଦା ଇତ୍ୟାଦି ନିର୍ଦ୍ଦିଷ୍ଟ ଖାଦ୍ୟ ଉପରେ ଜିଏସଟି ଲାଗୁ କରିବାର ମୋଡାଲିଟି ପରିବର୍ତ୍ତନ ହୋଇଛି । ଏହି ୨/୩ଟି ଜିନିଷକୁ ବାଦ ଦେଲେ ଜିଏସଟିର କଭରେଜରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସବୁଠାରୁ ବଡ଼ କଥା ହେଲା ଲିଗାଲ ମେଟ୍ରୋଲୋଜି ଅଧନିୟମର ନିୟମାବଳୀ ଅନୁଯାୟୀ “ପ୍ରି-ପ୍ୟାକେଜ ଏବଂ ଲେବଲଡ’ ଦ୍ରବ୍ୟର ଯୋଗାଣ ସମୟରେ ଏହି ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ବୋଲି କୁହାଯାଇଛି ।

ଉଦାହରଣ ସ୍ଵରୂପ, ୟୁନିଟ କଣ୍ଟେନରରେ ଆସୁଥବା ବ୍ରାଣ୍ଡେଡ ଏବଂ ପ୍ୟାକେଜ ହୋଇଥବା ଡାଲି, ଚାଉଳ, ଗହମ ଏବଂ ମଇଦା ଆଦି ସାମଗ୍ରୀ ଉପରେ ପୂର୍ବରୁ ୫ ପ୍ରତିଶତ ଜିଏସଟି ଆଦାୟ କରାଯାଉଥିଲା । ଜିଏସଟି ପରିଷଦର ସଦ୍ୟତମ ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ ତାରିଖରୁ ଏହି ଜିନିଷଗୁଡ଼ିକ ଉପରେ ଜିଏସଟି ଲାଗୁ ହେବ ଯେତେବେଳେ ସେଗୁଡ଼ିକ “ପ୍ରି-ପ୍ୟାକେଜ ଏବଂ ଲେବଲଡ” ହୋଇଥିବ। ତେବେ ଯେତେବେଳେ ଏହା ଖୋଲାରେ ବିକ୍ରି ହୁଏ ଉକ୍ତ ଜିନିଷଗୁଡ଼ିକ ଉପରେ କୌଣସି ଜିଏସଟି ଲାଗୁହେବ ନାହିଁ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟିକସ ଠକାମିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେବା ଜରୁରୀ ଥିଲା। ଏ ସମ୍ପର୍କରେ ସରକାରୀ ଅଫିସର, ମନ୍ତ୍ରିମଣ୍ଡଳ ସମେତ ବିଭିନ୍ନ ସ୍ତରରେ ବିଚାରବିମର୍ଶ କରାଯାଇଥିଲା ଏବଂ ସର୍ବଶେଷରେ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହମତି ସହିତ ଜିଏସଟି ପରିଷଦ ଦ୍ଵାରା ସୁପାରିସ କରାଯାଥିଲା। ଯେତେବେଳେ ଜୁନ୍ ୨୮ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ୪୭ତମ ବୈଠକରେ ‘Rate Rationalisation’ ଉପରେ ଗଠିତ ମନ୍ତ୍ରିମଣ୍ଡଳ ଏହି ପ୍ରସଙ୍ଗକୁ ଉପସ୍ଥାପିତ କରିଥିଲେ, ସେତେବେଳେ ଜିଏସଟି ପରିଷଦରେ ସମସ୍ତ ରାଜ୍ୟ ଉପସ୍ଥିତ ଥିଲେ ।

ଅଣ ବିଜେପି ରାଜ୍ୟ ଯଥା ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କେରଳ ସମେତ ସମସ୍ତ ରାଜ୍ୟ ଏହି ନିଷ୍ପତ୍ତିରେ ସହମତ ହୋଇଛନ୍ତି। ଆହୁରି ମଧ୍ୟ, ଏହି ପରିବର୍ତ୍ତନଗୁଡ଼ିକୁ ସୁପାରିସ କରିଥିବା ‘ଜିଓଏମ’ ବା ମନ୍ତ୍ରୀଗୋଷ୍ଠୀ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତର ପ୍ରଦେଶ, ଗୋଆ ଏବଂ ବିହାରର ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥିଲା ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ଵ ନେଇଥିଲେ।

ଇତି ମଧ୍ୟରେ ଜିଏସଟିକୁ ଦେଶରେ ଲାଗୁ କରିବାର ୫ ବର୍ଷ ପୂରଣ ହୋଇଛି ଏବଂ ରାଜସ୍ଵ ବୃଦ୍ଧି ଦୁଇ ଗୁଣରୁ ଅଧିକ ହୋଇଛି । ମୋଦୀ ସରକାର କର ଫାଙ୍କୁଥିବା ବ୍ୟବସାୟୀ, ପ୍ରତିଷ୍ଠାନଗୁଡ଼ିକୁ ଲଗାମ ଲଗାଇବା ପାଇଁ ଉଦ୍ୟମ କରିଛନ୍ତି। ତେବେ ବିଶେଷଜ୍ଞ ଜିଏସଟିରେ ରେଟ୍ ସରଳୀକରଣର ଆବଶ୍ୟକତା ରହୁଛି ବୋଲି କହିଛନ୍ତି।

ପୂର୍ବତନ ନିତି ଆୟୋଗ ମୁଖ୍ୟ ଅରବିନ୍ଦ ପାନଗାରିଆ ଜିଏସଟି ଛାଡ଼ ସୂଚୀକୁ କମାଇବା ସହ ଦୁଇଟି ମାତ୍ର କର ଆଦାୟର ବ୍ୟବସ୍ଥା କରିବା ଉଚିତ ବୋଲି ନିକଟରେ ମତ ଦେଇଛନ୍ତି। ବର୍ତ୍ତମାନ ଜିଏସଟିର ୪ଟି ସ୍ଲାବ ରହିଛି- ଅତ୍ୟାବଶ୍ୟକ ଦ୍ରବ୍ୟରେ ୫ ପ୍ରତିଶତ କର ହେଲାବେଳେ ସର୍ବାଧିକ ୨୮ ପ୍ରତିଶତ କର ସୌଖିନ ଦ୍ରବ୍ୟ ଉପରେ ଆଦାୟ ହେଉଛି। ଏହାଛଡ଼ା କେତେକ ସାମଗ୍ରୀ ଉପରେ ୧୨ ଏବଂ ୧୮ ପ୍ରତିଶତ କର ଆଦାୟ ହେଉଛି ।

ଆଗାମୀ ଦିନରେ ଜିଏସଟିରେ ବ୍ୟାପକ ସଂସ୍କାର ଆସିବ ବୋଲି ଅନେକ ବିଶାରଦ ମତ ଦେଇଛନ୍ତି। ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଆଦାୟର ସରଳୀକରଣ ହେବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲକୁ ଜିଏସଟି ଅଧୀନରେ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ!: ତେବେ ଏହା କେତେ ଶସ୍ତା ହେବ?

ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। କିନ୍ତୁ ରାଜ୍ୟଗୁଡିକର ସହମତି ଆବଶ୍ୟକ। ଉଲ୍ଲେଖଥାଉ କି, କେନ୍ଦ୍ର ମନ୍ତ୍ରୀଙ୍କ ଏହି ବିବୃତ୍ତିରେ ଅନେକ ଲୋକ ଖୁସି ଅଛନ୍ତି, କାରଣ ଯଦି ପେଟ୍ରୋଲ ଜିଏସଟି ଅଧୀନରେ ଆସେ, ତେବେ ପେଟ୍ରୋଲ ବହୁତ ଶସ୍ତା ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, ଯଦି ପେଟ୍ରୋଲ-ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ପେଟ୍ରୋଲ-ଡିଜେଲ କେତେ ଶସ୍ତା ହେବ? ପ୍ରକାଶ ଥାଉ କି ଯଦି ରାଜ୍ୟମାନେ ମଧ୍ୟ ଏହି ଦିଗରେ ପଦକ୍ଷେପ ନିଅନ୍ତି, ତେବେ ଏହାର ଲାଭ କ’ଣ ହେବ ଏବଂ ବର୍ତ୍ତମାନ ପେଟ୍ରୋଲ ଉପରେ ବ୍ୟବସ୍ଥା କ’ଣ?

ଜିଏସଟି ସମ୍ବନ୍ଧରେ ନୀତି ନିର୍ମାତାଙ୍କ ବିବୃତ୍ତି:

ଜିଏସଟି ସମ୍ପର୍କିତ ପୂର୍ବ ବୈଠକରେ ବିଜେପି ସାଂସଦ ସୁଶୀଲ ମୋଦୀ ଜିଏସଟି ଅଧୀନରେ ପେଟ୍ରୋଲ ଡିଜେଲ ଆଣିବା ନେଇ କହିଛନ୍ତି ଯେ, ଏହା ମିଳିତ ଭାବେ ରାଜ୍ୟକୁ ବାର୍ଷିକ ୨ ଲକ୍ଷ କୋଟି କ୍ଷତି ଘଟାଇବ। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ, ଯଦି ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଅଣାଯାଏ, ତେବେ ଏହା କେନ୍ଦ୍ର ସରକାରଙ୍କୁ ଖୁସି କରିବ, କିନ୍ତୁ ରାଜ୍ୟ ସରକାର ଏହା କରିବାକୁ ଚାହୁଁନାହାଁନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଅଭିଯୋଗ କରୁଥିବା ସାଧାରଣ ଜନତାଙ୍କ ଠାରୁ ଅନେକ ଅର୍ଥନୀତିଜ୍ଞ ମଧ୍ୟ ଜିଏସଟିରେ ଅନ୍ତର୍ଭୁକ୍ତ କରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ଦାବି କରୁଛନ୍ତି।

କେତେ ଟ୍ୟାକ୍ସ ପ୍ରଯୁଜ୍ୟ?:

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ପ୍ରାୟ ୫୦% ଟ୍ୟାକ୍ସ କରାଯାଏ। ଅନେକ ରାଜ୍ୟରେ ଏହି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଅଟେ। ଏପରି ପରିସ୍ଥିତିରେ, ଯଦି ଜଣେ ସାଧାରଣ ଲୋକ ବୁଝିବାକୁ ଚାହାଁନ୍ତି ଯେ, ସେ ଏକ ଲିଟର ପେଟ୍ରୋଲ ଉପରେ କେତେ ଟ୍ୟାକ୍ସ ଦେଇଛନ୍ତି, ତେବେ ସେ ଏହି ଉଦାହରଣରୁ ବୁଝିପାରିବେ। ଯଦି ଆପଣ ଏକ ଲିଟର ପେଟ୍ରୋଲ ପାଇଁ ୧୦୫.୪୧ ଟଙ୍କା ଦିଅନ୍ତି, ତେବେ ୪୯.୦୯ ଟଙ୍କା ଟିକସ ହିସାବରେ ସରକାରୀ ପାଣ୍ଠିକୁ ଯାଏ। ଏଥିରେ ୨୭.୯୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଏବଂ ୧୭.୧୩ ଟଙ୍କା ଭ୍ୟାଟ୍ (ଡିଲର କମିଶନରେ ଭ୍ୟାଟ୍ ଅନ୍ତର୍ଭୂକ୍ତ କରାଯାଇଛି) ଅଛି। ଏଥିରେ ଡିଲର କମିଶନ ଲିଟର ପିଛା ୩.୮୬ ଟଙ୍କା ରହିଛି।

ଅନ୍ୟପକ୍ଷରେ, ଯଦି ଆମେ ଡିଜେଲ ବିଷୟରେ କଥା ହେଉ, ତେବେ ଧରାଯାଉ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କା ରହିଛି। ଏଥିମଧ୍ୟରୁ ୩୮ ରୁ ଅଧିକ ଟଙ୍କା ସରକାରଙ୍କ ଭଣ୍ଡାରକୁ ଯାଇଥାଏ। ଏକ୍ସାଇଜ୍ ଡ୍ୟୁଟି ଏବଂ ଭ୍ୟାଟ୍ ବ୍ୟତୀତ ଡିଲରଙ୍କ ସମେତ ଏକ ଲିଟର ଡିଜେଲରୁ ୫୮.୧୬ ଟଙ୍କା ସରକାରଙ୍କ ଅଂଶକୁ ଯାଉଛି। ଏହା ଏକ ଲିଟର ଡିଜେଲ ମୂଲ୍ୟର ପ୍ରାୟ ୬୦ ପ୍ରତିଶତ ଅଟେ। ଯଦି ଆମେ ଏହି ପରିସଂଖ୍ୟାନ ବିଷୟରେ କହିବା, ତେବେ ପ୍ରତିବର୍ଷ ସରକାର ପେଟ୍ରୋଲ ଏବଂ ଡିଜେଲରୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରନ୍ତି।

ଡିଜେଲ ଏବଂ ପେଟ୍ରୋଲ କେତେ ଶସ୍ତା ହେବ?:

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୪୬ ପ୍ରତିଶତ ଟ୍ୟାକ୍ସ ଅନ୍ତର୍ଭୂକ୍ତ କରାଯାଇଛି। ଯେତେବେଳେ ଏହା ଜିଏସଟିରେ ଅନ୍ତର୍ଭୂକ୍ତ ହେବ, ସେତେବେଳେ ସର୍ବୋଚ୍ଚ ସ୍ଲାବ୍ ଥିଲେ ମଧ୍ୟ ଏହା ଉପରେ କେବଳ ୨୮% ଟିକସ ରହିବ। ଏହିପରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ। ତେବେ କେବଳ ଏହି ଟ୍ୟାକ୍ସକୁ ମୌଳିକ ମୂଲ୍ୟରେ ଦେବାକୁ ପଡିବ। ଏହା ପରେ ରାଜ୍ୟମାନଙ୍କ ଦ୍ୱାରା ଆଦାୟ କରାଯାଉଥିବା ଭ୍ୟାଟ୍ ରଦ୍ଦ କରାଯିବ। ତା’ପରେ ସିଷ୍ଟମ ଏକ ଗ୍ୟାସ ସିଲିଣ୍ଡର ପରି ହେବ। ଯାହା ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତି ହେବ। ବିଶେଷଜ୍ଞଙ୍କ ବିଶ୍ଳେଷଣ ଅନୁଯାୟୀ ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରାଯାଏ, ତା’ହେଲେ ଏହାର ମୂଲ୍ୟ ସମଗ୍ର ଦେଶରେ ହ୍ରାସ ପାଇପାରେ। ଏଭଳି ପରିସ୍ଥିତିରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୮ ଟଙ୍କା ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଏହା ମଧ୍ୟ ନିର୍ଭର କରେ ସରକାର କେଉଁ ଜିଏସଟି ସ୍ଲାବରେ ପେଟ୍ରୋଲ ଏବଂ ଡିଜେଲ ଅନ୍ତର୍ଭୁକ୍ତ କରୁଛନ୍ତି। କେବଳ ଏହା ପରେ, ଜିଏସଟି ପ୍ରବର୍ତ୍ତନ ପରେ ପ୍ରକୃତ ମୂଲ୍ୟ ଜାଣିହେବ।

ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୧୦-୧୧ ହଜାର କୋଟି ଲିଟର ଡିଜେଲ ବିକ୍ରି ହୁଏ ଏବଂ ୩-୪ ହଜାର କୋଟି ଲିଟର ପେଟ୍ରୋଲ ମିଶାଇ ପ୍ରାୟ ୧୪ ହଜାର କୋଟି ଲିଟର ଡିଜେଲ-ପେଟ୍ରୋଲ ବିକ୍ରି ହୁଏ। ଜିଏସଟି ପରିସରକୁ ଆସିବା ଦ୍ଵାରା ପେଟ୍ରୋଲ-ଡିଜେଲ ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ୪.୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବେ। ଏପରି ପରିସ୍ଥିତିରେ, ଏହି କ୍ଷତିର ଗାଢାକୁ ଭରିବା ଏକ ଚ୍ୟାଲେଞ୍ଜ ହେବ।

କ୍ଷତିପୂରଣ ପାଇଁ ଦୁଇଟି ବିକଳ୍ପ:

୧- ଏହି କ୍ଷତିର ଭରଣ କରିବାକୁ, ୨୮% ଜିଏସଟି ବ୍ୟତୀତ ସରଚାର୍ଜ ଲାଗୁ କରାଯିବା ଉଚିତ୍। ବିଳାସପୂର୍ଣ୍ଣ କାର ଉପରେ ମଧ୍ୟ କେନ୍ଦ୍ର ସରକାର ସରଚାର୍ଜ ଆଦାୟ କରୁଛନ୍ତି। ଏଭଳି ପରିସ୍ଥିତିରେ ମୂଲ୍ୟ ଆଶା କରାଯାଉଥିବା ଠାରୁ ଅଧିକ ହୋଇପାରେ।

୨- ଜିଏସଟି ପରେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବା ଉଚିତ ଏବଂ ଏଥିରୁ ଆୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ୍ଟିବା ଉଚିତ୍। ଏଥିପାଇଁ ଉଭୟ ସରକାରଙ୍କୁ ଏହି ସୂତ୍ରରେ ସହମତ ହେବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୨ ଅକ୍ଟୋବର ମାସରେ ୧,୫୧,୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨ ଅକ୍ଟୋବର ମାସରେ ଦେଶରେ ୧ ଲକ୍ଷ ୫୧ ହଜାର ୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିମଧ୍ୟରେ ୨୬ ହଜାର ୩୯ କୋଟି ଟଙ୍କାର ସିଜିଏସଟି, ୩୩ ହଜାର ୩୯୬ କୋଟି ଟଙ୍କାର ଏସଜିଏସଟି, ୮୧ ହଜାର ୭୭୮ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀରୁ ସଂଗୃହିତ ୩୭ ହଜାର ୨୯୭ କୋଟି ଟଙ୍କା ସମେତ) ଏବଂ ୧୦ ହଜାର ୫୦୫ କୋଟି ଟଙ୍କାର ସେସ ବା ଉପକର (ବସ୍ତୁ ଆମଦାନୀରୁ ସଂଗୃହିତ ୮୨୫ କୋଟି ଟଙ୍କା ସମେତ) ସାମିଲ ରହିଛି। ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।

ଓଡ଼ିଶାରେ ୨୦୨୨ ଅକ୍ଟୋବର ମାସରେ ୩,୭୬୯ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଗତବର୍ଷ ସମାନ ମାସ ତୁଳନାରେ ରାଜ୍ୟରେ ଜିଏସଟି ସଂଗ୍ରହ ୫% ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୧ରେ ଓଡ଼ିଶାରୁ ୩,୫୯୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା।

ଅପ୍ୟପଟେ ସରକାର ନିୟମିତ ପରିଶୋଧ ଆକାରରେ ସିଜିଏସଟି ବାବଦରେ ୩୭ ହଜାର ୬୨୬ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୨ ହଜାର ୮୮୩ କୋଟି ଟଙ୍କା ପରିଶୋଧ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତ ହାରରେ ସରକାର ୨୨ ହଜାର କୋଟି ଟଙ୍କା ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୨ରେ ନିୟମିତ ଏବଂ ଆଡହକ୍‌ ପରିଶୋଧ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍ ୭୪ ହଜାର ୬୬୫ କୋଟି ଟଙ୍କାର ସିଜିଏସଟି ଏବଂ ୭୭ ହଜାର ୨୭୯ କୋଟି ଟଙ୍କାର ଏସଜିଏସଟି ରହିଛି।

ଜିଏସଟି ଲାଗୁ ହେବା ପରେ, ଅକ୍ଟୋବର ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ଆଦାୟ କରାଯାଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୨ରେ ସର୍ବାଧିକ ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଥିଲା। ସେହିପରି ଦ୍ୱିତୀୟ ଥର ପାଇଁ ମାସିକ ଜିଏସଟି ସଂଗ୍ରହ ପରିମାଣ ୧.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେହିପରି, ଏପ୍ରିଲ ୨୦୨୨ ପରେ ଅକ୍ଟୋବର ମାସରେ ଘରୋଇ କାରବାରରୁ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ସଂଗୃହିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୮ ମାସ ଧରି ଜିଏସଟି ରାଜସ୍ୱ ଆଦାୟ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସର୍ବମୋଟ୍‌ ନବମ ମାସ ପାଇଁ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ଆଦାୟ ହୋଇଛି। ସେପ୍ଟେମ୍ବର ୨୦୨୨ରେ ମୋଟ୍‌ ୮.୩ କୋଟି ଇ-ୱେ ବିଲ ପ୍ରସ୍ତୁତ ହୋଇଥିଲା, ଯାହାକି ଅଗଷ୍ଟ ୨୦୨୨ରେ ପ୍ରସ୍ତୁତ ହୋଇଥିବା ୭.୭ କୋଟି ଇ-ୱେ ବିଲ ଠାରୁ ଉଲ୍ଲେଖନୀୟ ଭାବେ ଅଧିକ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୨ ସେପ୍ଟେମ୍ବର ମାସରେ ୧,୪୭,୬୮୬ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ବ ଆଦାୟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୨ ମାସରେ ସକଳ ଜିଏସଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି। ଏଥିମଧ୍ୟରୁ ସିଜିଏସଟି ୨୫,୨୭୧ ଏବଂ ଏସଜିଏସଟି ୩୧,୮୧୩ କୋଟି ଟଙ୍କା ରହିଛି। ସେହିପରି ଆଇଜିଏସଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି।

ସରକାର ସିଜିଏସଟି ବାବଦରେ ୩୧,୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି।

ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି।

ଗତ ବର୍ଷ ସମାନ ମାସ ତୁଳନାରେ ସେପ୍ଟେମ୍ବର ୨୦୨୨ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ୨୬% ବୃଦ୍ଧି ପାଇଛି। ଏହି ମାସ ସମୟରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ବ ପରିମାଣ ୩୯% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ) ରୁ ସଂଗୃହିତ ରାଜସ୍ବ ପରିମାଣ ଗତ ବର୍ଷ ସମାନ ମାସ ତୁଳନାରେ ୨୨% ଅଧିକ ରହିଛି।

କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଏସଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି। ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା। ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ ତୁଳନାରେ ଅଧିକ।

ଚଳିତ ମାସରେ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ୪୯ ହଜାର ୪୫୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ଏବଂ ଦ୍ବିତୀୟ ସର୍ବାଧିକ ୮.୭୭ ଲକ୍ଷ ଚାଲାଣ ଦାଖଲ କରାଯାଇଥିଲା। ଏଥିପୂର୍ବରୁ ୨୦ ଜୁଲାଇ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ୯.୫୮ ଲକ୍ଷ ଚାଲାଣ ଦାଖଲ କରାଯିବା ସହିତ ୫୭ ହଜାର ୮୪୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ଜିଏସଟିଏନ ଦ୍ବାରା ପରିଚାଳିତ ଜିଏସଟି ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ସ୍ଥିର ଏବଂ ଏବଂ ବାଧାମୁକ୍ତ ପ୍ରଦର୍ଶନ କରୁଛି। ସେପ୍ଟେମ୍ବର ମାସରେ ଆଉ ଏକ ଉପଲବ୍ଧି ହାସଲ କରାଯାଇଛି। ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହୋଇଛି।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ମାସିକ ସକଳ ଜିଏସଟି ରାଜସ୍ବ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି। ସେପ୍ଟେମ୍ବର ୨୦୨୧ ତୁଳନାରେ ସେପ୍ଟେମ୍ବର ୨୦୨୨ରେ ପ୍ରତ୍ୟେକ ରାଜ୍ୟରେ ସଂଗୃହିତ ଜିଏସଟି ଆଦାୟର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଗଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି ।

ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀ ଉପରେ ୪୨ ହଜାର ୬୭ କୋଟି ଟଙ୍କାର ରାଜସ୍ୱ ସମେତ) ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍ (ବସ୍ତୁ ଆମଦାନୀ ଉପରେ ୧,୦୧୮ କୋଟି ଟଙ୍କାର ରାଜସ୍ୱ ସମେତ) ଆଦାୟ ହୋଇଛି।

ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବା ବେଳେ ଅଗଷ୍ଟ ୨୦୨୨ରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଇଜିଏସଟିରୁ ସିଜିଏସଟି ବାବଦରେ ୨୯ ହଜାର ୫୨୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୨୫ ହଜାର ୧୧୯ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ଅଗଷ୍ଟ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ରାଜସ୍ୱ ସିଜିଏସଟି ବାବଦକୁ ୫୩ ହଜାର ୨୩୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦକୁ ୫୬ ହଜାର ୭୦ କୋଟି ଟଙ୍କା ରହିଥିବା ଜଣାଯାଇଛି।

ସେହିପରି ଦେଶରେ ଗତ ବର୍ଷ ଅର୍ଥାତ୍ ୨୦୨୧ ଅଗଷ୍ଟ ମାସରେ ମୋଟ୍ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ମାସରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି। ସେହିପରି ଗତ ବର୍ଷ ତୁଳନାରେ ୨୦୨୨ ଅଗଷ୍ଟ ମାସରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ୱ ୫୭% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ସଂଗୃହିତ ରାଜସ୍ୱ ୧୯% ଅଧିକ ରହିଛି ।

ଅଗଷ୍ଟ ମାସକୁ ମିଶାଇ ଗତ ୬ ମାସ ଧରି ଲଗାତାର ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଅଗଷ୍ଟ ୨୦୨୨ ପର‌୍ୟ୍ୟନ୍ତ, ଗତବର୍ଷର ସମାନ ଅବଧି ତୁଳନାରେ, ଜିଏସଟି ରାଜସ୍ୱ ସଂଗ୍ରହ ୩୩% ଅଭିବୃଦ୍ଧି ଦେଖାଦେଇଛି, ଯାହାକି କ୍ରମାଗତ ଭାବେ ରାଜସ୍ୱ ସଂଗ୍ରହରେ ଦେଖାଦେଇଥିବା ବୃଦ୍ଧିକୁ ପ୍ରଦର୍ଶିତ କରୁଛି।

ଉତ୍ତମ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟି ପରିଷଦ ବିଗତ ଦିନଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାର ସ୍ପଷ୍ଟ ପ୍ରଭାବ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଦେଖିବାକୁ ମିମଳିଛି। ଉନ୍ନତ ରିପୋର୍ଟିଂ ସହିତ ଆର୍ଥିକ ସୁଧାରର ସକାରାତ୍ମକ ପ୍ରଭାବ ଲଗାତାର ଭାବେ ଜିଏସଟି ରାଜସ୍ୱ ସଂଗ୍ରହ ଉପରେ ପଡ଼ୁଛି । ଜୁଲାଇ ୨୦୨୨ ମାସରେ, ୭.୬ କୋଟି ଇ-ୱେ ବିଲ୍ ପ୍ରସ୍ତୁତ କରାଯାଇଥିଲା, ଯାହାକି ଜୁନ ୨୦୨୨ରେ ପ୍ରସ୍ତୁତ ଇ-ୱେ ବିଲ ସଂଖ୍ୟା ୭.୪ କୋଟିରୁ ଅଧିକ। ସେହିପରି ଜୁଲାଇ ୨୦୨୧ରେ ପ୍ରସ୍ତୁତ ୬.୪ କୋଟି ଇ-ୱେ ବିଲ ଠାରୁ ୧୯% ଅଧିକ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜୁଲାଇ ୨୦୨୨ରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ ଦେଢ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ: ୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି।

ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି। ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ।

ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି। ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ।

ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬,୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮,୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯,୫୮୧ କୋଟି ଟଙ୍କା ରହିଛି।

ଗତବର୍ଷ ଜୁଲାଇ ମାସରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି। ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି।

ଲଗାତାର ପାଞ୍ଚ ମାସ ଧରି, ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହାକି ପ୍ରତିମାସରେ ଜିଏସଟି ସଂଗ୍ରହରେ ସ୍ଥିର ଅଭିବୃଦ୍ଧିକୁ ସୂଚାଉଛି। ଜୁଲାଇ ୨୦୨୨ରେ ଜିଏସଟି ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୩୫% ଅଧିକ ରହିଛି ଏବଂ ଏହା ଅତ୍ୟୁଚ୍ଚ ଅଭିବୃଦ୍ଧିର ସଙ୍କେତ ଦେଉଛି।

ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅତୀତରେ ଜିଏସଟି ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହରେ ଦେଖିବାକୁ ମିଳିଛି। ଉନ୍ନତ ରିପୋର୍ଟିଂ କାରଣରୁ ଆର୍ଥିକ ସୁଧାର ଗତିଶୀଳ ହୋଇଛି ଏବଂ ନିୟମିତ ହାରରେ ଜିଏସଟି ରାଜସ୍ବ ସଂଗ୍ରହ ବୃଦ୍ଧି ପାଉଛି। ଜୁନ ୨୦୨୨ରେ ୭.୪୫ କୋଟି ଇ-ୱେବିଲ୍ ପ୍ରସ୍ତୁତ ହୋଇଥିଲା ଯାହାକି ମେ ୨୦୨୨ରେ ପ୍ରସ୍ତୁତ ୭.୩୬ କୋଟି ଇ-ୱେବିଲ୍ ତୁଳନାରେ ଅଧିକ।

ନିମ୍ନରେ ଦିଆଯାଇଥିବା ତାଲିକାରେ ମାସିକ ଜିଏସଟି ରାଜସ୍ବ ସଂଗ୍ରହରେ ବର୍ଦ୍ଧିତ ଧାରା ପ୍ରଦର୍ଶିତ ହୋଇଛି। ଜୁଲାଇ ୨୦୨୧ ତୁଳନାରେ ଜୁଲାଇ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ସଂଗ୍ରହର ତୁଳନାତ୍ମକ ବିବରଣୀ ନିମ୍ନରେ ଦିଆଯାଇଥିବା ସାରଣୀରେ ଉଲ୍ଲେଖ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ସଂସଦରେ ହାଙ୍ଗାମା, ଦିନକ ପାଇଁ ଉଭୟ ଗୃହ ମୁଲତବି

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ।

ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଚଳାଇବା ପାଇଁ ଚେଷ୍ଠା କରି ବିଫଳ ହୋଇଥିଲେ। ଫଳରେ ପ୍ରଥମେ ସେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସେହିପରି ରାଜ୍ୟସଭାର ଦୃଶ୍ୟ ମଧ୍ୟ ସମାନ ଥିଲା। ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିଲା। ଜିଏସଟି ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ, ଆପ୍, ଡିଏମକେ, ଟିଏମସି ଏବଂ ବାମପନ୍ଥୀ ବିରୋଧୀ ସଦସ୍ୟମାନେ ଗୃହ ଭିତରକୁ ପଶି ଆସିଥିଲେ। ଆରଜେଡି, ଏନସିପି, ଶିବସେନା ଏବଂ ସମାଜବାଦି ପାର୍ଟିର ସଦସ୍ୟମାନେ ମଧ୍ୟ ସେମାନଙ୍କୁ ଅନୁସରଣ କରି ଗୃହ ଭିତରେ ହଟ୍ଟଗୋଲ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଗୃହକୁ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ହଟ୍ଟଗୋଳ ଜାରି ରହିଥିବା ବେଳେ ଉପାଧ୍ୟକ୍ଷ ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ଗୃହକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଏସଟି ଛାଡ କରିବା ଦାବୀ ନେଇ ରାସ୍ତା ଉପରେ ଖିର ଢାଳିଲେ ଦୁଗ୍ଧ ମହାସଂଘ

ଭୁବନେଶ୍ବର: କେନ୍ଦ୍ର ସରକାର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହାକୁ ତୀବ୍ର ବିରୋଧ କରିଛି ଓଡିଶା ଦୁଗ୍ଧଚାଷୀ ମହାସଂଘ। ନିକଟରେ କେନ୍ଦ୍ର ସରକାର ପନୀର, ବଟର, ଦହି, ଘୋଳଦହି, ଖୁଆ ଏବଂ ଘିଅ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିଛନ୍ତି। ଏହା ଚାଷୀ ପେଟକୁ ମାରଣ ନିତି ବୋଲି ସଂଘ ଅଭିଯୋଗ କରିଛି।

ସଂଘର ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ଆନ୍ଦୋଳନ କରାଯାଇଥିଲା। ଏଥିରେ ଦୁଗ୍ଧ ଚାଷୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଟିନ ଛକରୁ ପିଏମଜି ଯାଇ ରାସ୍ତାରେ ଖିର ଢାଳି ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦୁଗ୍ଧଚାଷୀମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜିଏସଟି ବିରୋଧରେ ଆଜି ସାରା ଦେଶରେ ଧର୍ମଘଟ କରିବେ ବ୍ୟବସାୟୀ, ବନ୍ଦ ରହିବ କାରୋବାର

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥ ଉପରେ ୫% ଜିଏସଟି ବୃଦ୍ଧି କରାଯିବ। ଏହାକୁ ନେଇ ଆଜି ବ୍ୟବସାୟୀମାନେ ସାରା ଦେଶରେ ଧର୍ମଘଟ କରିବେ। ଏହି ଧର୍ମଘଟରେ ୭୩ ହଜାର କୃଷି ଉତ୍ପାଦ ମଣ୍ଡି, ୧୩ ହଜାର ଡାଲି ମିଲ୍, ୯ ହଜାର ୬୦୦ ଚାଉଳ ମିଲ୍, ୮ ହଜାର ଅଟା ମିଲ୍ ଏବଂ ୮୦ ଲକ୍ଷ ଛୋଟ ମିଲ୍ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ଭାରତୀୟ ଶିଳ୍ପ ବୋର୍ଡର କାର୍ଯ୍ୟନିର୍ବାହୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପ୍ରାୟ ତିନି କୋଟି ଖୁଚୁରା ବ୍ୟବସାୟୀ ମଧ୍ୟ ବ୍ୟବସାୟ ବନ୍ଦରେ ଭାଗ ନେବେ। ଯଦି କେନ୍ଦ୍ର ସରକାର ଜିଏସଟି ପ୍ରତ୍ୟାହାର ନକରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାବୁଲାଲ ଗୁପ୍ତା କହିଛନ୍ତି ଯେ, ଜିଏସଟି ଆଭିମୁଖ୍ୟରେ ଅଣ ବ୍ରାଣ୍ଡେଡ୍ ଖାଦ୍ୟ ପଦାର୍ଥ ଆଣିବା ଜିଏସ୍ଟିର ମୂଳ ଭାବନାର ବିପରୀତ ଅଟେ।

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ଆଦାୟ କରାଯିବ ନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଏହି ବିରୋଧ କରାଯାଉଛି କାରଣ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ଆହୁରି ବୃଦ୍ଧି କରିବ। ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ, ବିହାର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର ଶିଲ୍ପପତି ଏବଂ ବ୍ୟବସାୟୀ ଏହି ଧର୍ମଘଟରେ ସାମିଲ ହେବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜିଠାରୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା, ଜୋତା ଉପରେ ଦେବାକୁ ପଡିବ ୧୨% ଜିଏସଟି

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅନଲାଇନରେ ଖାଦ୍ୟ ସାମଗ୍ରୀ କିଣିବା ମହଙ୍ଗା ହେବାକୁ ଯାଉଛି। ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିତରଣ କରୁଥିବା ସ୍ଵିଗୀ ଏବଂ ଜୋମାଟୋ ପରି କମ୍ପାନୀଗୁଡିକ ବର୍ତ୍ତମାନ ଗ୍ରାହକଙ୍କଠାରୁ ପାଞ୍ଚ ପ୍ରତିଶତ ଟିକସ ସଂଗ୍ରହ କରି ସରକାରଙ୍କ ନିକଟରେ ଜମା କରିବାକୁ ପଡିବ। ଖାଦ୍ୟ ବିକ୍ରେତାମାନେ ବର୍ତ୍ତମାନ ଦ୍ରବ୍ୟ ଏବଂ ସେବା ଟ୍ୟାକ୍ସ (ଜିଏସଟି) ର ବାହାରେ ଅଛନ୍ତି। ଯଦି ସେମାନେ ଅନଲାଇନ୍ ଅର୍ଡର ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଣ କରନ୍ତି, ତେବେ ଜିଏସ୍ଟି ଦେବାକୁ ପଡିବ। ସମ୍ପ୍ରତି ଜିଏସଟି ଅଧୀନରେ ପଞ୍ଜୀକୃତ ରେଷ୍ଟୁରାଣ୍ଟଗୁଡିକ ଗ୍ରାହକଙ୍କଠାରୁ ଟିକସ ସଂଗ୍ରହ କରନ୍ତି ଏବଂ ଏହାକୁ ସରକାରଙ୍କ ନିକଟରେ ଜମା କରନ୍ତି।

ଏହା ବ୍ୟତୀତ ଉବର ଏବଂ ଓଲା ଭଳି ଆପ୍ ଆଧାରିତ କ୍ୟାବ ସେବା କମ୍ପାନୀଗୁଡିକ ମଧ୍ୟ ଶନିବାର ଠାରୁ ଦୁଇ ଚକିଆ ଏବଂ ତିନି ଚକିଆ ବୁକିଂ ଉପରେ ୫% ଜିଏସଟି ସଂଗ୍ରହ କରିବାକୁ ପଡିବ। ଏଥି ସହିତ ଆଜିଠାରୁ ସମସ୍ତ ଜୋତା ଚପଲ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରାଯିବ। ଏହି ପରିବର୍ତ୍ତନଗୁଡିକ ନୂତନ ବର୍ଷ ଆରମ୍ଭରୁ ଜିଏସଟି କାର୍ଯ୍ୟକାରୀ ହେଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟେକ୍ସଟାଇଲ୍ କ୍ଷେତ୍ରରେ ଅପରିବର୍ତ୍ତିତ ରହିବ ଜିଏସଟି ହାର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା।

୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍‍ଟି ହାର ପରିବର୍ତ୍ତନ କରିବାକୁ ହୋଇଥିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ଜିଏସଟି ପରିଷଦ ପରାମର୍ଶ ଦେଇଛି। ଫଳସ୍ୱରୂପ, ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନ ଥିବା ଜିଏସଟି ହାର ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ମାସରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୭ ହଜାର ୩୬୧ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୩୨ ହଜାର ୯୯୮ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୮ ହଜାର ୪୮୪ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୬୯୯ କୋଟି ଟଙ୍କା ସମେତ) ରହିଥିବା ଜଣାଯାଇଛି।

ଓଡ଼ିଶାରେ ୨୦୨୧ ଅକ୍ଟୋବର ମାସରେ ୩ ହଜାର ୫୯୩ କୋଟି ଟଙ୍କାର ରାଜସ୍ୱ ସଂଗୃହିତ ହୋଇଛି। ଏହା ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଆଦାୟ ହୋଇଥିବା ୨ ହଜାର ୪୧୯ କୋଟି ଟଙ୍କା ତୁଳନାରେ ୪୯ ପ୍ରତିଶତ ଅଧିକ ବୋଲି ଜଣାଯାଇଛି।

ସରକାର ସିଜିଏସଟି ବାବଦରେ ୨୭ ହଜାର ୩୧୦ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଜିଏସଟିରୁ ଏସଜିଏସଟି ବାବଦରେ ୨୨ ହଜାର ୩୯୪ କୋଟି ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ନିକଟରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧ ହଜାର ୧୭୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୨ ହଜାର ୮୧୫ କୋଟି ଟଙ୍କା ବଳକା ରହିଛି।

୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ। ସେହିପରି ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି। ଅନୁରୂପ ଭାବେ ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକ ବର୍ଷର ସମାନ ମାସ ତୁଳନାରେ ୧୯ ପ୍ରତିଶତ ଅଧିକ ରହିଛି।

ବସ୍ତୁ ଓ ସେବା କର (ଜିଏସଟି) ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୧ରେ ସର୍ବାଧିକ ପରିମାଣର ଜିଏସଟି ଆଦାୟ କରାଯାଇଥିଲା, ଯାହାକି ଆର୍ଥିକ ବର୍ଷର ଶେଷ ରାଜସ୍ୱ ଆଦାୟ ସହ ଜଡ଼ିତ ଥିଲା। ତେଣୁ ଅକ୍ଟୋବର ମାସରେ ସଂଗୃହିତ ଜିଏସଟି ଆର୍ଥିକ ସୁଧାରର ସଙ୍କେତ ଦେଉଛି। ଦ୍ୱିତୀୟ ଲହରୀ ପରେ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ଇ- ୱେ ବିଲ ପରିମାଣରୁ ମଧ୍ୟ ଏହାର ସଙ୍କେତ ମିଳିଥାଏ। ସେମି କଣ୍ଡକ୍ଟର ଯୋଗାଣ କାରଣରୁ କାର ଏବଂ ଅନ୍ୟ ଉତ୍ପାଦର ବିକ୍ରି ବାଧାପ୍ରାପ୍ତ ହୋଇଥିଲା। ଏପରି ହୋଇନଥିଲେ ରାଜସ୍ୱ ଆଦାୟ ପରିମାଣ ଆହୁରି ଅଧିକ ହୋଇଥାନ୍ତା। ଏହି ମାସରେ ଇ- ୱେ ବିଲ ସଂଖ୍ୟା ଏବଂ ଟିକସଯୋଗ୍ୟ ମୂଲ୍ୟର ପରିମାଣରେ ବୃଦ୍ଧି ଚାର୍ଟ-୧ରେ ଦର୍ଶାଯାଇଛି, ଯାହାକି ସ୍ପଷ୍ଟ ଭାବେ ଆର୍ଥିକ ଗତିବିଧିରେ ସୁଧାର ସମ୍ପର୍କରେ ସୂଚନା ଦେଉଛି।

ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସ ପ୍ରଶାସନର ସକ୍ରିୟ ପ୍ରୟାସ କାରଣରୁ ଅନୁପାଳନ ବୃଦ୍ଧି ପାଇଛି ଯାହା ଟିକସ ପରିମାଣରେ ବୃଦ୍ଧିରେ ସହାୟକ ହୋଇଛି। ଏହାବ୍ୟତୀତ ବ୍ୟକ୍ତିଗତ ଟିକସ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜିଏସଟି ପରିଷଦ ପକ୍ଷରୁ ବହୁମୁଖୀ ଉପାୟ ଗ୍ରହଣ କରାଯିବା କାରଣରୁ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ ଏସଏମଏମ ମାଧ୍ୟମରେ ଶୂନ୍ୟ ଟିକସ ଦାଖଲ, ତ୍ରୈମାସିକ ରିଟର୍ଣ୍ଣ ମାସିକ ପଇଠ (କ୍ୟୁଆରଏମପି) ବ୍ୟବସ୍ଥା ଏବଂ ଅଟୋ ପପୁଲେସନ ରିଟର୍ଣ୍ଣ ଭଳି ସହଜ ଅନୁପାଳନ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଟିକସଦାତାମାନଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରିବା ଲାଗି ବ୍ୟବସ୍ଥାର କ୍ଷମତା ବୃଦ୍ଧି ପାଇଁ ଜିଏସଟିଏନ ଉଲ୍ଲେଖନୀୟ ସୁଧାର ଆଣିଛି। ଅନ୍ୟପକ୍ଷରେ, ରିଟର୍ଣ୍ଣର ଅଣ-ଫାଇଲିଂ ପାଇଁ ଇ- ୱେ ବିଲ ବ୍ଲକ କରିବା, ଲଗାତାର ଛଅ ଥର ରିଟର୍ଣ୍ଣ ଫାଇଲ କରିବାରେ ବିଫଳ ହୋଇଥିବା ଟିକସଦାତାଙ୍କର ପଞ୍ଜିକରଣ ସିଷ୍ଟମ ଆଧାରରେ ବାତିଲ କରିବା ଏବଂ ରିଟର୍ଣ୍ଣ ଦାଖଲରେ ବିଫଳ ହୋଇଥିବା ଟିକସଦାତାଙ୍କ କ୍ରେଡିଟ୍ ବ୍ଲକ୍ କରିବା ଭଳି ଅଣ-ଅନୁପାଳନ ଅଭ୍ୟାସକୁ ନିରୁତ୍ସାହିତ କରାଯିବା ଆଦି ବିଭିନ୍ନ ପଦକ୍ଷେପ ପରିଷଦ ପକ୍ଷରୁ ଗ୍ରହଣ କରାଯାଇଛି। ପରବର୍ତ୍ତୀ ମାସର ଶେଷ ସୁଦ୍ଧା ପ୍ରତି ମାସ/ତ୍ରୈମାସରେ ରିଟର୍ଣ୍ଣ (ଜିଏସଟିଆର-୩ବି) ଗୁଡ଼ିକର ସଂଖ୍ୟା ସଠିକ ସମୟରେ ରିଟର୍ଣ୍ଣ ପରିଶୋଧ ଏବଂ ରିଟର୍ଣ୍ଣ ଦାଖଲକୁ ଦର୍ଶାଉଛି। ରିଟର୍ଣ୍ଣ ଦାଖଲ କରାଯିବାର ଶେଷ ତାରିଖ ପରେ, ପ୍ରତି ମାସ ଶେଷ ସୁଦ୍ଧା ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟିଏନ ମେସେଜ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ଟିକସ ପ୍ରଶାସନ ପକ୍ଷରୁ ଗଭୀର ଭାବେ ଧ୍ୟାନ ଦିଆଯିବା ଆଦି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ନୀତିଗତ ପଦକ୍ଷେପ ଏବଂ ପ୍ରଶାସନିକ ପ୍ରୟାସ କାରଣରୁ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଟିକସ ପଇଠ ପରିମାଣ ବୃଦ୍ଧି ପାଉଛି। ପ୍ରତିମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ରିଟର୍ଣ୍ଣ ପ୍ରତିଶତ ଧିରେ ଧିରେ ବୃଦ୍ଧି ପାଇଥିବା ଚାର୍ଟ -୨ ରେ ଦର୍ଶାଯାଇଛି।

ବିଭିନ୍ନ ସମୟରେ ପରିଷଦ ପକ୍ଷରୁ ବିଳମ୍ବିତ ଶୁଳ୍କ ଉଚ୍ଛେଦ କରିବା ଫଳରେ ପୁରୁଣା ରିଟର୍ଣ୍ଣ ଦାଖଲ କରିବା ଏବଂ ରିଟର୍ଣ୍ଣ ଦାଖଲ କରିବା କ୍ଷେତ୍ରରେ ଅପ୍ ଟୁ ଡେଟ୍ ରହିବାରେ ଟିକସଦାତାମାନେ ଅଧିକ ଉତ୍ସାହିତ ହୋଇଛନ୍ତି। ପ୍ରତି ମାସରେ ଅଧିକରୁ ଅଧିକ ସଂଖ୍ୟାରେ ଟିକସଦାତା ଟିକସ ପଇଠ କରୁଥିବାରୁ ପୁରୁଣା ଅବଧିର ଟିକସ ପଇଠ ପରିମାଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ମାସରେ ଚାଲୁ ଅବଧିରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ବୃଦ୍ଧି ଚାର୍ଟ-୩ରେ ଦର୍ଶାଯାଇଛି, ଯାହାକି ଚାଲୁ ମାସ ପାଇଁ ଦଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ପ୍ରତି ସଙ୍କେତ ଦେଉଛି। କୋଭିଡ ପାଇଁ କୋହଳ ହୋଇଥିବା ନିୟମର ଲାଭ ଉଠାଇ ଜୁଲାଇ ୨୦୨୧ରେ ୧.୫ କୋଟି ରିଟର୍ଣ୍ଣ ଦାଖଲ କରାଯାଇଛି।

ରିଟର୍ଣ୍ଣ ଦାଖଲରେ ସୁଧାର ଆସିବା ସହିତ ଇନଭଏସର ବିବରଣୀ ଥିବା ଜିଏସଟିଆର-୧କୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଉପରେ ଜିଏସଟି ପରିଷଦ ଗୁରୁତ୍ବାରୋପ କରିଛି। ଇନପୁଟ୍ ଟିକସ କ୍ରେଡିଟରେ ନିୟମିତତା ସୁନିଶ୍ଚିତ କରିବା ଲାଗି ଏହି ବିବରଣୀ ଜରୁରି। ଜିଏସଟିଆର-୧ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସଟିଆର-୧ ନିର୍ଦ୍ଦିଷ୍ଟ ମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ସମ୍ପର୍କରେ ତଥ୍ୟ ଚାର୍ଟ-୪ରେ ଦର୍ଶାଯାଇଛି। ଜିଏସଟିଆର-୧ ଦାଖଲରେ ବୃଦ୍ଧି ଜିଏସଟି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସଫଳତାକୁ ଦର୍ଶାଉଛି।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ଏହିସବୁ ପଦକ୍ଷେପ ଅନୁପାଳନ ସୁନିଶ୍ଚିତ କରିବା ସହିତ ଅଧିକ ରାଜସ୍ବ ସଂଗ୍ରହରେ ସହାୟକ ହୋଇଛି। ଟିକସ ଫାଙ୍କି ଉପରେ ଅଙ୍କୁଶ ଲଗାଇବା ଲାଗି ନକଲି ଆଇଟିସି ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜିଏସଟି ପରିଷଦ ବିଚାର କରୁଛି। ଚଳିତ ବର୍ଷ ମାସିକ ଜିଏସଟି ସଂଗ୍ରହର ବିବରଣୀ ଚାର୍ଟ ୫ରେ ଦିଆଯାଇଛି। ତଳେ ଦିଆଯାଇଥିବା ସାରଣୀରେ ରାଜ୍ୟୱାରୀ ଜିଏସଟି ରାଜସ୍ୱ ସଂଗ୍ରହ (ବସ୍ତୁ ରପ୍ତାନି ଉପରେ ସଂଗୃହିତ ଜିଏସଟିକୁ ବାଦ୍ ଦେଇ) ପରିମାଣ ଉଲ୍ଲେଖ କରାଯାଇଛି।

ଅକ୍ଟୋବର ୨୦୨୧ରେ ରାଜ୍ୟଓ୍ବାରୀ ସଂଗୃହିତ ଜିଏସଟି ପରିମାଣରେ ବୃଦ୍ଧି:

State Oct-20 Oct-21 Growth
Jammu and Kashmir 377 648 72%
Himachal Pradesh 691 689 0%
Punjab 1,376 1,595 16%
Chandigarh 152 158 4%
Uttarakhand 1,272 1,259 -1%
Haryana 5,433 5,606 3%
Delhi 3,211 4,045 26%
Rajasthan 2,966 3,423 15%
Uttar Pradesh 5,471 6,775 24%
Bihar 1,010 1,351 34%
Sikkim 177 257 45%
Arunachal Pradesh 98 47 -52%
Nagaland 30 38 30%
Manipur 43 64 49%
Mizoram 32 32 1%
Tripura 57 67 17%
Meghalaya 117 140 19%
Assam 1,017 1,425 40%
West Bengal 3,738 4,259 14%
Jharkhand 1,771 2,370 34%
Odisha 2,419 3,593 49%
Chhattisgarh 1,974 2,392 21%
Madhya Pradesh 2,403 2,666 11%
Gujarat 6,787 8,497 25%
Daman and Diu 7 0 -99%
Dadra and Nagar Haveli 283 269 -5%
Maharashtra 15,799 19,355 23%
Karnataka 6,998 8,259 18%
Goa 310 317 3%
Lakshadweep 1 2 86%
Kerala 1,665 1,932 16%
Tamil Nadu 6,901 7,642 11%
Puducherry 161 152 -6%
Andaman and Nicobar Islands 19 26 40%
Telangana 3,383 3,854 14%
Andhra Pradesh 2,480 2,879 16%
Ladakh 15 19 32%
Other Territory 91 137 51%
Centre Jurisdiction 114 189 66%
Grand Total 80,848 96,430 19%
Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଏସଟି ପ୍ରଦାନକାରୀଙ୍କ ପାଇଁ ଖୁସି ଖବର, ଶ୍ରେଷ୍ଠ କରଦାତାଙ୍କୁ କେନ୍ଦ୍ର ସରକାର କରିବେ ସମ୍ମାନିତ

ନୂଆଦିଲ୍ଲୀ, ଜିଏସଟି ସଫଳତାରେ ସହଯୋଗ କରିଥିବା ଟିକସଦାତାଙ୍କୁ ସମ୍ମାନିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍ଟି  1 ଜୁଲାଇ 2017 ରୁ କାର୍ଯ୍ୟକାରୀ କରାଯାଇଛି। ଏହି ସମୟ ମଧ୍ୟରେ ଟିକସ ପ୍ରକ୍ରିୟା ସରଳୀକୃତ ହୋଇଛି ଏବଂ ଟିକସ ଆଧାର ବୃଦ୍ଧି ପାଇଛି। ଜିଏସଟି ଆଦାୟ କ୍ରମାଗତ ବୃଦ୍ଧି ଘଟିଛି। ଲଗାତାର ଆଠ ମାସ ଧରି ଏହା ଏକ ଲକ୍ଷ କୋଟିରୁ ଅଧିକ ହୋଇଛି।

ଜିଏସଟିର ଚାରି ବର୍ଷର କାର୍ଯ୍ୟ ଶେଷ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ସରକାର 54 ହଜାର ଚାରି ଶହ 39 ଟିକସଦାତାଙ୍କୁ ସମ୍ମାନିତ କରିବେ। ଏଥିମଧ୍ୟରୁ 88% ରୁ ଅଧିକ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ଅଛନ୍ତି।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମସ ବିଭାଗ ଏହି ଟିକସଦାତାଙ୍କୁ ସମ୍ମାନତ କରି ପ୍ରମାଣପତ୍ର ପ୍ରଦାନ କରିବ। ଜିଏସ୍ଟି ନେଟୱାର୍କ ଏହି ଟିକସଦାତାମାନଙ୍କୁ ଇ-ମେଲ ମାଧ୍ୟମରେ ପୃଥକ ଭାବରେ କୃତଜ୍ଞତା ପତ୍ର ପଠାଇବେ। ମନ୍ତ୍ରଣାଳୟ କହିଛି ଯେ ଟିକସଦାତା ସେବାରେ ନିରନ୍ତର ଉନ୍ନତି ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।