Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

September 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନମୋ ଯୁବ ରନ୍
ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନମୋ ଯୁବ ରନ୍: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପି ଜାରି ରହିଥିବା ସେବା ପର୍ବ ଅନ୍ତର୍ଗତ “ନିଶାମୁକ୍ତ ଭାରତ ଅଭିଯାନ” ରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରୁ ଏକ ବିଶାଳ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏହି ଗଣ ଦୌଡ଼ରେ ସାମିଲ ହୋଇଥିଲେ। କଳିଙ୍ଗ ଷ୍ଟାଡିଅମ ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ଆୟୋଜିତ ମାରାଥନରେ ମୁଖ୍ୟମନ୍ତ୍ରୀ ନିଜେ ସମସ୍ତ ଛାତ୍ରଛାତ୍ରୀ, ଖେଳାଳୀ, ଯୁବବର୍ଗ ଓ ଅନେକ ନେତୃବୃନ୍ଦଙ୍କ ସହ ସାମିଲ ହୋଇ ନିଶାମୁକ୍ତ ଭାରତର ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଭାରତବର୍ଷକୁ ନିଶାମୁକ୍ତ କରିବା ପାଇଁ ମୋଦୀଜୀଙ୍କ ଏହି ନୂଆ ସଂକଳ୍ପ ଯୁବବର୍ଗଙ୍କୁ ରାଷ୍ଟ୍ର ଗଠନ ଦିଗରେ ପ୍ରେରିତ କରିବ।

ଯୁବବର୍ଗ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରଷା ଅଛି। ଯୁବବର୍ଗଙ୍କ ଜ୍ଞାନ, ଦକ୍ଷତା, କର୍ମ କୁଶଳତା ଓ ଦାୟିତ୍ୱବୃଦ୍ଧି ଜରିଆରେ ସେ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ରଖିଛନ୍ତି। ମୋଦୀଜୀଙ୍କ ଅନେକ ସଂକଳ୍ପ ଦେଶର ଅନେକ ସମସ୍ୟା ଦୂର କରିପାରିଛି । ଦେଶର ଦାରିଦ୍ର୍ୟ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ଅଛି । ସବୁ ଗାଁ’କୁ ବିଜୁଳି, ସବୁ ଗାଁ’କୁ ପିଇବା ପାଣି ଯୋଗାଣ କ୍ଷେତ୍ରରେ ଆମେ ସମ୍ପୂର୍ଣ୍ଣତା ହାସଲ କରିବାର ଦ୍ୱାରଦେଶରେ ପହଞ୍ଚି ସାରିଛୁ । ମେକ୍‌ ଇନ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଆଦି କାର୍ଯ୍ୟକ୍ରମ ଦେଶକୁ ଆତ୍ମନିର୍ଭରତାର ରାସ୍ତାରେ ଆଗକୁ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନିଶାମୁକ୍ତି ଅଭିଯାନ ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ, ଆଜିର ସମାଜରେ ମଦ୍ୟପାନ, ଗୁଟଖା, ଧୂମପାନ, ଗଞ୍ଜେଇ ଏବଂ ବିଭିନ୍ନ ଡ୍ରଗ୍‌ସ ପରି ବିଭିନ୍ନ ମାଦକଦ୍ରବ୍ୟର ପ୍ରଭାବ ଭୟଙ୍କର ଭାବରେ ବଢ଼ୁଛି । ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରେନାହିଁ, ନିଶା ନିଜ ସହିତ ନିଜ ପରିବାରକୁ ଛାରଖାର କରିଦିଏ । ନିଶା ପାଇଁ ପାଠପଢ଼ାରେ ଅସଫଳତା, ସ୍ବାସ୍ଥ୍ୟର ଅବନତି, ଅପରାଧ ପ୍ରବୃତ୍ତିରେ ବୃଦ୍ଧି, ପରିବାରରେ ଅଶାନ୍ତି ଆଣିଥାଏ । ଜଣେ ନିଶାସକ୍ତ ଯୁବକ, ତାଙ୍କର ପିତାମାତାଙ୍କ ସ୍ବପ୍ନକୁ ଭାଙ୍ଗିଦେଇଥାଏ ।

ଦେଶର ଭବିଷ୍ୟତ ଯିଏ ଗଢିଥାନ୍ତା, ସିଏ ଦେଶ ପାଇଁ ଏକ ବୋଝରେ ପରିଣତ ହୋଇଯାଏ। ଦେଶକୁ ନିଶାମୁକ୍ତ କରିବାର ଦାୟିତ୍ୱ ମୋଦିଜୀ ଯୁବବର୍ଗଙ୍କ ଉପରେ ଅର୍ପଣ କରିଛନ୍ତି। ଆପଣମାନେ ହିଁ ମୋଦୀଜୀଙ୍କ ସଂକଳ୍ପକୁ ପୂରଣ କରିବେ । ଆପଣମାନେ ହିଁ ଏ ପରିବର୍ତ୍ତନର ସୂତ୍ରଧର ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୁବବର୍ଗ ଙ୍କୁ ସଙ୍କଳ୍ପ କରାଇଥିଲେ ଓ — “ନିଶା ମୁକ୍ତ ଭାରତ ଗଠନ କରିବା, ଯୁବବର୍ଗର ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଦେଶ ଗଠନରେ ଉପଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

PM Congratulates Mohanlal on Receiving Dadasaheb Phalke Award

Namo Run ଗଣଦୌଡ ନମୋ ଯୁବ ରନ୍ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026
Latest News

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.