ନୂଆଦିଲ୍ଲୀ: ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ ଉପରକୁ ଜଣେ ଓକିଲ ଚପଲ ଫିଙ୍ଗିଛନ୍ତି। ସେ ହେଉଛନ୍ତି ରାକେଶ କିଶୋର। ମୁଖ୍ୟବିଚାରପତି ଏକ ମାମଲାର ଶୁଣାଣି କରୁଥିବା ବେଳେ ସଂପୃକ୍ତ ଓକିଲ କୋର୍ଟ ମଧ୍ୟ ଭାଗକୁ ଆସି ତାଙ୍କ ଗୋଡରୁ ଚପଲ କାଢି ମୁଖ୍ୟ ବିଚାରପତିଙ୍କୁ ଫିଙ୍ଗିବାକୁ ଚେଷ୍ଠା କରିଥିଲେ।
ହେଲେ କୋର୍ଟରେ ଥିବା ସୁରକ୍ଷା କର୍ମି ତୁରନ୍ତ ଯାଇ ରାକେଶ କିଶୋରଙ୍କୁ ଜବତ କରିବା ସହିତ କୋର୍ଟ ରୁମରୁ ବାହାରକୁ ଭିଡି ଆଣିଥିଲେ। ଏହାକୁ ନେଇ କୋର୍ଟ ରୁମରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ସେ କୋର୍ଟ ରୁମରେ ‘ସନାତନ ଧର୍ମର ଅପମାନ ହିନ୍ଦୁ କେବେ ସହିପାରିବ ନାହିଁ’ ବୋଲି ପାଟି କରି କହୁଥିଲେ। ତେବେ ସୁପ୍ରିମକୋର୍ଟ ବାର ଆସୋସିଏସନ ତାଙ୍କର ବାର ଲାଇସେନସ ରଦ୍ଦ କରିଥିବାର ଜଣାପଡିଛି।
ତେବେ ମୁଖ୍ୟବିଚାରପତି ସଂପୃକ୍ତ ଓକିଲଙ୍କ ଛାଡି ଦେବା ପାଇଁ ସୁରକ୍ଷା କର୍ମିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
SUM Hospital 2 Performs Odisha’s First Radial EBUS-Guided Cryobiopsy