Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏନ ଭାସ୍କର ରାଓ, ଗଠନ କଲେ ଏକ ନୂଆ ମଞ୍ଚ
ବିଶେଷ ଖବର

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏନ ଭାସ୍କର ରାଓ, ଗଠନ କଲେ ଏକ ନୂଆ ମଞ୍ଚ

September 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରୁ ଇସ୍ତଫା
ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏନ ଭାସ୍କର ରାଓ, ଗଠନ କଲେ ଏକ ନୂଆ ମଞ୍ଚ

The Samikhsya Desk: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ ଭାସ୍କର ରାଓ। ଆଜି ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଧ୍ୟ ଦଳ ଛାଡିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିରୁ ଉସ୍ତଫା ଦେଲେ ବୋଲି ଘୋଷଣା କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସେ ଦଳ ଉପରେ ବେଶ ଅସନ୍ତୋଷକୁ ଝାଡି ଦେଇଛନ୍ତି। ନିକଟରେ ଦଳ ରାୟଗଡା ସାଂଗଠନିକ ଜିଲ୍ଲାର ସଭାପତି ଭାବେ ଜଗନ୍ନାଥ ସାରକଙ୍କ ନାମ ଘୋଷଣା କରିଛି। ଏଥିରେ ସେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ଜିଲ୍ଲାରେ କାହାକୁ ସଭାପତି କରାଯିବ ସେ ନେଇ କେହି କାହାର ମତ ଲୋଡି ନାହିଁନ୍ତି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ଭାସ୍କର ରାଓଙ୍କ ସହିତ ଜିଲ୍ଲାର ବହୁ ତୁଙ୍ଗ ନେତା ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ବହୁ ବିଜେଡି କର୍ମି ଉପସ୍ଥିତ ଥିଲେ।

କେବଳ ଇସ୍ତଫା କଥା ଘୋଷଣା କରି ନାହାଁନ୍ତି, ସେ ଏକ ନୂଆ ସଂଗଠନ ଗଠନ ସଂପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଶ୍ରୀ ରାଓ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ସବୁବେଳେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ। ସେଥିପାଇଁ ତାଙ୍କ ନାମରେ ଏକ ସଂଗଠନ ଗଠନ ହେଲା ବୋଲି ଘୋଷଣା କରିଛନ୍ତି। ଏହି ସଂଗଠନର ନାମ ବିଜୁ ସ୍ବାଭିମାନ ମଞ୍ଚ ରଖାଯାଇଛି ବୋଲି କହିଛନ୍ତି। ତେବେ ଏହି ମଞ୍ଚର କାମ କଣ ସେ ନେଇ କୌଣସି ସୂଚନା ଦେଇ ନାହାଁନ୍ତି।

Read English News: Anand Mahindra Hails Sprint Star Animesh Kujur as a True Inspiration ( CLICK HERE)

N Bhaskar Rao Rayagada BJD ଏନ ଭାସ୍କର ରାଓ ବିଜେଡିରୁ ଇସ୍ତଫା
Share. Facebook Twitter LinkedIn Email WhatsApp Copy Link

Related Posts

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026
Latest News

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.