Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ବିଶେଷ ଖବର

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଠାରେ ହେବାକୁଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ଉକ୍ତ ଦିନ ପୂର୍ବାହ୍ନ ୧୧ଟା ରେ ବ୍ରହ୍ମପୁର ଠାରେ ଜାତୀୟ ସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୂଚାରୁଭାବେ ସମ୍ପାଦନ କରିବା, ଏଥିନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗୀତା ପାଇଁ, ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରାପଥ, ଆଗମନ-ବିଦାୟ ବ୍ୟବସ୍ଥା, ସୁରକ୍ଷା ବଳଙ୍କ ନିୟୋଜନ, ସଭାସ୍ଥଳର ପ୍ରସ୍ତୁତି, ସ୍ୱାସ୍ଥ୍ୟ, ପୋଲିସ, ପାଣି-ବିଦ୍ୟୁତ ଓ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ, ଏହି “ସେବା ପର୍ବ” କାର୍ଯ୍ୟକ୍ରମରେ ଦେଶର ଆଠଟି IIT ମାନଙ୍କର capacity expansion, କୋରାପୁଟ-ବାଇଗୁଡ଼ା ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନ ଡ଼ବଲିଙ୍ଗ, ସମ୍ବଲପୁର-ସରଲା ଫ୍ଲାଇଓଭର ଉଦ୍‌ଘାଟନ, BSNL ଦ୍ୱାରା ଦେଶବ୍ୟାପୀ ସ୍ୱଦେଶୀ 4G ନେଟୱାର୍କ ସେବାର ଲୋକାର୍ପଣ, MKCG , VIMSAR ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ମାନ୍ୟତା ଘୋଷଣା, ଦେଶବ୍ୟାପୀ ଦକ୍ଷତା ବିକାଶ ପ୍ରକଳ୍ପର ଉଦ୍‌ଘାଟନ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଏବଂ ଅନ୍ୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ।

ବୈଠକରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Read More- NEXT Enters India with First Store in Pune, Plans 50 Outlets by 2030

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଗସ୍ତରେ ପ୍ରଧାନମନ୍ତ୍ରୀ ସେବା ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

‘ଏୟାର ଇଣ୍ଡିଆର ବୋଇଂ 787 ବିମାନ ବନ୍ଦ କର,’ ସରକାରଙ୍କୁ ଚିଠି ଲେଖିଲା ପାଇଲଟ୍ ସଂଘ

October 11, 2025

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

October 11, 2025

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025
Latest News

‘ଏୟାର ଇଣ୍ଡିଆର ବୋଇଂ 787 ବିମାନ ବନ୍ଦ କର,’ ସରକାରଙ୍କୁ ଚିଠି ଲେଖିଲା ପାଇଲଟ୍ ସଂଘ

October 11, 2025

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

October 11, 2025

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.