The Samikhsya Desk: ଆଜି ନେପାଳରେ ଯେଉଁ ହିଂସା ସୃଷ୍ଟି ହୋଇଛି ତା ପଛର କାରଣ ହେଉଛି ସରକାର 26 ଟି ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦେଲେ। ସେଗୁଡିକ ମଧ୍ୟରେ ରହିଛି ହ୍ବାଟସ ଆପ, ଫେସବୁକ, ଏକ୍ସ, ମେସେଞ୍ଜର, ଇଟିୟୁବ,ସ୍ନାପଚାଟ, ଲିଙ୍କଡଇନ ପରି ବହୁ ଲୋକପ୍ରିୟ ପ୍ଲାଟଫର୍ମ। ଏହାକୁ ନେଇ ଯୁବ ଗୋଷ୍ଠୀ ଏକ ବଡ ଆନ୍ଦୋଳନ କରି ସରକାର ବଦଳାଇ ଦେଲେ।
ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ପୂର୍ବରୁ ଅନ୍ୟ କେତେକ ଦେଶ ମଧ୍ୟ ଏହି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆକୁ ବ୍ୟାନ କରି ରଖିଛନ୍ତି। ଜାଣନ୍ତୁ ସେହି ଦେଶଗୁଡିକ କାହିଁକି ଏହାକୁ ବ୍ୟାନ କଲେ।
ମିଆଁମାର- ଏହି ଦେଶରେ 2021 ମସିହାଠାରୁ ବହୁ ସୋସିଆଲ ମିଡିଆକୁ ବ୍ୟା କରିଛି। ପ୍ରଥମେ ଏହି ଦେଶ ଫେସବୁକ କୁ ବ୍ୟାନ କରିଛି। କାରଣ ହେଲା ଏହି ପ୍ଲାଟଫର୍ମ ମାଧ୍ୟମରେ ଭୁଲ ତଥ୍ୟ ପ୍ରସାରିତ ହେଉଛି। ଏହାପରେ ମିଆଁମାର ହ୍ବାଟସ ଆପ, ଲିଙ୍କଡଇନ ଇନଷ୍ଟାଗ୍ରାମକୁ ମଧ୍ୟ ବ୍ୟାନ କରିଦେଇଛି।
ଇରାନ- ଏହି ଦେଶରେ ମଧ୍ୟ ସୋସିଆଲ ମିଡିଆକୁ ବ୍ୟାନ କରିଦିଆଯାଇଛି। ପ୍ରଥମେ ଇରାନ ରାଷ୍ଟ୍ରପତି ଫେସବୁକ ଓ ଏକ୍ସ କୁ ବ୍ୟାନ କଲେ। ଏହା ବିରୋଧରେ ଏକ ଆନ୍ଦୋଳନ ସୃଷ୍ଟି ହେଲା। ଯୁବ ଗୋଷ୍ଠି ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ଆନ୍ଦୋଳନକୁ ପ୍ରସାର କଲେ। ଫଳରେ ଇରାନ ସରକାର ଏହାକୁ ମଧ୍ୟ 2022 ମସିହାରୁ ବ୍ୟାନ କରିଦେଇଛି।
ଚୀନ– ଏହି ଦେଶ ମଧ୍ୟ ସୋସିଆଲ ମିଡିଆକୁ ବ୍ୟାନ କରିଛି। ପ୍ରଥମେ ଫେସବୁକ ବ୍ୟାନ କରାଯାଇଥିଲା। କାରଣ ଥିଲା ସରକାରଙ୍କ ବିରୋଧରେ ମିଛ ଖବର ପ୍ରସାର। ଏହାକୁ ନେଇ ସେଠାରେ ମଧ୍ୟ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ହେଲେ ସରକାର ବିଭିନ୍ନ ସମୟରେ ଟୁଇଟର, ଇନଷ୍ଟାଗ୍ରାମକୁ ମଧ୍ୟ ନିଷେଧ କରିଦେଲେ। କିନ୍ତୁ ଚୀନ ନିଜ ଦେଶର ସୋସିଆଲ ମିଡିଆ ଆପ୍ ନିର୍ମାଣ କରି ପ୍ରସାର କରାଇଛି।
ଉତ୍ତର କୋରିଆ- ଏହି ଦେଶରେ ଲୋକେ ପ୍ରଥମରୁ ହିଁ ସାମାଜିକ ଗଣମାଧ୍ୟମ କଣ ଜାଣନ୍ତି ନାହିଁ। ଏହି ଦେଶ ସମସ୍ତ ବିଦେଶୀ ଟେକନଲୋଜି କୁ ତାଙ୍କ ଦେଶରେ ବନ୍ଦ କରିଦେଇଛି। ଏପରିକି ବିଦେଶୀ ଇଣ୍ଟରନେଟ ମଧ୍ୟ ଉତ୍ତର କୋରିଆରେ ବ୍ୟାନ କରାଯାଇଛି। ସେହିପରି ବିଦେଶୀ ଖବରକାଗଜ, ବିଦେଶୀ ଟିଭି କୁ ମଧ୍ୟ ଏହି ଦେଶରେ ବ୍ୟାନ କରାଯାଇଛି।
ସିରିଆ- ଏହି ଦେଶରେ ମଧ୍ୟ ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦିଆଯାଇଛି। କାରଣ ହେଲା ସେ ଦେଶର କୌଣସି ଅନୁମତି ନ ନେଇ ପରିଚାଳନା କରୁଥିବାରୁ ତାହାକୁ ବନ୍ଦ କରିଦେଇଛନ୍ତି। ଫଳରେ ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ ଏହି ଦେଶରେ ପ୍ରଚଳନ ନାହିଁ। ତେବେ 2011 ମସିହାରେ ଏହି ସବୁକୁ ପରିଚାଳନା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତାହାକୁ ପୁଣି ନିଷେଧ କରିଦିଆଗଲା।
Read More- Bilateral Talks in Varanasi: PM Modi, Mauritius PM Sign Four Key Agreements