Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଆଜି ବୟନିକାରୁ ବିଭିନ୍ନ ବସ୍ତ୍ର କାହିଁକି କିଣିଲେ ? ଜାଣନ୍ତୁ କାରଣ
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଆଜି ବୟନିକାରୁ ବିଭିନ୍ନ ବସ୍ତ୍ର କାହିଁକି କିଣିଲେ ? ଜାଣନ୍ତୁ କାରଣ

October 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ
ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଆଜି ବୟନିକାରୁ ବିଭିନ୍ନ ବସ୍ତ୍ର କାହିଁକି କିଣିଲେ ? ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସପତ୍ନୀକ ଭୁବନେଶ୍ବର ବୟନିକାକୁ ଯାଇ ବିଭିନ୍ନ ବସ୍ତ୍ର କିଣିଛନ୍ତି। ତେବେ ଆଜି କାହିଁକି କିଣିଲେ ସେ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଯାଇ କିଣିବା ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ। ତେବେ ଏହାର କାରଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ ଫର ଲୋକାଲ ସ୍ଲୋଗାନ ଦେଇଛନ୍ତି। ଲୋକାଲ ବା ସ୍ଥାନୀୟ ଉତ୍ପାଦନ ପାଇଁ ପ୍ରଚାର ବା ପ୍ରସାର କର। ସେଥିପାଇଁ ଆଜି ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ବୁଣାକାରଙ୍କ ହାତ ତିଆରି ସାମଗ୍ରୀ କିଣିବା ପାଇଁ ବୟନିକା ଯାଇଥିଲେ।

ଏ ନେଇ ମୁଖ୍ୟମନ୍ତ୍ରୀ ଆଜି କାହିଁକି ବସ୍ତ୍ର କିଣିଲେ ସେ ନେଇ ଏକ ବାର୍ତ୍ତାରେ କହିଛନ୍ତି, ଆଜି ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ । ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ସେପ୍ଟେମ୍ବର 17 ରୁ ଆଜି ଯାଏ ଆମେ ପାଳୁଛୁ ସେବା ସପ୍ତାହ। ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ଭିତରେ ଦେଶର ଆଉ ଜଣେ ଯୋଗଜନ୍ମା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଆମେ 25 ତାରିଖରେ ପାଳନ କରିଛୁ । ଗାନ୍ଧୀଜୀ, ଶାସ୍ତ୍ରୀଜୀ ଏବଂ ଦିନଦୟାଲଜୀ ସଭିଙ୍କ ଚିନ୍ତାଧାରା ଗରିବ କଲ୍ୟାଣ ସମେତ ଆତ୍ମନିର୍ଭର ଭାରତର ସଠିକ ପଥ ପ୍ରଦର୍ଶକ। ଆଜି ଭଳି ପବିତ୍ର ଦିନରେ ସପରିବାର ଆସି ଆମ ରାଜ୍ୟର ବୁଣାକାରଙ୍କ ହାତ ତିଆରି ବସ୍ତ୍ର କିଣି ମୁଁ ଓ ମୋ ପରିବାର ଅତ୍ୟନ୍ତ ଆନନ୍ଦିତ ।

ଭାରତ ଆଜି ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି। ଦେଶ ସ୍ବାଧୀନତାର 100 ବର୍ଷ 2047 ସୁଦ୍ଧା ବିକଶିତ ଅର୍ଥନୀତି ହେବା ଲକ୍ଷ୍ୟରେ ଆମ ଦେଶ ଦ୍ରୁତ ଗତିରେ ଅଗ୍ରସର। ଆମେ ଓଡିଆମାନଙ୍କ ସଂକଳ୍ପ ଆମ ସ୍ୱତନ୍ତ୍ର ରାଜ୍ୟ ଗଠନର 100 ବର୍ଷ ପୂର୍ତି 2036 ସୁଦ୍ଧା ବିକଶିତ ଓଡିଶା ଗଠନ କରିବୁ । ବିକଶିତ ଭାରତ ଗଠନରେ ଆମ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ । ଏଥ୍ ପାଇଁ ସାଢେ ଚାରିକୋଟି ଓଡି଼ଆଙ୍କୁ ସଂକଳ୍ପରୁ ସିଦ୍ଧି ଆଡକୁ ଆଗେଇବାକୁ ପଡିବ ।

ମୋର ମନେ ଅଛି ମୋଦୀଜୀ ତାଙ୍କର ପ୍ରଥମ ମନ କି ବାତ 2014 ଅକ୍ଟୋବର 3 ତାରିଖରେ କରିଥିଲେ ଏବଂ ତାହା ଥିଲା ପବିତ୍ର ବିଜୟା ଦଶମୀ । ତାଙ୍କ ପ୍ରଥମ ମନ କି ବାତ, ଗାନ୍ଧୀ ଜୟନ୍ତୀର ପରଦିନ ଦେଶବାସୀଙ୍କୁ ଖଦି ବସ୍ତ୍ର ପିନ୍ଧିବାର ଆହ୍ୱାନ ଦେଇଥିଲେ। 2014 ମସିହାରେ ମୋଦୀଜୀ ଖଦିକୁ ଏକ ବ୍ୟାପକ ଅର୍ଥରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଖଦିର ବ୍ୟାପକ ଅର୍ଥ ସ୍ବଦେଶୀ । ଓ ଏହାର ପ୍ରକୃତ ବ୍ୟାଖ୍ୟା ହେଉଛି ଆତ୍ମନିର୍ଭର ଭାରତ । କୋଭିଡ ସମୟରେ ମୋଦୀଜୀ ସମୟର ବାଧ୍ୟବାଧକତା ମାଧ୍ୟମରେ ଭୋକାଲ ଫର ଲୋକାଲର ଆବଶ୍ୟକତାକୁ ଦେଶବାସୀଙ୍କୁ ସରଳ ଭାବେ ବୁଝାଇ ଥିଲେ ।

ଦେଶର ସୁନ୍ଦର ଭବିଷ୍ୟତ, ଖଦି, ସ୍ବଦେଶୀ, ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ବିକଶିତ ଭାରତ । ବିକଶିତ ଭାରତର ଟାରିଫକୁ ଡର ରହିବ ନାହିଁ । ଟାରିଫକୁ ନେଇ କିଏ ଭୟ ଦେଖାଇ ପାରିବନି । ଆମ ଅର୍ଥନୀତି ହେବ ସ୍ବୟଂ ସମ୍ପୂର୍ଣ୍ଣ ।

ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭୋକାଲ ଫର ଲୋକାଲ ଓ ସ୍ୱଦେଶୀର ଆଦ୍ୟ ପଥ ପ୍ରଦର୍ଶକ । ଆଜି ବି ଶ୍ରୀମନ୍ଦିରରେ ଆଳୁ ଓ ବିଲାତି ବାଈଗଣ ପଶିବା ନିଷେଧ । ମହାପ୍ରଭୁ ଓଡ଼ିଆ ଲୋକଙ୍କ ହାତବୁଣା ବସ୍ତ୍ର ଛଡା ଆଉ କିଛି ପିନ୍ଧନ୍ତି ନାହିଁ ।ପ୍ରତୀକାତ୍ମକ ଭାବେ ମୁଁ ଆଜି ହସ୍ତତନ୍ତ ବସ୍ତ୍ର କିଣିଛି ସତ। କିନ୍ତୁ ଓଡିଶା ଓ ଦେଶବାସୀ ବିକଶିତ ଭାରତ ଗଠନ କରିବା ପାଇଁ ଭୋକାଲ ଫର ଲୋକାଲ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବା ପାଇଁ ଆହ୍ୱାନ କରୁଛି ।

RSS Centenary: PM Modi Praises Role in Partition Relief and Nation-Building

‘ଭୋକାଲ ଫର ଲୋକାଲ ଗାନ୍ଧୀ ଜୟନ୍ତୀ ବୟନିକା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା

October 2, 2025

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା, ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

October 2, 2025

ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 2, 2025

ଦଶହରାରେ ସାମରିକ ଅସ୍ତ୍ରଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 2, 2025
Latest News

ଏଣିକି ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା

October 2, 2025

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା, ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

October 2, 2025

ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 2, 2025

ଦଶହରାରେ ସାମରିକ ଅସ୍ତ୍ରଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 2, 2025

ରାବଣ ପୋଡି ଉତ୍ସବରେ ପୋଲିସ ଏପରି କାହିଁକି କଲା, ସମସ୍ତେ କରୁଛନ୍ତି ପ୍ରଶଂସା

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.