Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ବ୍ୟବସାୟ

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

April 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ସାତଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ ସହଯୋଗିତା କାର୍ଯ୍ୟକ୍ରମ ଅଧିନରେ ଯୁକ୍ତରାଜ୍ୟ ସରକାରଙ୍କ ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ ଅଫିସ୍‌ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ଏଫ୍‌ସିଡିଓର ଅର୍ଥନୀତି ଓ ବିତ୍ତ ବିଭାଗ ମୁଖ୍ୟ ଆଦମ ଟେଲର, ବିତ୍ତୀୟ ଅପରାଧ ଯୋଗସୂତ୍ର ଅଧିକାରୀ ଜୁଲିଆନ୍‌ ସଲଦାନହା, ରାଜସ୍ୱ ଓ କଷ୍ଟମ ବିଭାଗର ଶ୍ରୀମତୀ ହିରାବତୀ ଗୋଖେଲ ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ୬୫ ଜଣ ଅଧିକାରୀଙ୍କୁ ଚୟନ କରାଯାଇଛି । ବିଶେଷ କରି ସୂଚନା ପ୍ରଯୁକ୍ତି (ଆଇଟି), ଇ-କମର୍ସ, ଅର୍ଥ, ବ୍ୟାଙ୍କିଙ୍ଗ୍‌ ଓ ବୀମା, ଅଡିଟ୍‌ ଏବଂ ସଫଫ ସ୍କିଲ ବିକାଶ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ଦିଆଯିବ ।

ନିଜର ଉଦ୍‌ଘାଟନୀ ଅଭିଭାଷଣରେ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ଶ୍ରୀଯୁକ୍ତ ସିଂହ କହିଲେ ଯେ ଉଭୟ ଜିଏସ୍‌ଟି ଆଇନ ଓ ବ୍ୟବସାୟର କାର୍ଯ୍ୟଧାରାରେ ପରିବର୍ତ୍ତନ ହୋଇଚାଲିଛି । ବ୍ୟବସାୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଯୋଗୁଁ ଘଟିଥିବା ପରିବର୍ତ୍ତନ ଏକ ବଡ଼ ଆହ୍ୱାନ ରୂପେ ଉଭା ହୋଇଛି । ବ୍ୟବସାୟଗୁଡ଼ିକ ସଂପୂର୍ଣ୍ଣ ରୂପେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ହେଉଥିବାରୁ ଏଗୁଡ଼ିକ ଅଧିକରୁ ଅଧିକ ଜଟିଳ ଅନୁଭୂତ ହେଉଛନ୍ତି । ତେଣୁ ଦୈନନ୍ଦିନ ଟିକସ ପ୍ରଶାସନ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ହେଲେ ଟିକସ ଅଧିକାରୀମାନେ ନିଜର ଦକ୍ଷତା ଅଭିବୃଦ୍ଧି କରିବା ଦରକାର ।

ପ୍ରଶିକ୍ଷଣ ଗ୍ରହଣ କରୁଥିବା ଏହି ଅଧିକାରୀମାନେ ସମୟକ୍ରମେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥାର ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିବେ । ପିଡବ୍ଲୁସିର କର୍ମକର୍ତ୍ତାଙ୍କ ସହଯୋଗରେ ଏଫ୍‌ସିଡିଓ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଭିନ୍ନ କେସ୍‌ ଷ୍ଟଡି ମାଧ୍ୟମରେ ଅଧିକାରୀମାନଙ୍କୁ ବାସ୍ତବ କ୍ଷେତ୍ରରେ ଘଟୁଥିବା କିଛି ଘଟଣାବଳୀ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି।

ଜିଏସଟି ସଂଜୟ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.