ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ଶ୍ରୀମୟୀ ମିଶ୍ରଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନିକଟରେ ସେ ବିଜେଡିରୁ ନିଲମ୍ବିତ ହେବା ପରେ ଏହି ଚର୍ଚ୍ଚା ଅଧିକ ହୋଇଯାଇଛି। ବିଜେଡିରୁ ନିଲମ୍ବିତ ହେବା ପରେ ସେ କଣ କରିବେ, କୁଆଡେ ଯିବେ ସେ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ଶ୍ରୀମୟୀଙ୍କର କେତେକ ଫଟୋ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋରେ ଦେଖାଯାଇଛି ଯେ, ବିଜେପି ନେତାଙ୍କ ସହିତ ଶ୍ରୀମୟୀ ବେଶ ହସଖୁସିରେ କଥାବାର୍ତ୍ତା କରିବା ସହିତ ସେମାନଙ୍କ ସହିତ ହାତ ମିଳାଇଛନ୍ତି। ତେବେ ନେତାମାନେ ପରସ୍ପର ମଧ୍ୟରେ ହାତ ମିଳାଇବା ବା କଥା ବାର୍ତ୍ତା ହେବାରେ କୌଣସି ଅସୁବିଧା ନାହିଁ। ହେଲେ ବର୍ତ୍ତମାନ ସମୟରେ ଏହା ବେଶ ଚର୍ଚ୍ଚାକୁ ଆସିଛି। ଫଟୋରେ ଶ୍ରୀମୟୀ ବିଜେପି ଉପସଭାପତି ଗୋଲଖ ମହାପାତ୍ର, ବିଧାୟକ ବାବୁ ସିଂ ପ୍ରମୁଖ ନେତାମାନଙ୍କ ସହିତ ଅଛନ୍ତି।
ତେବେ ଏହାକୁ ନିଜେ ଶ୍ରୀୟମୀ ମିଶ୍ର ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଛନ୍ତି। ସାଧାରଣରେ କହିବାକୁ ଗଲେ ଏପରି କାର୍ଯ୍ୟକଳାପରେ କୌଣସି ଅସୁବିଧା ନାହିଁ। କେଉଁଠି ଏକ କାର୍ଯ୍ୟକ୍ରମରେ ଏକାଠି ହେବା ଏକ ଅପରାଧ ନୁହେଁ। ହେଲେ ବର୍ତ୍ତମାନ ରାଜନୀତିରେ ଚର୍ଚ୍ଚାରେ ଥିବା ଶ୍ରୀମୟୀ ବିଜେପି ନେତାଙ୍କ ସହିତ ମିଳିବା ସାଧାରଣରେ କାହିଁକି କେଜାଣି ପ୍ରଶ୍ନ ଉଠିଛି ଯେ, ଶ୍ରୀମୟୀ କଣ ବିଜେପି ଯିବେ କି ?
India Mobile Congress 2025: Prime Minister Narendra Modi Addresses